ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେବଳ ଭାରତୀୟ ଦଳ ନୁହେଁ ମୁମ୍ବାଇ ଟିମ୍‌ରୁ ବି ବାଦ୍‌ ପଡ଼ିପାରନ୍ତି ଅଜିଙ୍କ୍ୟ ରାହାଣେ !

Image Courtesy: cricketaddictor

ନୂଆଦିଲ୍ଲୀ: ଗୋଟିଏ ସମୟରେ ଅଜିଙ୍କ୍ୟ ରାହାଣେ ଭାରତୀୟ ଟିମ୍‌ର ମୁଖ୍ୟ ବ୍ୟାଟରର ଭୂମିକା ନେଉଥିଲେ । ଭରସାଯୋଗ୍ୟ ବ୍ୟାଟିଂ ବଳରେ ସେ ଟିମ୍‌କୁ ବହୁ ମ୍ୟାଚ୍‌ରେ ବିଜୟୀ ବି କରିଛନ୍ତି । ଆଉ ଏହି କାରଣ ପାଇଁ ଟେଷ୍ଟ ଟିମ୍‌ର ଅଧିନାୟକ ହୋଇପାରିଥିଲେ ରାହାଣେ ।  ୨୦୨୦-୨୧ରେ ଅଷ୍ଟ୍ରେଲିଆ ଗସ୍ତ ସମୟରେ ବିରାଟ କୋହଲି ଗୋଟିଏ ମ୍ୟାଚ୍‌ ଖେଳିବା ପରେ ଫେରିଆସିଥିଲେ । ଏହା ପରେ ଟିମ୍‌ର ଅଧିନାୟକ ହୋଇଥିଲେ ରାହାଣେ ଏବଂ ତାଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ମାଟିରେ ଐତିହାସିକ ଟେଷ୍ଟ ସିରିଜ୍‌ ଜିତିଥିଲା ଭାରତ । ହେଲେ ଏବେ ଟିମ୍‌ରେ ସାମିଲ ନାହାନ୍ତି ରାହାଣେ । 

ଗତବର୍ଷ ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ସମୟରେ ଭାରତୀୟ ଟିମରେ ସେ ସାମିଲ ଥିଲେ । କିନ୍ତୁ ଏବେ ଟିମ୍‌ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିବା ରାହାଣେଙ୍କ ପାଇଁ ଅସମ୍ଭବ ହୋଇପାରେ ବୋଲି କୁହାଯାଉଛି ।  ଭାରତୀୟ ଟିମ୍‌କୁ ବାଦ ଦେଲେ ରାହାଣେଙ୍କ ଫର୍ମ ଏତେ ଖରାପ ଅଛି ଯେ ତାଙ୍କୁ ମୁମ୍ବାଇ ଟିମ୍‌ରୁ ବି ବିଦା ହେବାକୁ ପଡ଼ିପାରେ । ରଣଜୀ ଟ୍ରଫିରେ ମୁମ୍ବାଇର ଅଧିନାୟକ ଅଛନ୍ତି ଅଜିଙ୍କ୍ୟ ରାହାଣେ । କିନ୍ତୁ ତାଙ୍କ ବ୍ୟାଟ ଚୁପ୍‌ ରହିଛି । ରନ୍‌ କରିପାରୁନାହାନ୍ତି ରାହାଣେ ।   ତେଣୁ ତାଙ୍କ ଲାଗି ମୁମ୍ବାଇ ଟିମ୍‌ରେ ରହିବା କଷ୍ଟକର ହୋଇପାରେ । ପରିସ୍ଥିତି ଏମିତି ହୋଇଛି ଯେ, ମୁମ୍ବାଇର ୧୦ ନମ୍ବର ଖେଳାଳି ଗୋଟିଏ ପାଳି ଖେଳି ଚଳିତ ସିଜନ୍‌ରେ ରହାଣେଙ୍କ ଠାରୁ ଅଧିକ ରନ୍‌ କରିଛନ୍ତି । 

ଗୋଟିଏ ମ୍ୟାଚ୍‌ରେ ସେ ଯେତିକି ରନ୍‌ କରିଛନ୍ତି, ରାହାଣେ ପୁରା ସିଜ୍‌ନରେ ସେତିକି ରନ୍‌ କରିନାହାନ୍ତି । ରଣଜୀ ଟ୍ରଫି କ୍ବାର୍ଟର ଫାଇନାଲ୍‌ରେ ମୁମ୍ବାଇର ୧୦ ନମ୍ବର ଖେଳାଳି ତୁଷାର ଦେଶପାଣ୍ଡେ  ବରୋଦା ବିପକ୍ଷରେ ୧୨୩ ରନ୍‌ କରିଛନ୍ତି । ରାହାଣେ ପୁରା ସିଜ୍‌ନରେ ବି ଏତିକି ରନ୍ କରିବାରେ ସକ୍ଷମ ହୋଇନାହାନ୍ତି । ରାହାଣେ ଚଳିତ ସିଜନ୍‌ରେ ୧୦ଟି ମ୍ୟାଚ୍‌ରେ ୦,୦, ୧୬, ୮, ୯,୧, ୫୬, ୨୨, ୩ ଏବଂ ୦ ରନ୍‌ କରିଛନ୍ତି । ତାଙ୍କର ମୋଟ ବ୍ୟକ୍ତିଗତ ସ୍କୋର ୧୧୫ ରନ୍‌ । ତୁଷାର ଗୋଟିଏ ମ୍ୟାଚ୍‌ରେ ରାହାଣେଙ୍କୁ ଟପିଯାଇଛନ୍ତି । ଏଭଳି ସ୍ଥିତିରେ ରାହାଣେଙ୍କ ବ୍ୟାଟିଂ ଫର୍ମ ଚିନ୍ତାର ବିଷୟ ପାଲଟିଛି । 

ମୁମ୍ବାଇ ଟିମ୍‌ର କ୍ୟାପ୍ଟେନ ହୋଇଥିବାରୁ ହୁଏତ ତାଙ୍କୁ ଏବେ ଯାଏଁ ଦଳରେ ରଖାଯାଇଛି । ରାହାଣେଙ୍କ ଫର୍ମ ଏଭଳି ଜାରି ରହିଲେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ତାଙ୍କ ପକ୍ଷରେ ଅସମ୍ଭବ ହୋଇପାରେ । ଆଉ ଯଦି ତାଙ୍କୁ ମୁମ୍ବାଇ ଟିମ୍‌ରୁ ବାହାର କରିଦିଆଯାଏ ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ରହିବ ନାହିଁ । ସେପଟେ ଚଳିତବର୍ଷ ଜାନୁଆରିରେ ରାହାଣେ କହିଥିଲେ ଭାରତ ପାଇଁ ୧୦୦ ଟେଷ୍ଟ ମ୍ୟାଚ୍‌ ଖେଳିବା ତାଙ୍କର ସ୍ବପ୍ନ । କିନ୍ତୁ ତାଙ୍କର ବର୍ତ୍ତମାନର ଏହି ଫର୍ମ ଦେଖି ଲାଗୁନାହିଁ ଯେ, ସେ ତାଙ୍କର ଏହି ସ୍ବପ୍ନ ପୂରଣ କରିପାରିବେ । 

ଏବେ ସୁଦ୍ଧା ରହାଣେ ଭାରତ ପାଇଁ ୮୫ଟି ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି ଏବଂ ୪୯.୫୦ ଆଭେରେଜରେ ରନ୍‌ କରିଛନ୍ତି । ଟେଷ୍ଟରେ ରାହାଣେ ୧୨ଟି ଶତକ କରିଥିବା ବେଳେ ୨୬ଟି ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ଭାରତ ପାଇଁ ଶେଷ ଥର ଲାଗି ପୋର୍ଟ ଅଫ ସ୍ପେନ୍‌ରେ ଓ୍ବେଷ୍ଟ ଇଣ୍ଡିଜ୍‌ ବିପକ୍ଷରେ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ ରାହାଣେ ।  ଟେଷ୍ଟ ମ୍ୟାଚ୍‌ର ପ୍ରଥମ ପାଳିରେ ରାହାଣେ ମାତ୍ର ୮ ରନ୍‌ କରିଥିଲେ । ଦ୍ବିତୀୟ ପାଳିରେ ତାଙ୍କର ବ୍ୟାଟିଂ ପାଳି ଆସିନଥିଲା । ଏମିତି ଲାଗୁଛି ଯେ, ଏହି ମ୍ୟାଚ୍‌ ଅଜିଙ୍କ୍ୟ ରାହାଣେଙ୍କ ପାଇଁ ଶେଷ ମ୍ୟାଚ୍‌ ହୋଇପାରେ । 

  • Team India
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.