ପ୍ରମୁଖ ଖବର
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ଆଜି ଓୟୁଟିଆର୍‌ରେ ପ୍ରଥମ ସମାବର୍ତ୍ତନ ଉତ୍ସବ, ସଭାପତିତ୍ୱ କରିବେ ରାଜ୍ୟପାଳ
  • ||
  • ମଙ୍ଗଳବାର ୟୁପି ରାଜ୍ୟସଭା ନିର୍ବାଚନ, ବିଜେପିକୁ ସମର୍ଥନ କରିବେ ରାଜା ଭୈୟା
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||
  • ୨୯ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଉପସ୍ଥାପିତ ହେବ ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସ ୯ ଓ୍ବିକେଟ୍ ବିଜୟୀ, ୟୁପି ୱାରିୟର୍ସର ଦ୍ୱିତୀୟ ପରାଜୟ
  • ||
  • ବୁଧବାରଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଆଜି କାର୍‌କେଡ୍‌ ରିହର୍ସାଲ କରିବ ଓଡ଼ିଶା ପୁଲିସ୍‌
  • ||
  • ଶନିବାର ବାରବାଟୀ ଷ୍ଟାଡିୟମ୍‌ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ୪୧ଟି କ୍ରିକେଟ୍‌ ଏକାଡେମୀ ହେବ ଲୋକାର୍ପଣ
  • ||
  • ଆସନ୍ତା ୩ ତାରିଖ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

୨୪ ପାଇଁ ରାୟଗଡ଼ାରେ ପାଗଭିଡ଼ା: କଂଗ୍ରେସ ଟିକଟ୍‌ ଲବିରେ ଶଳା-ଭିଣୋଇ, କାହାକୁ ଭରସା କରିବ ଦଳ

ରାୟଗଡ଼ା,୦୫/୧୨: ନିର୍ବାଚନ ଯେତିକି ପାଖଉଛି, କଂଗ୍ରେସରେ ଆଶାୟୀଙ୍କ ସଂଖ୍ୟା ସେତିକି ବଢ଼ିବାରେ ଲାଗିଛି । ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝି ଓରଫ୍‌  ପପୁଙ୍କ ପୁଣି ପ୍ରବେଶ ହୋଇଛି । ଗତ ନିର୍ବାଚନରେ ପରାସ୍ତ ହୋଇଥିବା ପ୍ରାର୍ଥୀ ପୁଣି ଥରେ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ରାୟଗଡ଼ା ନିର୍ବାଚନମଣ୍ଡଳୀରେ ଆଗରୁ ଜଣେ ମାତ୍ର ଆଶାୟୀ ଭାବେ ଟିକଟ ଦୌଡ଼ରେ ଥିଲେ ଆପଲାସ୍ୱାମୀ କାଡ୍ରାକା । ଏବେ ଆଉ ୨ ଜଣ ପ୍ରାର୍ଥୀ ହେବାକୁ ପ୍ରଦେଶ କଂଗ୍ରେସ କମିଟିକୁ ଆବେଦନପତ୍ର ପ୍ରଦାନ କରିଛନ୍ତି । ସେମାନେ ହେଲେ ଲେଲି ମାଝି ଓ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର । ସମ୍ପର୍କରେ ଉଭୟ ଶଳା-ଭିଣୋଇ ।  

କଂଗ୍ରେସରୁ ଏଠାରେ ପ୍ରାର୍ଥୀ ହେବାକୁ ପ୍ରଥମେ ଆପଲାସ୍ୱାମୀ ଆବେଦନ କରିଥିଲେ । ପରେ ଜିଲ୍ଲା କଂଗ୍ରେସ  ସଭାପତି ବିଜୟ ଗମାଙ୍ଗଙ୍କୁ ଆବେଦନପତ୍ର ଦେଇଥିଲେ ଲେଲି । ଗତ ୧ ତାରିଖରେ ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଭେଟି ଆବେଦନପତ୍ର ଦେଇଥିବା ଜଣାପଡ଼ିଛି । ପୂର୍ଣ୍ଣଙ୍କ ଘର ରାୟଗଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କାଶୀପୁର ବ୍ଲକରେ । ଗତଥର ବି ସେ ଏହି  ଦୌଡ଼ରେ ରହିଥିଲେ । ଏମିତିକି ତାଙ୍କ ସ୍ତ୍ରୀଙ୍କୁ ଗତ ପୌର ନିର୍ବାଚନରେ କଂଗ୍ରେସରୁ  ଟିକେଟ ନ ମିଳିବାରୁ ସ୍ୱାଧୀନ ଭାବେ ଲଢ଼ିଥିଲେ । ପୂର୍ଣ୍ଣଙ୍କ ଏହି ଆବେଦନ ପଛରେ  ଦକ୍ଷିଣ ଓଡ଼ିଶାର ଜଣେ ଟାଣୁଆ କଂଗ୍ରେସ ନେତାଙ୍କ ସମର୍ଥନ ରହିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଏ ସମ୍ପର୍କରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ବିଜୟ ଗମାଙ୍ଗଙ୍କୁ ପଚାରିବାରୁ କହିଛନ୍ତି, ସୁପ୍ରିମୋ ଯାହାଙ୍କୁ ଟିକଟ ଦେବେ, ଦଳ ତାଙ୍କୁ  ସମର୍ଥନ କରିବ । ଏହି ନିର୍ବାଚନମଣ୍ଡଳୀରେ କଂଗ୍ରେସ ୨୦୧୪ ନିର୍ବାଚନରେ ଦ୍ୱିତୀୟ  ଓ ୨୦୧୯ରେ ତୃତୀୟ ସ୍ଥାନରେ ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.