ପ୍ରମୁଖ ଖବର
  • ଆଇପିଏଲ୍‌ରେ ଆଜି ଦିଲ୍ଲୀ ଓ ଗୁଜୁରାଟ ମଧ୍ୟରେ ଟକ୍କର, ଅହମ୍ମଦାବାଦରେ ହେବ ମୁକାବିଲା
  • ||
  • ଦୁବାଇରେ ବର୍ଷାର ପ୍ରକୋପ, ଚାରିଆଡେ ଖାଲି ପାଣି ପାଣି, ଓମାନରେ ଚାଲିଗଲା ୧୮ ଜୀବନ
  • ||
  • ଭୁବନେଶ୍ଵର : ଅସହ୍ୟ ତାତି ଓ ଗୁଳୁଗୁଳିରେ ସିଝୁଛି ରାଜ୍ୟ, ୪ ଦିନ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ୧୮ ଓ ୧୯ରେ ୪୫ ଡିଗ୍ରୀ ଛୁଇଁବ
  • ||
  • ଭୁବନେଶ୍ଵର : ଆଜି ପବିତ୍ର ରାମନବମୀ, ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ପ୍ରଥମ ରାମନବମୀ, ଆସିବେ ୨୫ ଲକ୍ଷ ଶ୍ରଦ୍ଧାଳୁ
  • ||

ମାର୍ଚ୍ଚ ୭ରେ ଧର୍ମଶାଳା ଟେଷ୍ଟ: ରେକର୍ଡ ଅପେକ୍ଷାରେ ରୋହିତ, ଜୈସ୍ୱାଲ୍‌

ଧର୍ମଶାଳା,୦୩/୦୩: ମାର୍ଚ୍ଚ ୭ତାରିଖରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟରେ କିଛି ରେକର୍ଡ ସ୍ଥାପନ ହେବାର ସୁଯୋଗ ରହିଛି । ଯୁବ ଓପନର ଯଶସ୍ୱୀ ଜୈସ୍ୱାଲ, ଅଧିନାୟକ ରୋହିତ ଶର୍ମା ଓ ଇଂଲଣ୍ଡ ବୋଲର ଜେମ୍ସ ଆଣ୍ଡରସନଙ୍କ ନାମରେ ରେକର୍ଡ ଯୋଡି ହୋଇପାରେ । 

ଜୈସ୍ୱାଲ୍‌ ଚଳିତ ସିରିଜରେ ୬୫୫ରନ୍‌ ସଂଗ୍ରହ କରିସାରିଛନ୍ତି । ଏଥିରେ ୨ଟି ଦ୍ୱିଶତକ ଓ ୨ଟି ଅର୍ଦ୍ଧଶତକ  ରହିଛି । ଆଉ ୪୫ ରନ୍‌ କଲେ ସେ ପ୍ରଥମ ଭାରତୀୟ ଭାବେ ଇଂଲଣ୍ଡ ବିପକ୍ଷ ଏକ ସିରିଜରେ ୭୦୦ ରନ୍‌ ପୂର୍ଣ୍ଣ କରିବେ।  ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜରେ କେବଳ ୨ଜଣ ଖେଳାଳି ୭୦୦ରୁ ଊଦ୍ଧ୍ୱର୍ ରନ୍‌ ସଂଗ୍ରହ କରିଛନ୍ତି । ୧୯୯୦ରେ ଅନୁଷ୍ଠିତ  ଭାରତ ବିପକ୍ଷ ଟେଷ୍ଟ ସିରିଜରେ ଗ୍ରାହାମ ଗୁଚ୍‌ ୭୫୨ ରନ୍‌  ସଂଗ୍ରହ କରିଥିଲେ । ସେହିପରି ୨୦୨୧/୨୨ ସିରିଜରେ ଜୋ  ରୁଟ୍‌ ୭୩୭ ରନ୍‌ କରିଥିଲେ । ଭାରତ ପକ୍ଷରୁ ସର୍ବାଧିକ ରନ୍‌ ରେକର୍ଡ ବିରାଟ କୋହଲିଙ୍କ ନାମରେ ରହିଥିଲା । ସେ ୨୦୧୬  ସିରିଜରେ ୬୫୫ ରନ୍‌ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ  ରାହୁଲ ଦ୍ରାବିଡ୍‌ ୨୦୦୨ ସିରିଜରେ ୬୦୨ ରନ୍‌,  କୋହଲି ୨୦୧୮ ସିରିଜରେ ୫୯୩ ରନ୍‌, ବିଜୟ  ମଞ୍ଜରେକର ୧୯୬୧/୬୨ ସିରିଜରେ ୫୮୬ ଓ ସୁନୀଲ  ଗାଭାସ୍କର ୧୯୭୯ ସିରିଜରେ ୫୪୧ ରନ୍‌ କରିଥିଲେ ।  

ରୋହିତ ଶର୍ମା ପଞ୍ଚମ ଟେଷ୍ଟରେ ୬ଟି ଛକା  ମାରିଲେ ବିଶ୍ୱର ପ୍ରଥମ ଖେଳାଳି ଭାବେ ଅନ୍ତର୍ଜାତୀୟ  କ୍ରିକେଟ୍‌ରେ ୬୦୦ଛକା ପୂର୍ଣ୍ଣ କରିବେ । ସେ ବର୍ତ୍ତମାନ ସୁଦ୍ଧା  ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସର୍ବାଧିକ ଛକା ମାରିସାରିଛନ୍ତି ।  ୩ଟି ଯାକ ଫର୍ମାଟ୍‌କୁ ମିଶାଇ ସେ ମୋଟ୍‌ ୫୯୪ଟି  ଛକା ମାରିଛନ୍ତି । ଏହି ତାଲିକାର ଦ୍ୱିତୀୟ ସ୍ଥାନରେ  ରହିଥିବା କ୍ରିସ୍‌ ଗେଲ୍‌ ୫୫୩ ଓ ତୃତୀୟ ସ୍ଥାନରେ  ରହିଥିବା ସହିଦ ଆଫ୍ରିଦି ୪୭୬ଟି ଛକା ମାରିଛନ୍ତି ।  

ଇଂଲଣ୍ଡ ପେସ୍‌ ବୋଲର ଜେମ୍ସ ଆଣ୍ଡରସନ୍‌  ୭୦୦ ୱିକେଟ୍‌ କ୍ଲବ୍‌ରେ ସାମିଲ ହେବାର  ଯଥେଷ୍ଟ ସମ୍ଭାବନା ରହିଛି । ଆଉ ୨ଟି ୱିକେଟ୍‌ ନେଲେ  ଆଣ୍ଡରସନ୍‌ ବିଶ୍ୱର ତୃତୀୟ ବୋଲର ଭାବେ ୭୦୦ ୱିକେଟ୍‌  ପୂରଣ କରିବେ । କେବଳ ମୁଥୟା ମୂରଲୀଥରନ(୮୦୦)  ଓ ସେନ ୱାର୍ଣ୍ଣ(୭୦୮) ଏହି କ୍ଲବ୍‌ର ସଦସ୍ୟ ରହିଛନ୍ତି ।  ଧର୍ମଶାଳା ପିଚ୍‌ ପେସ୍‌ ବୋଲରଙ୍କୁ ସହାୟତା କରିବା ନିଶ୍ଚିତ ।  ତେଣୁ ଆଣ୍ଡରସନଙ୍କ ଅପେକ୍ଷାରେ ପୂର୍ଣ୍ଣଛେଦ ପଡ଼ିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.