ପ୍ରମୁଖ ଖବର
  • ରାଜ୍ୟରେ ବଢୁଥିବା ତାତିରେ ଲାଗିବ ରୋକ: ୭ରୁ ହାଲୁକା ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ଆଲର୍ଟ
  • ||

ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ

ନୂଆଦିଲ୍ଲୀ ୦୨/୧୨: ପ୍ରଦୂଷଣ ଯୋଗୁ ସୃଷ୍ଟ ସମସ୍ୟାଗୁଡ଼ିକ ଉପରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତି  ବର୍ଷ ଡିସେମ୍ବର ୨ ତାରିଖରେ ପାଳିତ ହୁଏ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ।  ପ୍ରଦୂଷଣ ଆଜି ସାରା ବିଶ୍ୱ ପାଇଁ ପ୍ରମୁଖ ସମସ୍ୟା ହୋଇଛି । କଠିନ, ତରଳ,  ଗ୍ୟାସୀୟ କିମ୍ବା ଶକ୍ତିର ଅନ୍ୟ ରୂପ ଯଥା ଉତ୍ତାପ, ଶବ୍ଦ ଆଦି କ୍ଷେତ୍ରରେ ପ୍ରଦୂଷଣ  ପୃଥିବୀକୁ କବଳିତ କରିଛି । ଏଥିରୁ ମୁକ୍ତି ପାଇବା ଲାଗି କିଛି ବଳିଷ୍ଠ ପଦକ୍ଷେପ  ନେବା ଜରୁରୀ । ଔଦ୍ୟୋଗିକ ବର୍ଜ୍ୟ ନିୟନ୍ତ୍ରଣ ସହିତ ପ୍ରଦୂଷଣ ସ୍ତର ହ୍ରାସ ଏହି  ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । 

ପ୍ରଦୂଷଣ ନିୟନ୍ତ୍ରଣ ଓ ପ୍ରତିରୋଧ ନିମନ୍ତେ ସମଗ୍ର  ବିଶ୍ୱରେ ସରକାର ଭିନ୍ନ ଭିନ୍ନ ନିୟମ ଲାଗୁ କରିଛନ୍ତି । ଏହି କ୍ରମରେ ଭାରତ ସରକାର ମଧ୍ୟ ପ୍ରଦୂଷଣ ନିୟନ୍ତ୍ରଣ ଲାଗି ଅନେକ ନିୟମ ପ୍ରଣୟନ କରିଛନ୍ତି । ତଥାପି ପ୍ରଦୂଷଣ  ସ୍ତର ହ୍ରାସରେ ଫଳପ୍ରଦ ପରିଣାମ ମିଳିପାରିନି । ତେଣୁ ବ୍ୟକ୍ତିଗତ ସ୍ତରରେ ସକ୍ରିୟ  ପଦକ୍ଷେପ ଜରିଆରେ ଏହାର ମୁକାବିଲା ସମ୍ଭବ ବୋଲି ଏହି ଦିବସ ବାର୍ତ୍ତା ଦିଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.