ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅସୁସ୍ଥ ପତ୍ନୀଙ୍କୁ ଦେଖିବାକୁ ତିହାର ଜେଲରୁ ଆସି ଘରେ ପହଞ୍ଚିଲେ ସିସୋଦିଆ, କୋର୍ଟ ଦେଇଛନ୍ତି ୭ ଘଣ୍ଟାର ସମୟ

ନୂଆଦିଲ୍ଲୀ, ୧୧/୧୧: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ଆପ୍ ନେତା ମନୀଷ ସିସୋଦିଆ ଶନିବାର ତାଙ୍କ ଅସୁସ୍ଥ ପତ୍ନୀଙ୍କୁ ଭେଟିବା ଲାଗି ତିହାର୍ ଜେଲରୁ ଘରେ ପହଞ୍ଚିଛନ୍ତି । ଦିଲ୍ଲୀର ଏକ କୋର୍ଟ ସିସୋଦିଆଙ୍କୁ ଶୁକ୍ରବାର ସୁରକ୍ଷା ସହ ପତ୍ନୀଙ୍କୁ ଭେଟିବାକୁ ଅନୁମତି ଦେଇଥିଲେ । ଦିନ ୧୦ରୁ ୫ଟା ଯାଏ ପତ୍ନୀଙ୍କୁ ଭେଟିବାକୁ ସମୟ ଦେଇଛନ୍ତି କୋର୍ଟ ।

ଦିଲ୍ଲୀ ମଦ ନୀତି ମାମଲାରେ ଆର୍ଥିକ ଅନିୟମିତତା ଅଭିଯୋଗରେ ସିସୋଦିଆଙ୍କୁ ଗତ ଫେବ୍ରୁଆରୀରେ ଗିରଫ କରିଥିଲା ସିବିଆଇ । ଏବେ ସିସୋଦିଆ ବିଚାରଧୀନ କଏଦୀ ଭାବେ ତିହାର୍ ଜେଲରେ ଅଛନ୍ତି । ଆଜି ସିସୋଦିଆ ଜେଲ୍ ଭ୍ୟାନରେ ସୁରକ୍ଷା ଭିତରେ ମଥୁରା ରୋଡ୍ ସ୍ଥିତ ଘରେ ପହଞ୍ଚିଥିଲେ ।

ଭାରତ ଓ ଆମେରିକା ମିଳିତ ଭାବେ ନିର୍ମାଣ କରିବେ ଯୁଦ୍ଧ ବାହାନ, ଚୀନକୁ କାଉଣ୍ଟର ପାଇଁ ପ୍ରସ୍ତୁତି

ଅସୁସ୍ଥ ପତ୍ନୀଙ୍କୁ ଭେଟିବା ଲାଗି କୋର୍ଟଙ୍କୁ ୫ ଦିନ ସମୟ ମାଗିଥିଲେ ସିସୋଗିଆ । ଆବେଦନରେ ମନୀଷ ସିସୋଦିଆ ଦର୍ଶାଇଥିଲେ, ପତ୍ନୀ ଅସୁସ୍ଥ ଅଛନ୍ତି । ସିସୋଦିଆଙ୍କ ଆବେଦନକୁ ବିଚାରକୁ ନେଇ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ କେବଳ ୭ ଘଣ୍ଟା ପାଇଁ ଅନୁମତି ଦେଇଥିଲେ । କହିଥିଲେ ଏହି ସମୟରେ ସିସୋଦିଆ ଗଣମାଧ୍ୟମ ସହ କଥା ହେବେ ନାହିଁ କି କୌଣସି ରାଜନୈତିକ କାର୍ଯ୍ୟକଳାପରେ ସାମିଲ୍ ହେବେ ନାହିଁ ।

ଏହା ପୂର୍ବରୁ ଜୁନ୍ ମାସରେ ମଧ୍ୟ ପତ୍ନୀଙ୍କୁ ଭେଟିବା ଲାଗି ସିସୋଦିଆଙ୍କୁ ଅନୁମତି ମିଳିଥିଲା । କିନ୍ତୁ ସେତେବେଳେ ପତ୍ନାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଫଳରେ ସିସୋଦିଆ ଭେଟି ପାରି ନଥିଲେ ।

ଜମି ବଦଳରେ ଚାକିରି ମାମଲାରେ ଇଡିର କାର୍ଯ୍ୟାନୁଷ୍ଠାନ, ଲାଲୁଙ୍କ ଘନିଷ୍ଠ ଅମିତ୍ ଗିରଫ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.