ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ଶୀତରେ ଦୌଡ଼ିବା ସବୁଠୁ ଲାଭଦାୟକ, ଓଜନ କମିବା ସହ ସୁସ୍ଥ ରହିଥାଏ ହୃଦୟ

ନୂଆଦିଲ୍ଲୀ ୦୩/୧୧: ଆରମ୍ଭ ହେଲାଣି ଶୀତ । ଶୀତରେ ଦୌଡ଼ିବା ସବୁଠାରୁ ଭଲ ବ୍ୟାୟାମ । ଏହାକୁ ନିୟମିତ କରିବା ଦ୍ୱାରା ଦୀର୍ଘଦିନ ଯାଏ ସୁସ୍ଥ ରହିପାରିବେ । କିନ୍ତୁ ଜାଣନ୍ତି କି ଖରାଦିନ ତୁଳନାରେ ଶୀତ ଋତୁରେ ଦୌଡ଼ିବା ଅଧିକ ଲାଭଦାୟକ । ଦୌଡିବା ଦ୍ୱାରା ଓଜନ କମିବାଠାରୁ ଆରମ୍ଭ କରି ହୃଦୟ ସୁସ୍ଥ ରଖିବା ଯାଏ ବହୁତ କିଛି ଫାଇଦା ମିଳିଥାଏ ।

ସଂକ୍ଷେପରେ 

  • ସମ୍ବେଦନଶୀଳତା ଅଧିକ ରହେ
  • ଶରୀର ଗରମ ରହେ
  • ସୁସ୍ଥ ରହେ ହୃଦୟ
  • ଓଜନ କମିଥାଏ 

ଶୀତରେ ଦୌଡ଼ିବାର ଫାଇଦା :

ବିନା କୌଣସି ଉପକରଣରେ କରାଯାଇପାରୁଥିବା ଲାଭଦାୟକ ବ୍ୟାୟାମ ହେଉଛି ଦୌଡ଼ିବା । ଖରାଦିନ ଅପେକ୍ଷା ଶୀତଦିନେ ଏହାର ଫାଇଦା ଅଧିକ ମିଳିଥାଏ ।

ଟିକେ ଧ୍ୟାନ ଦିଅନ୍ତୁ :

ଶୀତ ଆରମ୍ଭ ହୋଇସାରିଛି । ସେଥିପାଇଁ ନିଜକୁ ପ୍ରସ୍ତୁତ କରିବା ଏକ ପ୍ରକାର ଭିନ୍ନ ଟାସ୍କ । ଶୀତଦିନେ ଖାଦ୍ୟପାନୀୟର ବହୁ ବିକଳ୍ପ ରହିଥାଏ । ଯଦି ଖାଦ୍ୟରେ ନିୟନ୍ତ୍ରଣ ନ କରାଯାଏ, ତେବେ ଓଜନ ବଢିବାର ଆଶଙ୍କା ରହିଥାଏ । ଫଳରେ ଓଜନ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ବଢିଥାଏ । ଓଜନ ବଢିବା ଅର୍ଥ ନୁହେଁ ଜିମ୍‌ ଯିବା ଜରୁରି । ବରଂ ଦୌଡ଼ିବା ଓ ଚାଲିବା ପରି ବିନା ଉପକରଣରେ ବ୍ୟାୟାମ ଅଧିକ ଫାଇଦା ପହଞ୍ଚାଇଥାଏ । ଚାଲନ୍ତୁ ଦେଖିବା ଶୀତରେ ଦୌଡ଼ିବା କେମିତି ଲାଭପ୍ରଦ ।


ସମ୍ବେଦନଶୀଳତା ଅଧିକ ରହେ :

ସର୍ଭେ ଅନୁସାରେ ଶୀତରେ ତାପଜ ସମ୍ବେଦନଶୀଳ ସ୍ତର ଗରମ ଦିନ ତୁଳନାରେ ୩୨ ପ୍ରତିଶତ ଅଧିକ ରହିଥାଏ । ଥର୍ମାଲ ସେନ୍ସସେନାଲ ଲେଭଲ୍‌ ବା ତାପଜ ସମ୍ବେଦନଶୀଳ ସ୍ତର ଅର୍ଥାତ ଶୀତରେ ଦୌଡ଼ିବା ଦ୍ୱାରା ଶରୀରକୁ ଅଧିକ ଆରାମ ମିଳିଥାଏ । ଏହାର ଅର୍ଥ ଶୀତରେ ଦୌଡ଼ିବା ସହଜ ହୋଇଥାଏ । ଜଲଦୀ ଥକ୍କାପଣ ଆସି ନଥାଏ । କିନ୍ତୁ ଖରାଦିନେ ସାମାନ୍ୟ ଦୌଡ଼ିବା ଦ୍ୱାରା ଥକ୍କାପଣ ବଢିଥାଏ ।

ଶରୀର ଗରମ ରହେ :

ଶୀତରେ ଶରୀରକୁ ଉଷୁମ ରଖିବାର ଶ୍ରେଷ୍ଠ ବିକଳ୍ପ ହେଉଛି ଦୌଡ଼ିବା । ଏହି ଋତୁରେ ଅଧିକ ଝାଳ ବାହାରି ନଥାଏ, ତେଣୁ ଜଳାଭାବ ସମସ୍ୟା ଆଦୌ ଆସି ନଥାଏ । ବରଂ ଦୌଡ଼ିବା ଦ୍ୱାରା ଶରୀରର ତାପମାତ୍ରା ବଢିଥାଏ । ଆଉ ଥଣ୍ଡା କମ୍‌ ଲାଗିଥାଏ ।

ସୁସ୍ଥ ରହେ ହୃଦୟ :

ଗବେଷଣାରୁ ଜଣାପଡିଛି ଦୌଡ଼ିବା ଦ୍ୱାରା ହୃଦୟ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇଥାଏ । ନିୟମିତ ଦୌଡ଼ିବା ଦ୍ୱାରା କାରୋନାରୀ ହାର୍ଟ ଡିଜିଜ୍‌ର ଆଶଙ୍କା ୩୦ରୁ ୪୦ ପ୍ରତିଶତ ଯାଏ କମ୍‌ ରହିଥାଏ । ଫଳରେ ଷ୍ଟ୍ରୋକ୍‌ ହେବାର ଆଶଙ୍କା କମ୍‌ ରହିଥାଏ ।

ଦୌଡ଼ିବା ବେଳେ :

ଅଧିକ ଥଣ୍ଡା ଥିବା ବେଳେ ସାରା ଶରୀରକୁ ଢାଙ୍କିବା ପରେ ଦୌଡ଼ିବା ଆବଶ୍ୟକ । ସେହିପରି ଏହି ସମୟରେ ଭଲ ଜୋତା ବ୍ୟବହାର କରିବାକୁ ଭୁଲନ୍ତୁନାହିଁ ।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.