ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

୨୧ରୁ ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଜଗଦ୍ଧାତ୍ରୀ ମେଳା, ଏଥର ବିଶେଷ ଆକର୍ଷଣ ବୁଜ୍‌ ଖଲିଫାର ତୋରଣ

ବାରିପଦା,୨୦/୧୧: ଆସୁଛି ଉତ୍ତର ଓଡ଼ିଶା ପ୍ରସିଦ୍ଧ ଜଗଦ୍ଧାତ୍ରୀ ମେଳା । ସଜେଇ ହେଉଛି ଭଂଜପୁର ମେଳା ପଡିଆ । ତୋରଣ ସାଜସଜ୍ଜାରେ ପ୍ରତିବର୍ଷ କିଛି ନୂଆ କାରିଗରୀ କୌଶଳ ଭେଟି ଦେଇ ଇତିହାସ ସୃଷ୍ଟି  କରୁଥିବା ବେଳେ ଏଥର ଦର୍ଶକଙ୍କ ପାଇଁ ବିଶେଷ ଆକର୍ଷଣ ପାଲଟିବାକୁ ଯାଉଛି ବୁଜ୍‌ ଖଲିଫାର ଆକର୍ଷଣୀୟ ତୋରଣ ସଜ୍ଜା । ସ୍ଥାନୀୟ ଭଂଜପୁର  ଠାରେ ଅନୁଷ୍ଠିତ ହେବାକୁ ଥିବା ମା' ଜଗଦ୍ଧାତ୍ରୀଙ୍କ ୭୧  ତମ ପୂଜା ଅବସରରେ ଆୟୋଜିତ ହେବାକୁ ଥିବା  ୨୯ ତମ ମେଳା ଉପଲକ୍ଷେ ମେଳା ପଡିଆ ସଜେଇ  ହେଉଛି । ଏହି ଅବସରରେ ଏକ ସମ୍ବାଦିକ ସମ୍ମିଳନୀ  ଅନୁଷ୍ଠିତ ହୋଇଯାଇଛି । ମେଳା କମିଟି ଅଧ୍ୟକ୍ଷ ତଥା  ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି, ୱାର୍କିଙ୍ଗ  କମିଟି ଚେୟାରମ୍ୟାନ ତଥା ନଗରପାଳ କୃଷ୍ଣାନନ୍ଦ  ମହାନ୍ତି, ସାଧାରଣ ସମ୍ପାଦକ ଦର୍ପ ନାରାୟଣ ପାଲ,  ମେଳା କମିଟି ଉପାଧ୍ୟକ୍ଷ ଜ୍ଞାନ ରଂଜନ ଦାଶ, ସାଂସ୍କୃତିକ  ସମ୍ପାଦକ ମାନସ ମହାନ୍ତି, ଗଣମାଧ୍ୟମ ସଂଯୋଜକ  ସୋମନାଥ ସିଂହ ପ୍ରମୁଖ ଉପସ୍ଥିତ ରହି ଏ ବର୍ଷ ପୂଜା  ଓ ମେଳା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ ।  

ପାରମ୍ପରିକ ରୀତିନୀତିରେ ମା' ଙ୍କ ପୂଜା ଚଳିତ  ମାସ ୨୧ ତାରିଖରେ ହେବ ଓ ମେଳା ଚଳିତ ମାସ  ୨୬ ତାରିଖରୁ ଡିସେମ୍ବର ମାସ ୭ ତାରିଖ ପର୍ଯ୍ୟନ୍ତ  ଚାଲିବ । ମେଳାରେ ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାରୁ  ଆସୁଥିବା ମୋଟ ୩୫୦ଟି ଷ୍ଟଲ ପ୍ରଦର୍ଶିତ ହେବ । ତଥା  ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ  କାର୍ଯ୍ୟକ୍ରମ ପାରିବେଷିତ ହେବ ।ଚଳିତ ବର୍ଷ ମଧ୍ୟ  ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ,  ବକ୍ତୃତା, ସଂଗୀତ ଓ କୁଇଜ ପ୍ରତିଯୋଗିତା ଚଳିତ ମାସ  ୨୨ ରୁ ୨୪ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ନିଜ  ନିଜର ଅନୁଷ୍ଠାନ ମାଧ୍ୟମରେ ଛାତ୍ର ଛାତ୍ରୀ ମାନେ ଏହି  ପ୍ରତିଯୋଗିତା ମାନଙ୍କରେ ଅଂଶ ଗ୍ରହଣ କରିପାରିବେ  ଅଥବା କୁମାର୍ସ କ୍ଲବରେ ମଧ୍ୟ ନିଜ ନାମ ପଞ୍ଜିକରଣ  କରିପାରିବେ । 

ମେଳାରେ ପ୍ରବଳ ଜନସମାଗମକୁ ଲକ୍ଷ୍ୟ  କରି ଏ ବର୍ଷ ମଧ୍ୟ ସିସିଟିଭି କ୍ୟାମେରା, ଅଗ୍ନିନିର୍ବାପନ  ଯନ୍ତ୍ର ତଥା ବ୍ୟାପକ ଟ୍ରାଫିକ ବ୍ୟବସ୍ଥା କରାଯିବ ବୋଲି  ମେଳା କମିଟି ଅଧ୍ୟକ୍ଷ ଶ୍ରୀ ମାରାଣ୍ଡି ଆଜି ସାମ୍ବାଦିକ  ସମ୍ମିଳନୀରେ ପ୍ରକାଶ କରିବା ସହ ଶାନ୍ତିଶୃଙ୍ଖଳା ସହ  ମେଳାକୁ ଉପଭୋଗ କରିବାକୁ ମଧ୍ୟ ଅନୁରୋଧ  କରିଛନ୍ତି । ସାଂସ୍କୃତିକ ମଞ୍ଚରେ ରେକର୍ଡ ଡ୍ୟାନ୍‌ସରେ  ଅଂଶ ଗ୍ରହଣ କରିବା ପାଇଁ ପ୍ରାୟ ୧୫୦ ଜଣ ପ୍ରତିଯୋଗୀ  ପଞ୍ଜିକରଣ କରିଥିବାରୁ ଅନ୍ୟତମ ସାଂସ୍କୃତିକ  ସମ୍ପାଦକ ପ୍ରିତମ ପଣ୍ଡାଙ୍କ ନେତୃତ୍ୱରେ ଆଜି କୁମାର୍ସ  କ୍ଲବରେ ଅଡିସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଡିସେମ୍ବର ୩ ତାରିଖ ଦିନ  କମିଟି ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର  ମଧ୍ୟ ମେଳା ପଡିଆରେ ଅନୁଷ୍ଠିତ ହେବ । ଦୁବାଇ  ସ୍ଥିତ ବୃଜ ଖଲିଫା ଓ ଆକର୍ଷଣୀୟ ଆଲୋକସଜ୍ଜା  ଦର୍ଶକଙ୍କ ମନ ମୋହିବ ବୋଲି ଆଶାକରାଯାଏ ।

Copyright © 2022 - Summa Real Media Private Limited. All Rights Reserved.