ଆନନ୍ଦପୁର,୩୦।୧୧ ଘଷିପୁରା ଥାନା ଗୋହିରା ଗାଁ ରେ ନିଜ ବୁଢୀମା’କୁ ହତ୍ଯା କରିବା ମାମଲାରେ ନାତିକୁ ଆଜୀବନ କାରାଦଣ୍ଡାଦେଶ ଶୁଶାଇଛନ୍ତି ଆନନ୍ଦପୁର ଅତିରିକ୍ତି ଜିଲ୍ଲା ଓ ଦୌରାଜଜ୍ କୋର୍ଟ । ଏଥିସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୧ବର୍ଷ କାରାଦଣ୍ଡ ଭୋଗିବେ ବୋଲି ରାୟରେ ଦର୍ଶାଇଛନ୍ତି।
ଗତ ୨୦୨୦ ମସିହା ଅକ୍ଟୋବର ୧୭ ତାରିଖ ସକାଳ ୮ଟା ସମୟରେ ଗୋହିରା ଗାଁ ର ସିଧାନ୍ତ ନାୟକ ନିଜ ବୁଢୀମା ଦୁଃଖୀ ନାୟକଙ୍କୁ ଖାଇବା ପାଇଁ ଟଙ୍କା ମାଗିଥିଲା । ଟଙ୍କା ଦେବାକୁ ମନା କରିବାରୁ ଉତକ୍ଷିପ୍ତ ହୋଇ ସିଧାନ୍ତ ଏକ ପଥରରେ ବୁଢୀମା’ ର ମୁଣ୍ଡକୁ ମାରିଥିଲା । ଗୁରୁତର ବୁଢୀମା’ ଦୁଃଖୀଙ୍କ ଆନନ୍ଦପୁର ଡାକ୍ତରଖାନାରେ ମୃତ୍ଯୁ ଘଟିଥିଲା । ସେହିଦିନ ମୃତା ଦୁଃଖୀଙ୍କ ସ୍ବାମୀ କୁଳମଣୀ ନାୟକ ଥାନାରେ ଏତଲା ଦେଇଥିଲେ। ଘଷିପୁରା ପୋଲିସ୍ ନାତି ସିଧାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ଆହୁରି ପଢନ୍ତୁ : ଭିଜିଲାନ୍ସ ଜାଲରେ ଉଠା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ