ବେଙ୍ଗଲୁରୁ, ୦୪/୧୧: ଉଜ୍ଜୀବିତ ହୋଇଛି ପାକିସ୍ତାନର ବିଶ୍ୱକପ୍ ଆଶା । ବେଙ୍ଗଲୁରୁର ଏମ୍. ଚିନ୍ନସ୍ୱାମୀ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚକୁ ପାକିସ୍ତାନ ଜିତି ନେଇଛି । ଡିଏଲ୍ଏସ୍ ନିୟମ ଅନୁସାରେ ୨୧ ରନରେ ମ୍ୟାଚ୍ ଜିତିଛି ପାକିସ୍ତାନ ।
ଟସ୍ ଜିତିଥିବା ପାକିସ୍ତାନ ଅଧିନାୟକ ବାବର ଆଜାମ, ପ୍ରଥମେ ବ୍ୟାଟିଂ ପାଇଁ ନ୍ୟୁଜିଲାଣ୍ଡକୁ ଆମନ୍ତ୍ରଣ କରିଥିଲେ । ପ୍ରଥମେ ବ୍ୟାଟିଂ କରି କିୱି ଦଳ ପାକିସ୍ତାନ ଆଗରେ ୪୦୨ ରନର ଟାର୍ଗେଟ୍ ରଖିଥିଲା । ପାକିସ୍ତାନର ବ୍ୟାଟିଂ ବେଳେ ବର୍ଷା ସାଜିଥିଲା ବାଧକ ।
ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଅଷ୍ଟ୍ରେଲିଆ ଅଲଆଉଟ୍, ସଟ୍ ମାରୁ ମାରୁ ଖସିଗଲା କ୍ୟାମରନ୍ ଗ୍ରୀନଙ୍କ ବ୍ୟାଟ୍
୪୦୨ ରନର ବିଜୟ ଲକ୍ଷ୍ୟ ପିଛା କରି ବ୍ୟାଟିଂ କରୁଥିବା ପାକିସ୍ତାନର ଆରମ୍ଭ ସେତେଟା ଭଲ ନଥିଲା । ଦଳୀୟ ସ୍କୋର ମାତ୍ର ୬ ରନ୍ ହୋଇଥିବା ବେଳେ ଆଉଟ୍ ହୋଇ ଯାଇଥିଲେ ଓପନର ଅବଦ୍ଦୁଲ୍ଲାହ ଶାଫିକ୍ୟୁ । ଏହାପରେ ଫଖର ଜମନ୍ ଓ ବାବର ଆଜମଙ୍କ ଯୋଡ଼ି ମ୍ୟାଚକୁ ରୋମାଞ୍ଚକ କରି ଆସୁଥିବା ବେଳେ ବର୍ଷା ପାଇଁ ବ୍ୟାଟିଂ ସ୍ଥଗିତ ରହିଥିଲା ।
୨୧.୩ ଓଭରରେ ପାକିସ୍ତାନ ଗୋଟିଏ ୱିକେଟ୍ ହରାଇ ୧୬୦ ରନ୍ କରିଥିଲା । ପୁଣି ଥରେ ଖେଳ ଆରମ୍ଭ ହୋଇ ବର୍ଷା ହେବାରୁ ୨୫.୩ ଓଭରରେ ପାକିସ୍ତାନ ଗୋଟିଏ ୱିକେଟ୍ ହରାଇ ୨୦୦ ରନ୍ କରିଥିବା ବେଳେ ଖେଳ ବନ୍ଦ ରହିଥିଲା । ବର୍ଷା ପାଇଁ ଖେଳ ଖେଳା ନଯାଇ ପାରିବରୁ ପାକିସ୍ତାନକୁ ଡିଏଲଏସ୍ ନିୟମ ଅନୁସାରେ ବିଜୟୀ ଘୋଷଣା କରାଯାଇଛି ।
ବର୍ଷା ପାଇଁ ବ୍ୟାଟିଂରେ ବ୍ରେକ୍, ମ୍ୟାଚ୍ ଧୋଇଗଲେ ବିଶ୍ୱକପରୁ ବାହାରିଯିବ କି ପାକିସ୍ତାନ ?
ବିଜୟ ସହ ପାକିସ୍ତାନ ବିଶ୍ୱକପ୍ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନକୁ ଉଠିବା ସହ ଆଫଗାନିସ୍ତାନ ଷଷ୍ଠ ସ୍ଥାନରେ ରହିଛି । ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଆଫଗାନିସ୍ତାନ ୮ ପଏଣ୍ଟ ଲେଖାଏଁ ହାସଲ କରିଛନ୍ତି । ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ଆଉ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବାକୁ ଥିବାବେଳେ ଆଫଗାନିସ୍ତାନ ଆଉ ୨ଟି ମ୍ୟାଚ୍ ଖେଳିବ । ଆଜି ପାକିସ୍ତାନର ବିଜୟ ସହ ଦକ୍ଷିଣଆଫ୍ରିକା ସେମିରେ ସ୍ଥାନ ପକ୍କା କରିଛି ।
ଫକର ଜମନ୍ ୮୧ ବଲରେ ୧୧ ଛକା ଓ ୮ ଚଉକା ସାହାଯ୍ୟରେ ଅପରାଜିତ ୧୦୬ ରନ୍ କରିଛନ୍ତି । ସେହିଭଳି ବାବର ଆଜମ ୬୬ ବଲରେ କରିଛନ୍ତି ଅପରାଜିତ ୬୩ ରନ୍ । ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୫୦ ଓଭରରେ ୬ ୱିକେଟ୍ ହରାଇ ୪୦୧ ରନ୍ କରିଥିଲା । ଦଳ ପକ୍ଷରୁ ରଚିନ୍ ରବୀନ୍ଦ୍ର ୯୪ ବଲରେ ୧୦୮ ରନର ଶତକୀୟ ପାଳି ଖେଳିଥିଲେ । ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ୱିଲିୟମସନ୍ ୯୫ ରନ୍ କରିଥିବା ବେଳେ ରଚିନ୍ ରବୀନ୍ଦ୍ର ପାକିସ୍ତାନୀ ବୋଲରଙ୍କୁ ପ୍ରହାର କରିଥିଲେ ।
ଭୋଟିଂର ୩ ଦିନ ପୂର୍ବରୁ ଛତିଶଗଡ଼ରେ ଲାଲ୍ ହିଂସା, ପ୍ରଚାର ବେଳେ ବିଜେପି ନେତାଙ୍କୁ ହତ୍ୟା କଲେ ମାଓବାଦୀ