କୋଲକାତା : ଦୁର୍ନୀତି ମାମଲାରେ ଜେଏମଏମ ଚିଫ୍ ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଇଡି ଅଧିକାରୀଙ୍କ ଦ୍ୱାରା ଗିରଫ ହୋଇ ସାରିଛନ୍ତି। ଏହି ନାଟକୀୟ ଘଟଣାକ୍ରମର ଦିନକ ପରେ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି କି, ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ବିରୋଧି ନେତାଙ୍କୁ ଜେଲରେ ପୂରାଉଛନ୍ତି ଏବଂ ତାଙ୍କୁ ଯଦି ମଧ୍ୟ ଜେଲ୍ ପଠାଯାଏ ତ ସେ କୌଣସି ପ୍ରକାରେ ବାହାରକୁ ଆସିଯିବେ। ଏହି ବୟାନରେ ଜୋରସୋରରେ ଆଶଙ୍କା କରାଯାଉଛି କି ,ହେମନ୍ତ ସୋରେନଙ୍କୁ ଗିରଫ ପରେ କଣ ମମତା ବାନାର୍ଜୀଙ୍କୁ ନିଜର ଗିରଫଦାରୀଙ୍କର ଭୟ ଘାରିଛି କି ?
ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଉପରେ ଇଡିର ଆକ୍ସନରେ ବିରୋଧି ଫିଟିକି ଯାଇଛନ୍ତି। ସୋରେନ ପୂର୍ବରୁ ହିଁ ମାମଲାରେ ସୁପ୍ରିମ୍ କୋର୍ଟ ଯାଇସାରିଛନ୍ତି। ଯେଉଁଥିରେ ସେ କେନ୍ଦ୍ର ଉପରେ ସରକାରୀ ଏଜେନ୍ସିଙ୍କ ଦୁରୁପଯୋଗ କରିବାର ଅଭିଯୋଗ ଲଗେଇଛନ୍ତି। ଏବେ ଅନ୍ୟ ବିରୋଧି ନେତାମାନେ ମଧ୍ୟ କେନ୍ଦ୍ର ଉପରେ ବିରକ୍ତି ଭାବ ପ୍ରକାଶ କରିଛନ୍ତି ।
ଏହି କ୍ରମରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ରର ମୋଦି ସରକାର ଉପରେ ସିଧା ହମଲା ଆରମ୍ଭ କରିଛନ୍ତି। ସେ ଏକ ବିବୃତ୍ତିରେ କହିଛନ୍ତି – ସମସ୍ତଙ୍କୁ ଡ଼ରାଇ ଧମକାଇ ଜେଲ୍କୁ ପଠାଇ ଦିଆଯାଉଛି। ଯଦି ମୋତେ ବି ଏମିତି କରାଯାଏ ତ ମୁଁ କୌଣସି ପ୍ରକାରରେ ବାହାରକୁ ଚାଲି ଆସିବି। ଧ୍ୟାନ ରଖନ୍ତୁ କି ନିର୍ବାଚନ ଜିତିବା ପାଇଁ ସମସ୍ତଙ୍କୁ ଜେଲ୍ ପଠା ଯାଉଛି।