ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମନ୍ଦିରରେ ସାଧୁ ବେଶରେ ଲୁଚିଥିଲା ହତ୍ୟାକାରୀ, ୬ ବର୍ଷ ପରେ ବାନ୍ଧିଲା ପୋଲିସ

Image Courtesy: abplive

ଲକ୍ଷ୍ନୌ: ଉତ୍ତରାଖଣ୍ଡରେ ହତ୍ୟା କରି ଉତ୍ତର ପ୍ରଦେଶର ଏକ ମନ୍ଦିରରେ ସାଧୁ ବେଶରେ ଲୁଚିଥିଲା ଅଭିଯୁକ୍ତ । ୨୦୧୮ରୁ ସେ ମନ୍ଦିରରେ ଥିବା ବେଳେ ତାକୁ ଉତ୍ତରାଖଣ୍ଡ ଏସଟିଏଫ୍‌ ଆଜି ଗିରଫ କରିଛି । ୨୦୧୮ରେ ଉତ୍ତରାଖଣ୍ଡର ମନୀଷ ଗୁପ୍ତା ନାମକ ଏକ ଯୁବକ ତାଙ୍କର ଭଉଣୀକୁ ଦୁର୍ବ୍ୟବହାର ନେଇ ବିରୋଧ କରିବାରୁ ଅଭିଯୁକ୍ତ ତାଙ୍କୁ ହତ୍ୟା କରିଥିଲା । ଏହା ପରେ ଅଭିଯୁକ୍ତ ଉତ୍ତର ପ୍ରଦେଶ ଯାଇ ସେଠାରେ ଥିବା ଏକ ମନ୍ଦିରରେ ସାଧୁ ବେଶରେ ରହିବାକୁ ଲାଗିଲା ।

ମନୀଷ ଗୁପ୍ତାକୁ ହତ୍ୟା କରିଥିବା ବୀର ସିଂହ ଫେରାର ହୋଇଯାଇଥିଲା। ହତ୍ୟାକାଣ୍ଡର ୬ ବର୍ଷ ପରେ ଉତ୍ତରାଖଣ୍ଡର ଏସଟିଏଫ୍‌ ଉତ୍ତର ପ୍ରଦେଶର ବିଜନୌରର ଏକ ମନ୍ଦିରରେ ସାଧୁ ବାବା ବେଶରେ ଥିବା ଅଭିଯୁକ୍ତକୁ ଗିରଫ କରିଛି । ମନୀଷ ଗୁପ୍ତାଙ୍କ ଭଉଣୀଙ୍କୁ ଦୁର୍ବ୍ୟବହାରକୁ କେନ୍ଦ୍ର କରି ହୋଇଥିବା ହତ୍ୟାକାଣ୍ଡର ଅଭିଯୁକ୍ତ ଧରାପଡ଼ିବା ପରେ ଚର୍ଚ୍ଚା ଜାରି ରହିଛି । ବୀର ସିଂହର ଆକ୍ରମଣରେ ମନୀଷ ଗୁପ୍ତା ଗୁରୁତର ହୋଇଥିଲେ । ଏହାର ୫ ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

ତେବେ ଅଭିଯୁକ୍ତ ବୀର ସିଂହ ବିଜନୌରର ଏକ ଗାଁରେ ଥିବା ଶିବ ମନ୍ଦିରରେ ସାଧୁ ବେଶରେ ରହୁଥିଲା । ଏନେଇ ଉତ୍ତରାଖଣ୍ଡର ଏସଟିଏଫକୁ ଖବର ମିଳିବା ପରେ ଅଭିଯୁକ୍ତ ଧରାପଡ଼ିଛି । ଅଭିଯୁକ୍ତକୁ ଗିରଫ କରି ଏସଟିଏଫ୍‌ ଉତ୍ତରାଖଣ୍ଡ ନେଇଥିବା ବେଳେ ତାକୁ କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି ।

  • Murder
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.