ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ

ବଲାଙ୍ଗିର/ସମ୍ବଲପୁର/ବୌଦ୍ଧ,୧୦/୧୨: ମଦ ବ୍ୟବସାୟୀ ତଥା ଝାଡ଼ଖଣ୍ଡ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ସହଯୋଗୀଙ୍କ ମଦ ଭାଟି ଉପରେ ଆୟକର ବିଭାଗର ଚଢ଼ଉ ଚତୁର୍ଥ ଦିନରେ ବି ଜାରି ରହିଛି । ଆୟକର ବିଭାଗ ଯେତେ ଖୋଳୁଛି ସେତେ ଟଙ୍କା ବାହାରୁଛି। ଶନିବାର ଟିଟିଲାଗଡ଼ରେ ଟଙ୍କା ଗଣତି ସରିଛି । ସେଠାରୁ ୧୧ କୋଟି ଟଙ୍କା ମିଳିଛି । ସମ୍ବଲପୁରରେ ମଧ୍ୟ ଗଣତି ସରିଛି । ତାହା ମୋଟ ୩୭.୫ କୋଟି ବୋଲି ବ୍ୟାଙ୍କ୍‌ ପକ୍ଷରୁ କୁହାଯାଇଛି । ବଲାଙ୍ଗିରରେ ଶନିବାର ସନ୍ଧ୍ୟା ସୁଦ୍ଧା ଗଣତିରୁ ମିଳିଛି ୧୪୦ କୋଟି ଏବଂ ବୌଦ୍ଧରେ ମିଳିଛି ୪ ଲକ୍ଷ । ଶୁକ୍ର ଓ ଶନିବାର ରାତି ସୁଦ୍ଧା ସମ୍ବଲପୁର, ବୌଦ୍ଧ, ବଲାଙ୍ଗିରରେ ଥିବା ଟଙ୍କା ମଧ୍ୟରୁ ୧୮୮.୯ କୋଟି ଟଙ୍କା ଗଣତି ସରିଛି । ହେଲେ ବଲାଙ୍ଗିରରେ ଥିବା ଟଙ୍କା ଗଣତି ଆଉ ୨ ଦିନ ଲାଗିବ ବୋଲି ଜଣାପଡ଼ିଛି । 

ଚାରି ଦିନ ହେଲା ବଲାଙ୍ଗିରରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ ଜାରି ରହିଛି । ସେଠାରେ ସମୁଦାୟ ୧୭୬ଟି ବ୍ୟାଗ ଟଙ୍କା ଜବତ ହେଲାଣି । ଯାହାର ପରିମାଣ ପ୍ରାୟ ୩ ଶହ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ୧୦୬ ବ୍ୟାଗ୍‌ ଟଙ୍କା ଗଣତି ସରିଛି । ଅନ୍ୟପଟେ ଆୟକର ବିଭାର ଏନଫୋର୍ସମେଣ୍ଟ ଟିମ୍‌ ବଲାଙ୍ଗିର ସମେତ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ଚଢ଼ଉ ଜାରି ରଖିଛି । ସେହିପରି ଆଉ ଏକ ଟିମ ବଲାଙ୍ଗିର ଏସବିଆଇ ମୁଖ୍ୟ କାର୍ଯ୍ୟାଳୟରେ ଜବତ ଟଙ୍କା ଗଣତି କରୁଛି । ଟଙ୍କାର ପରିମାଣକୁ ଦେଖି ବ୍ୟାଙ୍କ କର୍ମଚାରୀଙ୍କ ଛୁଟି ବାତିଲ କରି ସେମାନଙ୍କୁ ଗଣତିରେ ସାମିଲ କରାଯାଇଛି । ବଲାଙ୍ଗିର ଏସ୍‌ବିଆଇ ସମେତ ଅନ୍ୟାନ୍ୟ ବ୍ୟାଙ୍କର ପ୍ରାୟ ୫୦ଜଣ କର୍ମଚାରୀ ଆଜି ଦିନତମାମ ଟଙ୍କା ଗଣିଛନ୍ତି । ସେହିପରି ବଲାଙ୍ଗିର ସମେତ ଜିଲ୍ଲାର ବିଭିନ୍ନ ଶାଖା ଓ ଭୁବନେଶ୍ୱର, ଅନୁଗୁଳ, ବାଲେଶ୍ୱର, ସମ୍ବଲପୁର ଆଦି ଶାଖାରୁ ପ୍ରାୟ ୭୫ଟି ମେସିନ ଅଣାଯାଇଛି । ୨୫ଟି ମେସିନରେ ଗଣତି ଚାଲିଥିବା ବେଳେ ୫୦ଟି ମେସିନ ସଂରକ୍ଷିତ(ଷ୍ଟାଣ୍ଡବାଏ) ରଖାଯାଇଛି । ଯଦି ଏଭଳି ବେଗରେ ଜାରି ରହେ, ତା’ହେଲେ ରବିବାର ଅପରାହ୍ଣ ସୁଦ୍ଧା ଟଙ୍କା ଗଣତି ଶେଷ ହେବ ବୋଲି ବଲାଙ୍ଗିର ଏସବିଆଇ ଆଞ୍ଚଳିକ ପ୍ରବନ୍ଧକ ଭଗତ ବେହେରା କହିଛନ୍ତି । କିଛି ସମସ୍ୟା ହେଲେ ଆଉ ଗୋଟିଏ ଦିନ ଅର୍ଥାତ୍‌ ସୋମବାର ଅପରାହ୍ଣ ସୁଦ୍ଧା ସବୁ ସରିବ ବୋଲି କୁହାଯାଉଛି । 

ସେହିପରି ଟିଟିଲାଗଡ଼ ଏସବିଆଇରେ ଶନିବାର ଗଣତି ସରିଛି । ତାହା ୧୧ କୋଟି ଟଙ୍କା ହୋଇଛି । ବଳଦେବ ସାହୁ ଆଣ୍ଡ ସନ୍ସର ଦେଶୀ ମଦ କମ୍ପାନିର ସମ୍ବଲପୁର ବଡ଼ବଜାର ସ୍ଥିତ କାର୍ଯ୍ୟାଳୟ ଓ ପୁଟିବନ୍ଧ ଭାଟିରେ ଗତ ୬ ଓ ୭ ତାରିଖରେ ଆୟକର ବିଭାଗର ଚଢ଼ଉ ହୋଇଥିଲା । ଚଢ଼ଉ ବେଳେ ମିଳିଥିବା ସବୁ ଟଙ୍କାକୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ମୁଖ୍ୟ ଶାଖାକୁ ଆଣାଯାଇଥିଲା । ଗତକାଲି ଠାରୁ ଗଣତି ଆରମ୍ଭ ହୋଇଥିଲା । ଏଥିପାଇଁ ସ୍ୱତନ୍ତ୍ର ୩ଟି ଟଙ୍କା ଗଣା ମେସିନ୍‌ ଓ ୬ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ୩୭.୫ କୋଟି ଟଙ୍କା ଗଣା ସରିଥିବା ବ୍ୟାଙ୍କ୍‌ ସୂତ୍ରରୁ ଜଣାପଡ଼ିଛି । ସମ୍ବଲପୁରସ୍ଥିତ ଏସବିଆଇ ଡିଜିଏମ ମନମୋହନ ସ୍ୱାଇଁ ବଲାଙ୍ଗିର ଆସି ସ୍ଥିତି ପରଖିଛନ୍ତି । ବୌଦ୍ଧ ହରଭଙ୍ଗା ବ୍ଲକ୍‌ ସାମ୍ପୋଚ ପଞ୍ଚାୟତର ତିତିରିକଟାସ୍ଥିତ ଡିଷ୍ଟିଲାରୀରେ ଗତ ଶନିବାର ଆୟକର ବିଭାଗ ଚଢ଼ଉ କରିଥିଲା । ସେଠାରେ ମଧ୍ୟ ୪ ଲକ୍ଷ ଟଙ୍କା ମିଳିଥିଲା । ସନ୍ଧ୍ୟାରେ ସୁଦପଡ଼ା-କ୍ଲବପଡ଼ାସ୍ଥିତ ଘରେ ଚଢ଼ଉ ଜାରି ରହିଛି । ସେଠାରେ ମିଳିଥିବା କେତେକ ଲୁହା ସିନ୍ଦୁକକୁ ଗ୍ୟାସ କଟର ସାହାଯ୍ୟରେ କଟାଯାଇଛି । ହେଲେ ସେଠାରୁ କିଛି ମିଳି ନଥିବା ଜଣାପଡିଛି । 

ତେବେ  ଚଢ଼ଉ ସମୟରେ ଆୟକର କର୍ମଚାରୀ ଏକ ୫ ଲକ୍ଷ ଟଙ୍କାର ପୁଡିଆ ଦେଖି ତାଜୁବ ହୋଇଥିଲେ । ସେ ଟଙ୍କା ପୁଡିଆ ଉପରେ ତିୱାରୀ ଲେଖା ଯାଇଥିଲା । ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି । କିଏ ସେ  ତିୱାରୀ ?  ମଦ ଭାଟି ଟଙ୍କା ଗଦାରୁ ତାଙ୍କ ନାଁ କାହିଁକି ଆସିଲା । ତାଙ୍କ ସହିତ ମଦ ଭାଟି ମାଲିକଙ୍କର କ'ଣ ସମ୍ପର୍କ? ତାକୁ ନେଇ ଖୋଳତାଡ଼ ମଧ୍ୟ ଆରମ୍ଭ ହୋଇଛି । ସେ  ଜଣଙ୍କ ମାସିକିଆ ବଟି ନେଉଥିଲେ । ଏମାସ ପାଇଁ ଟଙ୍କା ପ୍ୟାକ୍‌ ହୋଇଥିଲା । ସେ ବାବୁଙ୍କ ପାଖକୁ ଟଙ୍କା ଯିବା ପୂର୍ବରୁ ଆୟକର ବିଭାଗ ଚଢ଼ଉ କରି ତାକୁ ଜବତ କରିଥିବା ଚର୍ଚ୍ଚା ହେଉଛି । 

ପ୍ରକାଶ ଯେ, ପ୍ରଥମେ ଗତ ୬ ତାରିଖ ଦିନ ଆୟକର ବିଭାଗ, ରାଞ୍ଚିର ରାଜ୍ୟସଭା ସାଂସଦ ଶ୍ରୀ ସାହୁ, ଟିଟିଲାଗଡ଼ ସହରର ରଘୁନାଥପଡ଼ା ନିବାସୀ ଦୀପକ ସାହୁଙ୍କ ଘର, ପାଖରେ ଥିବା ମଦଭାଟି ସହ ସନ୍ଧ୍ୟାରେ ସଞ୍ଜୟ ସାହୁଙ୍କ ଘରେ ଚଢ଼ଉ ହୋଇଥିଲା । ସେହିପରି ସମାନ ଢଙ୍ଗରେ ବଲାଙ୍ଗିର ସୁଦପଡ଼ା ସ୍ଥିତ ମଦଭାଟିରେ ଚଢ଼ଉ କରିବାରୁ ପ୍ରାୟ ୯ଟି ଆଲମାରୀ ଭର୍ତ୍ତି ଟଙ୍କା ମିଳିଥିଲା । ସେହିପରି ୮ ତାରିଖ ରାତିରେ ମ୍ୟାନେଜର ବଣ୍ଟିଙ୍କ ଘରୁ ମଧ୍ୟ ପ୍ରାୟ ୫୦ କୋଟି ଓ ଟିଟିଲାଗଡ଼ ସହରର ମଦଭାଟିରୁ ୨୦କୋଟି ଟଙ୍କା ବାହାରିଥିଲା । ଶହ ଶହ କୋଟି ଟଙ୍କା ଜବତ ପରେ ଚଢ଼ଉକୁ ଆହୁରି ବ୍ୟାପକ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.