ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶିଶୁ ସୁରକ୍ଷା ଆୟୋଗଙ୍କ ଫତୁଆ, ଶିଶୁ ଶ୍ରମିକଙ୍କୁ ବ୍ୟବସାୟ ପ୍ରତିଷ୍ଠାନ ମନା

ଭୁବନେଶ୍ୱର, ୬।୦୨: ଏଣିକି ସହରାଞ୍ଚଳର କୌଣସି ବ୍ୟବସାୟିକ ପ୍ରତିଷ୍ଠାନରେ ଶିଶୁ ଶ୍ରମିକ ରହିପାରିବେନି । ସେମାନଙ୍କୁ ଖଟାଇଲେ ପ୍ରତିଷ୍ଠାନ ମାଲିକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ମନ୍ଦାକିନୀ କର ଏନେଇ ମଙ୍ଗଳବାର ଏକ ଫତୁଆ ଜାରି କରିଛନ୍ତି । ନିର୍ଦ୍ଦେଶାବଳୀ ଅନୁସାରେ, ଏହି ନିୟମ ସମସ୍ତ ଛୋଟ ଓ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ, ସୋ ରୁମ୍‌, ସପିଂ ମଲ୍‌, ଦୋକାନରେ ଲାଗୁ କରାଯିବ । ନିୟମ ଖିଲାପ କଲେ, ସେହି ପ୍ରତିଷ୍ଠାନର ଲାଇସେନ୍ସ ବାତିଲ ହେବ । ବ୍ୟବସାୟିକ ପ୍ରତିଷ୍ଠାନ ସାମ୍ନାରେ ଏକ ଫଳକ ବୋର୍ଡ ଲଗାଇବା ବାଧ୍ୟତାମୂଳକ । ସେଥିରେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ‘ଆମ ପ୍ରତିଷ୍ଠାନରେ କୌଣସି ଶିଶୁ ଶ୍ରମିକ ନିୟୋଜିତ ନାହାନ୍ତି’ ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି । 

ରାଜ୍ୟର ସମସ୍ତ ମହାନଗର ନିଗମ, ପୌରପାଳିକା ଏବଂ ଏନ୍‌ଏସିଗୁଡ଼ିକରେ କଟକଣା ବଳବତ୍ତର ରହିବ । ଜିଲ୍ଲା ବ୍ୟବସାୟ ସଂଘ, ଚ୍ୟାମ୍ବର ଅଫ୍‌ କମର୍ସ, ସପିଙ୍ଗ୍‌ ମଲ୍‌, ଛୋଟ ଦୋକାନୀ, ରାସ୍ତା କଡ଼ରେ ଭେଣ୍ଡର, ହକର, ହୋଟେଲ ଓ ରେଷ୍ଟୁରାଣ୍ଟ, ଜାତୀୟ ରାଜପଥ କଡ଼ର ଢାବା ଏବଂ ପରିବହନ ସଂଘ ସହିତ ଏକ ବୈଠକ ଆୟୋଜନ କରି ଶିଶୁ ସୁରକ୍ଷା ଆୟୋଗଙ୍କୁ ରିପୋର୍ଟ ପ୍ରଦାନ କରିବେ । ଲାଇସେନ୍ସ ଆଣିବା ବେଳେ କୌଣସି ଶିଶୁ ଶ୍ରମିକ ରଖିବେ ନାହିଁ ବୋଲି ମଧ୍ୟ ଲିଖିତ ଭାବରେ ଦେବା ପରେ ବ୍ୟବସାୟ କରିବା ପାଇଁ ଅନୁମତି ମିଳିବ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.