ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଡକାୟତ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଗିରଫ; ଏକାଧିକ ମାମଲାରେ ସମ୍ପୃକ୍ତ, ବନ୍ଧୁକ ଜବତ

ରାଜଗାଙ୍ଗପୁର, ୨୭।୨: ରାଜଗାଙ୍ଗପୁର କୁତ୍ରା ବଡ଼ ଗାଁ ଥାନା ଅଞ୍ଚଳରେ ଲୁଟ୍ । ରାହାଜାନୀ, ଡକାୟତି ଭଳି ଅନେକ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଡକାୟତ ଦଳର  ମାଷ୍ଟର ମାଇଣ୍ଡ   ମୋଷ୍ଟ ୱାଣ୍ଟେଡ୍ ଅରବିନ୍ଦ ତିର୍କୀକୁ କୁତ୍ରା ପୁଲିସ ଗିରଫ କରିଥିବା ନେଇ ଆଜି ବଡ଼ଗାଁ ଏସଡିପିଓ ଅଭିଷେକ ପାଣିଗ୍ରାହୀ  ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ରାଜଗାଙ୍ଗପୁର ଥାନା ଲମଲୋଇ ଗ୍ରାମର ଅରବିନ୍ଦ ଦୀର୍ଘ ୬ ମାସ ହେବ ସୁନ୍ଦରଗଡ଼ ପୁଲିସ ଜିଲ୍ଲାର ବଡ଼ ଗାଁ, ରାଜଗାଙ୍ଗପୁର, କୁତ୍ରା, ବିରମିତ୍ରପୁର ରାଏବଗା ଥାନା, ରାଉରକେଲାର କେବଲାଙ୍ଗ ସହ ସମ୍ବଲପୁର ଜିଲ୍ଲାର ଗୋବିନ୍ଦପୁର ଅଞ୍ଚଳରେ ଲୁଟ୍, ଡକାୟତି ଭଳି ୩୧ଟି ଅପରାଧର ମାଷ୍ଟର ମାଇଣ୍ଡ ବୋଲି ଏସଡିପିଓ ଅଭିଷେକ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ପୂର୍ବରୁ ରାଜଗାଙ୍ଗପୁର ୪ ଜଣ ଓ ରାଉରକେଲାର କିଛି ସହଯୋଗୀକୁ ପୁଲିସ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଅରବିନ୍ଦ ଫେରାର ଥିଲା । ଗତ କାଲି ସନ୍ଧ୍ୟାରେ ପୁଲିସ ଖବର ପାଇ ଅରବିନ୍ଦକୁ ତାଙ୍କ ଶଶୁର ଘର ରାଏବଗା ଥାନା ଦୁଙ୍ଗାଘାଟ ଅଞ୍ଚଳରୁ ଗିରଫ କରିବାରେ ସଫଳ ହୋଇଥିଲା । ପୁଲିସ ଗିରଫ ଅଭିଯୁକ୍ତଠାରୁ ଏକ ରିଭଲଭର ସହ ଲୁଟ୍ ହୋଇଥିବା ବ୍ୟାଙ୍କ ଡକ୍ୟୁମେଣ୍ଟ ପୁଲିସ ଜବତ କରିଛି । ବିଭିନ୍ନ ଅପରାଧରେ ପ୍ରାୟ ୩୦ ଲକ୍ଷ ଟଙ୍କା ଲୁଟି ଥିବା ନେଇ ଅଭିଯୁକ୍ତ ପୁଲିସ ଆଗରେ ସ୍ୱୀକାର କରିଛି । ଅରବିନ୍ଦ ଗିରଫ ହେବା ପରେ ଜିଲ୍ଲାରେ ଅପରାଧ ହ୍ରାସ ପାଇବ ବୋଲି ପୁଲିସ ଆଶ୍ୱସ୍ତି ବ୍ୟକ୍ତ କରିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.