ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

କାରଗିଲ ଯୁଦ୍ଧକୁ ବିରୋଧ କରି ସରକାରରୁ ବିଦା ହୋଇଥିଲି: ନୱାଜ ଶରିଫ

Image Courtesy: economist

ଲହୋର: ଲଣ୍ଡନରୁ ଦୀର୍ଘ ୪ ବର୍ଷର ନିର୍ବାସିତ ଜୀବନ ବିତାଇବା ପରେ ପାକିସ୍ତାନ ଫେରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ । ଆସନ୍ତା ସାଧାରଣ ନିର୍ବାଚନରେ ପୁଣି ଥରେ ପ୍ରଧାନମନ୍ତ୍ରୀ ଚେହେରା ହେବାକୁ ଯାଉଥିବା ନଓ୍ବାଜ ଶରିଫ ଭାରତ ସମେତ କେତେକ ପଡ଼ୋଶୀ ଦେଶ ପ୍ରତି ନିଜର ପ୍ରେମ ଦେଖାଇଛନ୍ତି । ଏପରିକି ମୋଦୀ ଏବଂ ବାଜପେୟୀଙ୍କ ନାଁ ନେଇ ଭାରତ ସହ ଭଲ ସଂପର୍କ ଚାହୁଁଛନ୍ତି ବୋଲି କହିଛନ୍ତି ।

ସେପଟେ କାର୍‌ଗିଲ ଯୁଦ୍ଧକୁ ନେଇ ବଡ଼ ଖୁଲାସା କରିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ୍। ଯୁଦ୍ଧକୁ ଦୀର୍ଘ ୨୪ ବର୍ଷ ବିତିବା ପରେ ଶନିବାର ନଓ୍ବାଜ ଶରିଫ କହିଛନ୍ତି ଯେ, ପରଭେଜ ମୁଶାରଫ ହିଁ କାର୍‌ଗିଲ ଯୁଦ୍ଧର ମୂଳକାରଣ ଥିଲେ । ତେବେ କାରଗିଲ ଯୁଦ୍ଧ ଯୋଜନାକୁ ବିରୋଧ କରିବାରୁ ମୁଶାରଫ ତାଙ୍କୁ ସରକାରରୁ ବିଦା କରିଥିଲେ ବୋଲି ନୱାଜ ଦାବି କରିଛନ୍ତି । ନୱାଜ ଭାରତ ସମେତ ଅନ୍ୟ ପଡ଼ୋଶୀଙ୍କ ସହ ଭଲ ସମ୍ପର୍କ ରଖିବା ଉପରେ ଗୁରୁତ୍ୱ ଦେଉଥିଲେ। ହେଲେ ମୁଶାରଫ ଯୁଦ୍ଧ ଚାହୁଁଥିଲେ ବୋଲି ନଓ୍ବାଜ କହିଛନ୍ତି । 

ପାକିସ୍ତାନର ୩ ଥର ପ୍ରଧାନମନ୍ତ୍ରୀ ଶରିଫଙ୍କୁ କାହିଁକି ସମୟ ପୂର୍ବରୁ ପଦରୁ ବିତାଡ଼ିତ କରାଯାଇଥିଲା ବୋଲି ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତରରେ ନୱାଜ କହିଥିଲେ, ୧୯୯୩ ଓ ୧୯୯୯ରେ ମୋତେ କାହିଁକି ବାହାର କରାଗଲା ମୋତେ ଜଣାଇବା ଉଚିତ । ମୁଁ ଯେତେବେଳ କାର୍‌ଗିଲ ଯୋଜନାକୁ ବିରୋଧ କରି ଏପରି କରିବା ଉଚିତ ନୁହେଁ ବୋଲି କହିଲି ମୋତେ ଜେନେରାଲ ପରଭେଜ ମୁଶାରଫଙ୍କ ଦ୍ୱାରା ବିତାଡ଼ିତ କରାଗଲା। ହେଲେ ପରେ ମୁଁ ଯାହା କହିଥିଲି ତାହା ଠିକ୍ ପ୍ରମାଣିତ ହେଲା। ଏହା ବ୍ୟତୀତ ସେ ପ୍ରଧାନମନ୍ତ୍ରୀ ଥିବା ବେଳେ ୨ ଭାରତୀୟ ପ୍ରଧାନମନ୍ତ୍ରୀ ପାକିସ୍ତାନ ଗସ୍ତ କରିଥିବା କହିଛନ୍ତ ନଓ୍ବାଜ ।

ଅନ୍ୟପଟେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ପାକିସ୍ତାନକୁ ଭାରତ, ଆଫଗାନିସ୍ତାନ ଏବଂ ଇରାନ ସହ ସଂପର୍କ ଦୃଢ଼ କରିବାକୁ ହେବ । ଏହା ସହ ଚୀନ୍‌ ସହ ସଂପର୍କ ଅଧିକ ଦୃଢ଼ କରିବାର ଆଶବ୍ୟକତା ରହିଛି । ତେବେ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ଠାରୁ ପାକିସ୍ତାନର ଅର୍ଥନୀତିର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାରୁ ନଓ୍ବାଜ ଶରିଫ ଦୁଃଖପ୍ରକାଶ କରିଛନ୍ତି ।

ସେପଟେ ଆସନ୍ତା ନିର୍ବାଚନ ପାଇଁ ଟିକେଟ୍ ଆଶାୟୀଙ୍କ ବିଷୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ନୱାଜ ଏହି ତଥ୍ୟର ଖୁଲାସା କରିଥିଲେ। ଏହାସହିତ ସେ କହିଥିଲେ ଯେ ମୁଁ ୩ ଥର ପ୍ରଧାନମନ୍ତ୍ରୀ ହୋଇଛି ଓ ଭଲ କାର୍ଯ୍ୟ କରିଛି। ତଥାପି ମୋତେ ବିଦା କରାଯାଇଥିଲା। ପଡ଼ୋଶୀ ସହ ସମ୍ପର୍କକୁ ଗୁରୁତ୍ୱ ଦେଇ ନୱାଜ କହିଥିଲେ ମୋ ପ୍ରଧାନମନ୍ତ୍ରୀ ହେବା ସମୟରେ ହିଁ ଦୁଇ ଜଣ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଟଳ ବିହାରୀ ବାଜପେୟୀ ଲାହୋର ଆସିଥିଲେ। 

  • Pakistan
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.