ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

ମଣିପୁର ହିଂସା, ପଶ୍ଚିମ ଇମ୍ପାଲରେ କାର ଉପରକୁ ଆକ୍ରମଣ କରି ୪ ଜଣଙ୍କୁ ଅପହରଣ

ଇମ୍ଫାଲ୍, ୦୮/୧୧: ମଣିପୁରରେ ଉତ୍ତେଜନା ଲାଗି ରହିଥିବା ବେଳେ ହିଂସାକାରୀ ୪ ଜଣଙ୍କୁ ଅପହରଣ କରି ନେଇଛନ୍ତି । ମଙ୍ଗଳବାର ପଶ୍ଚିମ ଇମ୍ପାଲରେ ସଶସ୍ତ୍ର ଲୋକ ଅପହରଣ କରିନେବା ପରେ ମଣିପୁରର ଏକାଧିକ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ୨ ଛାତ୍ର ନିଖୋଜର ଦିନକ ପରେ ୪ ଜଣଙ୍କୁ ଅପହରଣ କରାଯାଇଥିବା ମାମଲା ଆସିଛି । ତେବେ ଏହି ମାମଲାକୁ ନେଇ କୁକି ସମ୍ପ୍ରଦାୟକୁ ଦାୟୀ କରିଛନ୍ତି ମୈତେଇ ।

ଏହି ଘଟଣା ପରେ ମଙ୍ଗଳବାର ଠାରୁ ଉତ୍ତେଜନା ଲାଗି ରହିଛି । ହିଂସାକାରୀ ଉପରକୁ ଗୁଳି ଚାଳନା କରିଛନ୍ତି ସୁରକ୍ଷାକର୍ମୀ । ଏକ କାରରେ ଲେମଖଙ୍ଗରୁ ପଶ୍ଚିମ ଇମ୍ଫାଲର ଚୁରାଚାନ୍ଦପୁରକୁ ୩ ପୁରୁଷ ଓ ୨ ମହିଳା ଯାଉଥିବା ବେଳେ ହିଂସାକାରୀ ଆକ୍ରମଣ କରିଥିଲେ । ୫ ଜଣଙ୍କ ମଧ୍ୟରୁ ଜଣେ ଖସି ଆସିଥିବା ବେଳେ ହିଂସାକାରୀ ଜଣଙ୍କୁ ଅପହରଣ କରି ନେଇଛନ୍ତି ।

ଗାଈକୁ ଧକ୍କା ଦେଇ ଲାଇନଚ୍ୟୁତ୍ ହେଲା ଝାରସୁଗୁଡ଼ା-ସମ୍ବଲପୁର ମେମୁ, ସମସ୍ତ ଯାତ୍ରୀ ସୁରକ୍ଷିତ

କୁକୁ-ଜୁମି ସମ୍ପ୍ରଦାୟ ପକ୍ଷରୁ କୁହାଯାଇଛି, ଅପହୃତା ମହିଳାଙ୍କ ବୟସ ୫୫ ଏବଂ ହୋଇଥିବା ବେଳେ ପୁରୁଷଙ୍କ ବୟସ ୨୫ ଓ ୪୦ ବର୍ଷ । ମଣିପୁର ପୋଲିସର ସୂଚନା ଅନୁସାରେ, ଏକ କାରରେ ୫ ଜଣ କୁକି ସମ୍ପ୍ରଦାୟର ଲୋକ ଯାତ୍ରା କରୁଥିବା ବେଳେ ସେମାନଙ୍କୁ ବଳପୂର୍ବକ ଅପହରଣ କରାଯାଇଛି ।

ଅନ୍ୟ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରିଛନ୍ତି ସୁରକ୍ଷାକର୍ମୀ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ହେଲିକପ୍ଟର ଯୋଗେ ଦିମାପୁରକୁ ତୁରନ୍ତ ଏୟାରଲିଫ୍ଟ କରାଯାଇଛି । ଅପହୃତ ହୋଇଥିବା ୪ ଜଣଙ୍କୁ ଉଦ୍ଧାର କରିବା ଲାଗି ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି । ପଶ୍ଚିମ ଇମ୍ଫାଲରୁ ୧୬ ଓ ୧୯ ବର୍ଷୀୟ ୨ ଛାତ୍ର ନିଖୋଜର ଦିନକ ପରେ ୪ ଜଣଙ୍କ ଅପହରଣ ହୋଇଛି ।

ଦିଲ୍ଲୀ ଅପେକ୍ଷା ମୁମ୍ବାଇରେ ବାୟୁ ପ୍ରଦୂଷଣ ଉତ୍କଟ ହେବାରେ ଲାଗିଛି, ଚିନ୍ତା ବଢ଼ାଇଲା ନୂଆ ରିପୋର୍ଟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.