ମସ୍କୋ : ଦୁନିଆର ସବୁଠୁ ଶକ୍ତିଶାଳୀ ନେତାଙ୍କ ମଧ୍ୟରେ ପ୍ରସିଦ୍ଧ ରୁଷ୍ର ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କର ମୃତ୍ୟୁର ଗୁଜବ ପ୍ରଚାରିତ ହେଉଛି। ଏହି ଗୁଜବ ନିଜେ ରୁଷ୍ ହିଁ କରିଛି। ଏପରି ଏକ ଆଶ୍ଚର୍ଯ୍ୟକର ଦାବି କରିଛି ୟୁକ୍ରେନର ସେନା। ୟୁକ୍ରେନ୍ ଦାବି କରିଛି କି, ରୁଷୀୟ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ (କ୍ରେମଲିନ) ଏହି ଗୁଜବ ପ୍ରସାର କରିଛି କି, ପୁଟିନଙ୍କର ମୃତ୍ୟୁ ହୋଇ ଯାଇଛି। ସେ ଏମିତି ପୁଟିନଙ୍କର ଲୋକପ୍ରିୟତାର ଅନ୍ଦାଜା ଲଗେଇବାକୁ କରିଛି। ୟୁକ୍ରେନ ଦାବି କରିଛି କି, କ୍ରେମଲିନ ଜାଣିବାକୁ ଚାହୁଁ ଥିଲା କି, ପୁଟିନ ରୁଷୀୟଙ୍କ ମଧ୍ୟରେ କେତେ ଲୋକପ୍ରିୟ।
ଡେଲି ମେଲ୍ର ରିପୋର୍ଟ ମୁତାବିତ, ୟୁକ୍ରେନୀୟ ସେନା ଗୁଇନ୍ଦା ପ୍ରବକ୍ତା ଆଣ୍ଡ୍ରି ୟୁସୋଭ କହିଛନ୍ତି କି , ରୁଷୀୟ ନେତାଙ୍କର କଥିତ ମୃତ୍ୟୁକୁ ନେଇ ରୁଷୀୟ ଟେଲିଗ୍ରାମ୍ ଚ୍ୟାନେଲରେ ଗତ ସପ୍ତାହରେ ଏକ ରିପୋର୍ଟ ଆସିଥିଲା। ଏହି ରିପୋର୍ଟ ମସ୍କୋ ଦ୍ୱାରା ବ୍ୟବହାର କରାଯାଇଥିବା ଏକ ରଣନୀତି ଥିଲା । ୟୁସୋଭ କହିଛନ୍ତି, ଏହିପରି , ସିକ୍ରେଟ୍ ସର୍ଭିସ୍ର ଦମରେ ସ୍ଥାପିତ ହୋଇଥିବା ସାମ୍ରାଜ୍ୟ ଏହା ଶିଖାଏ କି ଶାସନ କେମତି ଜାରି ରଖା ଯାଇ ପାରିବ।
ଲାଇଭ୍ ଟିଭିରେ ଜୋରରେ କାନ୍ଦିଲେ ସାମ୍ୱାଦିକ , ଆଙ୍କର ମଧ୍ୟ ଭାବୁକ ହୋଇଗଲେ
ଟେଲିଗ୍ରାମ ଚ୍ୟାନେଲ , ଜେନେରାଲ ଏସଭିଆର ଗତ ଶୁକ୍ରବାର ରିପୋର୍ଟ ଦେଇଥିଲା କି, ରୁଷୀୟ ରାଷ୍ଟ୍ରପତିଙ୍କର ମୃତ୍ୟୁ ହୋଇ ଯାଇଛି ଏବଂ ରୁଷ୍ ବଡ଼ି ଡବଲ୍ସ ବ୍ୟବହାର କରି ସାର୍ବଜନିକ ଭାବେ ତାଙ୍କର ପୁଟିନଙ୍କୁ ଦେଖାଉଛି। ଏମିତି ଭାବେ ବଡି ଡବଲ୍ସର ବ୍ୟବହାର ହୋଇ ଥିବାର ଦାବି ପ୍ରଥମ ଥର କରାଯାଇ ନାହିଁ। ଏହା ପୂର୍ବରୁ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ମଧ୍ୟ ବଡି ଡବଲ୍ସର ବ୍ୟବହାରକୁ ନେଇ ଅନେକ ପ୍ରକାରର ଆକଳନ କରି ଚାଲିଛି। ଯେଉଁ ଚ୍ୟାନେଲରେ ପୁଟିନଙ୍କ ମୃତ୍ୟୁର ରିପୋର୍ଟ ଆସିଥିଲା , ସେ ଏହା ବି ଦାବି କରିଥିଲା କି ପୁଟିନଙ୍କର ଶରୀର ତାଙ୍କର ମୃତ୍ୟୁ ପରେ ଫ୍ରିଜରରେ ରହିଛି।
ସେପଟେ , ପୁଟିନଙ୍କର ମୃତ୍ୟୁର ଦାବିକୁ ନେଇ ସାରା ବିଶ୍ୱର ମିଡ଼ିଆ କଭରେଜ ମିଳିଲା। ଏହାପରେ କ୍ରେମଲିନର ପ୍ରବକ୍ତା ଦିମିତ୍ରି ପେସକୋଭ ଏହାକୁ ଖଣ୍ଡନ କରିବାକୁ ବାଧ୍ୟ ହେଲେ । ୟୁକ୍ରେନୀୟ ଅଧିକାରୀ ୟୁସୋଭଙ୍କ ଅନୁସାରେ , ଏସବୁ ରୁଷୀୟଙ୍କ ମଧ୍ୟରେ ପ୍ରତିକ୍ରିୟା ଜାଣିବା ପାଇଁ ମସ୍କୋ ଦ୍ୱାରା ବ୍ୟବହାର କରାଯାଇ ଥିବା ରଣନୀତିର ଅଂଶ ଥିଲା । ସେ କହିଥିଲେ ଫେକ୍ ଖବରର ମୂଳ ଉଦ୍ଦେଶ୍ୟ ଏହା ଦେଖିବାର ଥିଲା କି ସମାଜ ସଂଖ୍ୟା ଓ ଗତିଶୀଳତାର ସନ୍ଦର୍ଭରେ କେମିତି ପ୍ରତିକ୍ରିୟା କରୁଛି ଏବଂ ଏହା ସହ ବ୍ୟକ୍ତି , ଉଚ୍ଚ ବର୍ଗ ଓ ମିଡ଼ିଆର ପ୍ରତିକ୍ରିୟାକୁ ଦେଖିବା ପାଇଁ ମଧ୍ୟ ଥିଲା ।