ଚମ୍ପୁଆ, ୩୦/୦୧ : ପତ୍ନୀ ହନ୍ତାକୁ ଆଜୀବନ କାରାଦଣ୍ଡ। ଏକ ମାମଲାର ଶୁଣାଣି କରି ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ ସରୋଜ କୁମାର ଦାସ ଏହି ରାୟ ଦେଇଛନ୍ତି। ଏହା ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି।
ଘଟଣା ଅନୁସାରେ, ଚମ୍ପୁଆ ଉପଖଣ୍ଡ ବଡ଼ବିଲ ଥାନା ଅନ୍ତର୍ଗତ କୋଲ୍ହ ବରପଦା ଗ୍ରାମର ରଞ୍ଜନ ଗାଗରାଇ ନିଜ ସ୍ତ୍ରୀ ଜତନୀ ମୁଣ୍ଡାକୁ ୨୦୧୮ ମସିହା ମେ ମାସ ୨୦ ତାରିଖ ରାତିରେ ରହୁଥିବା ଘରେ କିରୋସିନି ଢାଳି ପୋଡି ମାରିଦେବାକୁ ଉଦ୍ୟମ କରିଥିଲା। ଚିକିତ୍ସାଧିନ ଅବସ୍ଥାରେ ଗୁରୁତର ଜତନି ମୁଣ୍ଡାଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ମୃତକଙ୍କ ମୃତ୍ଯୁକାଳୀନ ଜମାନବନ୍ଦୀ ଓ ୨୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ ସରୋଜ କୁମାର ଦାସ ଅଭିଯୁକ୍ତ ରଞ୍ଜନ ଗାଗରାଇକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ସରକାରୀ ଓକିଲ ମଧୁସୂଦନ ପତି ମାମଲାକୁ ପରିଚାଳନା କରିଥିଲେ।