ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

ବିଶ୍ବକପରେ ଛକା ମାରିବାରେ ରେକର୍ଡ କଲେ ରୋହିତ ଶର୍ମା, ପଛରେ ରହିଗଲେ କ୍ରିସ୍‌ ଗେଲ୍‌

Image Courtesy: espncricinfo

ମୁମ୍ବାଇ: ଭାରତୀୟ ଅଧିନାୟକ ରୋହିତ ଶର୍ମା ଛକାରେ ଅର୍ଦ୍ଧଶତକ ପୂରଣ କରିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ସେମି ଫାଇନାଲ ମୁକାବିଲାରେ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି ରୋହିତ ଶର୍ମା । ୫୦ ତମ ଛକା ମାରିବା ସହ ଓ୍ବେଷ୍ଟ ଇଣ୍ଡିଜ୍‌ର ପୂର୍ବତନ ବ୍ୟାଟର କ୍ରିସ୍‌ ଗେଲଙ୍କୁ ପଛରେ ପକାଇ ଦେଇଛନ୍ତି ରୋହିତ । ଟୁର୍ଣ୍ଣାମେଣ୍ଟରେ ଗେଲ୍‌ ୪୯ଟି ଛକା ମାରିଥିଲେ। ଆଉ ଏବେ ସର୍ବାଧିକ ଛକା ମାରିବାର ରେକର୍ଡ ହିଟ ମ୍ୟାନ୍‌ ରୋହିତ ଶର୍ମା ନିଜ ନାଁରେ କରିଛନ୍ତି ।

 ଆଜିର ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ରୋହିତ ଶର୍ମା ୨୯ଟି ବଲ୍‌ରେ ୧୬୨.୦୭ ଷ୍ଟ୍ରାଇକ୍‌ ରେଟ୍‌ ସହ ୪୭ ରନ୍‌ କରି ପାଭିଲିୟନ୍ ଫେରିଥିଲେ । ଏଥିରେ ସେ ୪ଟି ଚୌକା ଏବଂ ୪ଟି ଛକା ମାରିଥିଲେ । ଏହି ୪ଟି ଛକା ସମେତ ରୋହିତ ଶର୍ମା ବିଶ୍ବକପରେ ମୋଟ୍‌ ୫୧ଟି ଛକା ମାରି ରେକର୍ଡ କରିଛନ୍ତି । ଚଳିତ ବିଶ୍ବକପରେ ୨୭ଟି ଛକା ମାରିସାରିଛନ୍ତି ରୋହିତ ଶର୍ମା । କ୍ରୀସ ଗେଲ୍‌ ୩୫ଟି ମ୍ୟାଚ୍‌ରେ ୪୯ଟି ଛକା ମାରିଥିଲେ । ହେଲେ ରୋହିତ ଶର୍ମା ୨୭ଟି ମ୍ୟାଚ୍‌ରେ ୫୧ଟି ଛକା ମାରିଛନ୍ତି ।

ଛକା ମାରିବା ବ୍ୟତୀତ ରନ୍‌ କରିବାରେ ମଧ୍ୟ କ୍ରିସ୍‌ ଗେଲ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି ରୋହିତ ଶର୍ମା । ହିଟ ମ୍ୟାନ୍‌ ୨୭ଟି ପାଳିରେ ୬୧.୧୨ ଆଭେରେଜ୍‌ ସହ ୧୫୨୮ ରନ୍‌ କରିଛନ୍ତି । ହେଲେ କ୍ରିସ୍‌ ଗେଲ୍‌ ୩୪ଟି ପାଳିରେ ୩୫.୯୩ ଆଭେରେଜ୍‌ ସହ ୧୧୮୬ ରନ୍‌ କରିଥିଲେ। ଏହି ସବୁ ମ୍ୟାଚ୍‌ରେ ରୋହିତ ଶର୍ମା ୬ଟି ଅର୍ଦ୍ଧଶତକ କରିଥିବା ବେଳେ ଗେଲ ମାତ୍ର ଦୁଇଟି ଅର୍ଦ୍ଧଶତକ କରିଥିଲେ ।

୨୦୨୩ ସେମି ଫାଇନାଲ ମୁକାବିଲା ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟ ଓ୍ବାଙ୍କେଡେ ଷ୍ଟାଡିୟମରେ ଖେଳାଯାଉଛି । ରୋହିତ ଶର୍ମା ୪୭ ରନ୍‌ କରି ଆଉଟ ହୋଇଥିଲେ । ପରେ ଶୁବମନ ଗିଲ ୭୯ ରନ୍‌ କରିଥିବା ବେଳେ ରିଟାୟର୍ଡ ହଟ ହୋଇ ପାଭିଲିୟନ୍‌ ଫେରିଛନ୍ତି । ଏହା ପରେ ବିରାଟ କୋହଲି ଏବଂ ଶ୍ରେୟସ ଆୟାରଙ୍କ ଯୋଡ଼ି କମାଲ କରିଛି । 

  • ODI World Cup 2023
  • Copyright © 2022 - Summa Real Media Private Limited. All Rights Reserved.