ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଏମପିସି ମହାବିଦ୍ୟାଳୟ ୧୯୮୫-୯୦ବିଜ୍ଞାନ ଛାତ୍ରଛାତ୍ରୀଙ୍କ ବାର୍ଷିକ ବନ୍ଧୁମିଳନ

ଚାନ୍ଦିପୁର, ୬/୧୧ : ବାଲେଶ୍ୱର ଉପକୂଳସ୍ଥ ଚାନ୍ଦିପୁରଠାରେ ରବିବାର ମିଳିତ ହୋଇଥିଲେ ଏମପିସି ମହାବିଦ୍ୟାଳୟ ୧୯୮୫-୯୦ବର୍ଷ ସମୂହର ବିଜ୍ଞାନ ଛାତ୍ରଛାତ୍ରୀ I ବାର୍ଷିକ ବନ୍ଧୁମିଳନ-୨୦୨୩ ଅବସରରେ ପ୍ରାୟ ୭୫ରୁ ଅଧିକ ସଦସ୍ୟ ସପରିବାର ମିଳିତ ହୋଇ ପୁରୁଣା ସ୍ମୃତିର ରୋମନ୍ଥନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମର ଏବଂ ପ୍ରତିଯୋଗିତାର ମଜା ନେଇଥିଲେ I 

"ସାଗର କିନାରେ" (ସାଗର କୂଳରେ) ନାମରେ ନାମିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଭାରତର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସଦସ୍ୟମାନେ ଭାଗନେଇ ଖୁସି ମନାଇଥିଲେ ଏବଂ ଏଥିରେ ସେମାନଙ୍କ ପିଲାମାନେ, ପତ୍ନୀ, ସ୍ୱାମୀ ତଥା ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଭାଗ ନେଇଥିଲେ I ସେମାନେ ପାଖରେ ଥିବା ସମୁଦ୍ର କୂଳ ଯାହାକି ୫ କିମି ପଛକୁ ଚାଲିଯାଇପାରେ ଏହାକୁ ଦେଖିଥିଲେ I 

କଲେଜ ଜୀବନରେ ବିତିଥିବା ପୁରୁଣା ସ୍ମୃତିର ରୋମନ୍ଥନ ସହିତ ବାରିପଦାର ବାସ୍ନା ପୁଣି ସମସ୍ତଙ୍କ ମନରେ ଆଣିବା ପାଇଁ ଖାଦ୍ୟପେୟ ସହିତ ପ୍ରସିଦ୍ଧ ମୁଢି ମାଂସ ମଧ୍ୟ ପରସା ଯାଇଥିଲା I ଚାନ୍ଦିପୁରର ସ୍ମୃତିକୁ ଆହୁରି ଉଜ୍ଜୀବିତ କରି ରଖିବାପାଇଁ ବାଲେଶ୍ୱରର ପ୍ରସିଦ୍ଧ ଲାଖ କଣ୍ଢେଇ ସମସ୍ତ ସଦସ୍ୟମାନଙ୍କୁ ଉପହାର ଆକାରରେ ଦିଆଯାଇଥିଲା I ଏହି ଲାଖ କଣ୍ଢେଇ ବାଲେଶ୍ୱରର ପ୍ରସିଦ୍ଧ ଲାଖ ଶିଳ୍ପୀ ଏବଂ ସଂସ୍କୃତି ପ୍ରେମୀ କେଶୁ ଦାସ ତିଆରି କରିଥିବାର ବାଲେଶ୍ୱରର ସ୍ଥାନୀୟ ସଦସ୍ୟ ମାନେ ପ୍ରକାଶ କରିଥିଲେ I ବିଭିନ୍ନ ପ୍ରତିଯୋଗିତାରେ ଜିତିଥିବା ସଦସ୍ୟ ଅଥବା ତାଙ୍କ ପରିବାର ସଦସ୍ୟମାନଙ୍କୁ ପୁରସ୍କୃତ କରାଯାଇଥିଲା I

 

Copyright © 2022 - Summa Real Media Private Limited. All Rights Reserved.