ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଚୀନକୁ ବାଦ ଦେଲା ଆମେରିକା, ମେକ୍ସିକୋ ଆମେରିକାର ସର୍ବବୃହତ ବାଣିଜ୍ୟ ଅଂଶୀଦାର

ନୂଆଦିଲ୍ଲୀ,୧୪/୦୯: ଆମେରିକା ଏବଂ ଚୀନ ମଧ୍ୟରେ ଲଗାତର ବଢ଼ୁଛି  ତିକ୍ତତା । ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ନୂଆ  କୌଶଳ ସହ ଆଗକୁବଢ଼ୁଛି ଆମେରିକା ।  ଏବେ ଆମେରିକାର ସର୍ବବୃହତ୍ତ ବାଣିଜ୍ୟ ଅଂଶୀଦାର ତାଲିକାରୁ ହଟିଛି ଚୀନ ।  ଚୀନକୁ ଟପି ଆମେରିକାର ସର୍ବବୃହତ୍ତ ବାଣିଜ୍ୟ ଅଂଶୀଦାର ଭାବେ ମେକ୍ସିକୋ ଉଭା  ହୋଇଛି । ଜୁଲାଇରେ ଆମେରିକାର ମୋଟ  ଆମଦାନୀରେ ମେକ୍ସିକୋର ଅଂଶ ୧୫%  ରହିଛି । ଏହି ଅବଧିରେ ଚାଇନାର ଅଂଶ  ୧୪.୬%କୁ ଖସିଛି । କୋଭିଡ ମହାମାରୀ  ପରେ ଆମେରିକା ଧିରେ ଧିରେ ଚୀନ ଉପରେ  ନିର୍ଭରତା କମାଉଛି । ଫଳରେ ଚୀନର ରପ୍ତାନି  ଜୁଲାଇ ପରଠାରୁ ସର୍ବନିମ୍ନ ସ୍ତରରେ ରହିଛି ।  

ସେହିଭଳି ଚୀନ ଅର୍ଥନୀତି ମହାମାରୀ ପରେ  ଆହ୍ୱାନପୂର୍ଣ୍ଣ ସ୍ଥିତି ଦେଇ ଗତି କରୁଥିବାରୁ  ଆମଦାନୀ କମିଛି । ଏହି ଦେଶର ମାନ୍ଦାବସ୍ଥା ସମସ୍ୟା ଏବେ ଯାଏ ଟଳିନାହିଁ ବୋଲି  କୁହାଯାଉଛି ।ଏପଟେ ମେକ୍ସିକୋର ବିଦେଶୀ  ପ୍ରତ୍ୟକ୍ଷ ନିବେଶ (ଏଫ୍‌ଡିଆଇ) ୪୦%  ବଢ଼ିଛି । ଆମେରିକା କମ୍ପାନି ଚୀନ ତୁଳନାରେ  ମେକ୍ସିକୋକୁ ବିକଳ୍ପ ଭାବେ ଦେଖୁଛନ୍ତି ବୋଲି  ବ୍ଲୁମବର୍ଗରେ ଏକ ରିପୋର୍ଟ ପ୍ରକାଶ ପାଇଛି ।  ବେଞ୍ଜିଂ ଉପରେ କଟକଣା ଲଗାଇବା ଲାଗି  ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ  ପଦକ୍ଷେପ ଗ୍ରହଣ କରିଛନ୍ତି । ମାଇକ୍ରୋଚିପ  ଏବଂ ଟେକ୍ନୋଲୋଜି ଶିଳ୍ପର ସ୍ୱାର୍ଥକୁ ନଜରରେ  ରଖି ବାଇଡେନ କଠୋର ହୋଇଛନ୍ତି ।  

ଚୀନ ଏକ ଟାଇମ ବମ୍‌ ହୋଇଥିବା ବେଳେ  କେତେ ବେଳେ ଫାଟିବ ତାହା କହି ହେବ ନାହିଁ  ବୋଲି ଚୀନର ମାନ୍ଦାବସ୍ଥାକୁ ନେଇ ବାଇଡେନ  ଏଭଳି କହିଛନ୍ତି । ଏପଟେ ରୁଷ-ଚୀନ ଭଳି  ବିଶ୍ୱର ୨ ପ୍ରମୁଖ ଅର୍ଥନୀତି ମଧ୍ୟରେ ନୂଆ  ସମ୍ପର୍କକୁ ନେଇ ସାରା ବିଶ୍ୱର ଏବେ ନଜର । 

ପାଶ୍ଚାତ୍ୟ ଦେଶଗୁଡିକ ରୁଷ ଉପରେ  କଟକଣା ଲଗାଇବା ଫଳରେ ଉଭୟ ଭାରତ  ଏବଂ ଆମେରିକା ଏହା ଦ୍ୱାରା ଫାଇଦା  ପାଇଛନ୍ତି । ଗତ ମାସରେ ଭାରତକୁ ତେଲ  ଯୋଗାଣ କ୍ଷେତ୍ରରେ ରୁଷ ଓପେକ ଦେଶଗୁଡିକୁ  ପଛରେ ପକାଇ ଦେଇଛି । ସେହିଭଳି ଚୀନ  ମଧ୍ୟରୁ ରୁଷ ଠାରୁ ପ୍ରଚୁର ପରିମାଣର ତେଲ  କିଣିଥିବା ଜଣାପଡିଛି । ଭ୍ଲାଡିଭୋଷ୍ଟକଠାରେ  ଅନୁଷ୍ଠିତ ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମର  ଏକ ବୈଠକକୁ ସମ୍ବୋଧିତ କରି ରୁଷ  ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି, ରୁଷ-ଚୀନ ଦ୍ୱିପାକ୍ଷୀକ ବାଣିଜ୍ୟ ଚଳିତ ବର୍ଷ ୨୦୦  ବିଲିୟନ ଡଲାର ଟପିଛି ।

Copyright © 2022 - Summa Real Media Private Limited. All Rights Reserved.