ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଦିନିକିଆ ବିଶ୍ବକପ୍-୨୦୨୩: ଆଜି ଶ୍ରୀଲଙ୍କା-ବାଂଲାଦେଶ ମଧ୍ୟରେ ମୁକାବିଲା, ଚାମ୍ପିଅନ୍ସ ଟ୍ରଫିକୁ ଯୋଗ୍ୟତା ପାଇଁ କରିବେ ପ୍ରୟାସ

ନୂଆଦିଲ୍ଲୀ,୦୬/୧୧: ଚଳିତ  ବିଶ୍ୱକପ୍‌ରେ ସୋମବାର  ଶ୍ରୀଲଙ୍କା ଓ ବାଂଲାଦେଶ ପରସ୍ପରକୁ ଭେଟିବେ । ବାଂଲାଦେଶ ସେମି ଫାଇନାଲ୍‌ ଦୌଡରୁ ବାଦ ପଡ଼ିସାରିଛି । ଶ୍ରୀଲଙ୍କା ଆଶା ବଞ୍ଚାଇ ରଖିଛି । ଏହି ମ୍ୟାଚ୍‌ ଜରିଆରେ ଉଭୟ ଦଳ ୨୦୨୫  ଚାମ୍ପିଅନ୍ସ ଟ୍ରଫିକୁ ଯୋଗ୍ୟତା ଅର୍ଜନ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଫଳରେ ମ୍ୟାଚ୍‌ଟି ତୀବ୍ର ସଂଘର୍ଷପୂର୍ଣ୍ଣ ହେବା ନିଶ୍ଚିତ । ନିୟମ ଅନୁଯାୟୀ ବିଶ୍ୱକପ୍‌ ପଏଣ୍ଟ ତାଲିକାର  ଶ୍ରେଷ୍ଠ ୭ ଓ ଆୟୋଜକଙ୍କୁ ମିଶାଇ ମୋଟ୍‌  ୮ଟି ଦଳ ଚାମ୍ପିଅନ୍ସ ଟ୍ରଫିକୁ ଯୋଗ୍ୟତା ଅର୍ଜନ  କରିବେ । ପଏଣ୍ଟ ତାଲିକାରେ ବାଂଲାଦେଶ  ନବମ ଓ ଶ୍ରୀଲଙ୍କା ସପ୍ତମ ସ୍ଥାନରେ ରହିଛନ୍ତି ।  

ସୋମବାର ଶ୍ରୀଲଙ୍କାର ବାମ ହାତି ପେସ୍ ବୋଲର ଦିଲସାନ ମଦୁଶଭ୍କାଙ୍କ ଉପରେ ନଜର ରହିବ । ସେ  ୭ଟି ମ୍ୟାଚ୍‌ରୁ  ୧୮ଟି ୱିକେଟ୍‌ ଅକ୍ତିଆର  କରିସାରିଛନ୍ତି । ଗତ ଭାରତ ବିପକ୍ଷ  ମୁକାବିଲାରେ ସେ ୫ୱିକେଟ୍‌ ସଫଳତା ଅର୍ଜନ କରିଥିଲେ । ଶେଷ ୨ଟି ମ୍ୟାଚ୍‌ରେ ସେ ଆଉ ୬ଟି ୱିକେଟ୍‌ ନେଇ ଶ୍ରୀଲଙ୍କା ପକ୍ଷରୁ  ବିଶ୍ୱକପ୍‌ରେ ସର୍ବାଧିକ ୱିକେଟ୍‌ ରେକର୍ଡ  ସ୍ଥାପନ କରିବେ । ଶ୍ରୀଲଙ୍କା ପକ୍ଷରୁ ଚାମୁଣ୍ଡା ଭାସ ଓ ମୁଥିଆ ମୂରଲୀଥରନ୍‌ ବିଶ୍ୱକପ୍‌ରେ ସର୍ବାଧିକ ୨୩ଟି ଲେଖାଏଁ  ୱିକେଟ୍ ନେଇଛନ୍ତି । 

ବାଂଲାଦେଶ ପକ୍ଷରୁ ସାକିବ ଅଲ୍‌  ହାସନଙ୍କ ଉପରେ ନଜର ରହିବ । ସେ  ବିଶ୍ୱକପ୍‌ ଇତିହାସରେ ମୋଟ୍‌ ୧୨୫୦ ରନ୍‌  ସଂଗ୍ରହ କରିସାରିଛନ୍ତି ଓ ୪୧ଟି ୱିକେଟ୍‌  ନେଇଛନ୍ତି । ବିଶ୍ୱକପ୍‌ ଇତିହାସରେ ସ୍ପିନର  ଭାବେ ଦ୍ୱିତୀୟ ସର୍ବାଧିକ ୱିକେଟ୍‌ ରେକର୍ଡ  ତାଙ୍କ ନାମରେ ରହିଛି । ସ୍ପିନର ଭାବେ ମୂରଲୀଥରନ ବିଶ୍ୱକପ୍‌ରେ ସର୍ବାଧିକ  ୬୮ଟି ୱିକେଟ୍‌ ନେଇଛନ୍ତି । ସୋମବାର ଶ୍ରୀଲଙ୍କା ଏକାଦଶରେ ପରିବର୍ତ୍ତନ  କରିବା ସମ୍ଭାବନା ରହିଛି । 

ଓପନର  ଦିମୁଥ୍‌ କରୁଣାରତ୍ନେ ନିରାଶ କରିବା ପରେ ସୋମବାର ତାଙ୍କ ବଦଳରେ କୁଶଲ ପେରେରାଖେଳିବା ଆଶା କରାଯାଉଛି । ବାଂଲାଦେଶ ଏକାଦଶରେ ପରିବର୍ତ୍ତନ କରିବାସମ୍ଭାବନା ନାହିଁ । ମାତ୍ର ବ୍ୟାଟିଂ କ୍ରମରେ  ପରିବର୍ତ୍ତନ କରିବା ନିଶ୍ଚିତ। ମୁସଫିକର ରହିମ ପୂର୍ବ ଭଳି ୪, ମହମୁଦୁଲ୍ଲା ୫ ଓ ସାକିବ ୬ନଂ ସ୍ଥାନରେ ବ୍ୟାଟିଂ କରିବା ଆଶା କରାଯାଉଛି । କୋଟଲା ଗ୍ରାଉଣ୍ଡ୍‌ର ପିଚ୍‌ ବ୍ୟାଟିଂ ପାଇଁ ଅନୁକୂଳ । ଏଠାରେ ବିଶାଳ ସ୍କୋର  ସଂଗୃହୀତ ହୋଇ ସାରିଛି । ଶ୍ରୀଲଙ୍କା ବିପକ୍ଷରେ ଦକ୍ଷିଣ ଆଫ୍ରିକା ଏହି ଗ୍ରାଉଣ୍ଡ୍‌ରେ  ୪୨୮ରନ୍‌ ସଂଗ୍ରହ କରିଥିଲା। ତେଣୁ ଟସ୍‌  ବିଜୟୀ ଦଳ ପ୍ରଥମେ ବ୍ୟାଟିଂ କରି ବିଶାଳ  ସ୍କୋର ସଂଗ୍ରହ କରିବାକୁ ପ୍ରୟାସ କରିବେ ।

ସମ୍ଭାବ୍ୟ ଦଳ

ବାଂଲାଦେଶ: ଲିଟନ ଦାସ, ତନଜିଦ  ହାସାନ, ନଜମୁଲ ହୋସେନ ଶାନ୍ତୋ,  ମୁସଫିକର ରହିମ, ମହମୁଦୁଲ୍ଲା, ସାକିବ  ଅଲ୍‌ ହାସନ(ଅଧିନାୟକ), ମେହଦି  ହାସାନ ମିରାଜ, ତୋହିଦ ହୃଦୟ,  ଟସ୍କିନ ଅହମ୍ମଦ, ମୁସ୍ତାଫିଜୁର ରେହମାନ,  ସରିଫୁଲ ଇସଲାମ ।

ଶ୍ରୀଲଙ୍କା: ପଥୁମ ନିଶଙ୍କା, କୁଶଲ  ପେରେରା/ଦିମୁଥ କରୁଣାରତ୍ନେ,  କୁଶଲ ମେଣ୍ଡିସ୍‌(ଅଧିନାୟକ), ସଦିରା  ସମରବିକ୍ରମା, ଚରିଥ ଆଶାଲଙ୍କା,  ଆଞ୍ଜେଲୋ ମାଥ୍ୟୁସ୍‌, ଦୁସାନ ହେମନ୍ତ,  ମହିଶ ତୀକ୍ଷଣା, କାସୁନ ରଜିଥା, ଦୁଷ୍ମନ୍ତ  ଚାମୀରା, ଦିଲସାନ ମଦୁଶଙ୍କା ।

  • prameyanews
  • PrameyaOdia
  • prameya
  • ODI World Cup 2023
  • Copyright © 2022 - Summa Real Media Private Limited. All Rights Reserved.