ଭୁବନେଶ୍ୱର,୧୨/୨ : ରାଜ୍ୟ କ୍ୟାବିନେଟ ବୈଠକରେ ୨୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ । ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ରାଜ୍ୟ କ୍ୟାବିନେଟ । ୧୪ଟି ବିଭାଗର ୨୭ଟି ପ୍ରସ୍ତାବକୁ ମିଳିଛି ମଞ୍ଜୁରି । ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ନିଆଯାଇଛି । ରାସନ ହିତାଧିକାରୀଙ୍କୁ ମିଳିବ ହଜାରେ ଟଙ୍କା । ଏହାସହ ଦୁଇଟି ଝୋଟ ବ୍ୟାଗ ମିଳିବ । ଏହାଦ୍ବାରା ରାଜ୍ୟର ପ୍ରାୟ ୯୫.୯୦ ଲକ୍ଷ କୋଟି ହିତାଧିକାରୀ ଲାଭବାନ ହେବେ ।
ସେହିପରି ରାଜ୍ୟ ସରକାର ଉଦ୍ୟମୀଙ୍କ ପାଇଁ ସ୍ୱୟଂ ଯୋଜନା ଆଣିବେ । ଯୁବକ ଏବଂ ଯୁବତୀଙ୍କୁ ମିଳିବ ସୁଧମୁକ୍ତ ବ୍ୟାଙ୍କ ଋଣ । ଉଦ୍ୟୋଗ ଲାଗି ଏଥିରେ ବିନା ସୁଧରେ ୧ ଲକ୍ଷ ଟଙ୍କା ଋଣ ଦିଆଯିବ । ଉଦ୍ୟୋଗ ଥିଲେ ବି ଏହାର ଲାଭ ନେଇପାରିବେ । ଏଥିପାଇଁ ହିତାଧିକାରୀଙ୍କ ବୟସ ୧୭ ବର୍ଷରୁ ୩୫ ବର୍ଷ ମଧ୍ୟରେ ରହିବା ଦରକାର । ଋଣ ଶୁଝିବା ପାଇଁ ୪ ବର୍ଷ ସମୟ ଦିଆଯିବ । ଏହି ଯୋଜନା ପାଇଁ ୪୪୭ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।