ମୁମ୍ବାଇ: ବିଶ୍ବକପ୍ ସେମି ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶତକ ମାରି ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି ବିରାଟ କୋହଲି । ଦିନିକିଆରେ ସଚିନ ତେନ୍ଦୁଲକରଙ୍କ ସର୍ବାଧିକ ୪୯ଟି ଶତକ ରେକର୍ଡକୁ ଟପିଯାଇ ୫୦ ତମ ଶତକ କରିଛନ୍ତି କୋହଲି । ବିଶ୍ବ କ୍ରିକେଟ ଇତିହାସରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଥିବା କୋହଲିଙ୍କୁ ସଚିନ ତେନ୍ଦୁଲକର, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି ।
ଆଜିର ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବ୍ୟାଟିଂ କରି ରୋହିତ ଶର୍ମା ଏବଂ ଶୁଭମନ ଗିଲଙ୍କ ଓପନିଂ ଯୋଡି ଦମଦାର ଶୁଭାରମ୍ଭ କରିଥିଲେ। ହେଲେ ରୋହିତ ଶର୍ମା ଅର୍ଦ୍ଧଶତକ ପୂରଣ କରିପାରିନାହାନ୍ତି । ୪୭ ରନ୍ରେ ଆଉଟ ହୋଇ ପାଭିଲିୟନ୍ ଫେରିଥିଲେ ରୋହିତ ଶର୍ମା । ତେବେ ଆଜି ଶତକ ପୂରଣ କରିବା ପରେ ବିରାଟ କୋହଲି ପାଭିଲିୟନ୍ରେ ବସିଥିବା ସଚିନ ତେନ୍ଦୁଲକରଙ୍କୁ ଅଭିନବ ଢ଼ଙ୍ଗରେ ସମ୍ମାନ ଜଣାଇଥିଲେ । ସେପଟେ ସଚିନ ତେନ୍ଦୁଲକର ଅତ୍ୟନ୍ତ ଉତ୍ସାହିତ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା । ଏହା କିଛି ସମୟ ପରେ ବିରାଟଙ୍କ ଉପରେ ଏକ୍ସରେ ଏକ ବଡ଼ ପୋଷ୍ଟ ସେୟାର କରିଛନ୍ତି ତେନ୍ଦୁଲକର ।
ସଚିନ ତେନ୍ଦୁଲକର ଲେଖିଛନ୍ତି, ‘ମୁଁ ତୁମକୁ ଯେତେବେଳେ ପ୍ରଥମେ ଡ୍ରେସିଂ ରୁମ୍ରେ ଦେଖିଥିଲି ଅନ୍ୟ ଖେଳାଳିମାନେ ମୋ ପାଦ ଛୁଇଁଥିବାରୁ ତୁମ ଉପରେ ହସୁଥିଲେ । ସେହିଦିନ ମୁଁ ବି ମୋ ହସକୁ ରୋକିପାରିନଥିଲି । କିନ୍ତୁ ବହୁତ ଶୀଘ୍ର ତୁମେ ନିଜର ନିଷ୍ଠା ଏବଂ କୌଶଳ ବଳରେ ମୋ ହୃଦୟକୁ ଛୁଇଁଗଲ । ମୁଁ ଆଜି ବହୁତ ଖୁସି ଯେ, ସେହି ଯୁବ ଖେଳାଳି ଜଣେ ‘ବିରାଟ’ ଖେଳାଳି ହୋଇଯାଇଛନ୍ତି।’
The first time I met you in the Indian dressing room, you were pranked by other teammates into touching my feet. I couldn’t stop laughing that day. But soon, you touched my heart with your passion and skill. I am so happy that that young boy has grown into a ‘Virat’ player.
— Sachin Tendulkar (@sachin_rt) November 15, 2023
I… pic.twitter.com/KcdoPwgzkX
ବିରାଟ କୋହଲି ୨୯୧ଟି ମ୍ୟାଚ୍ରେ ସଚିନଙ୍କ ଏହି ମହାରେକର୍ଡ ଭାଙ୍ଗି ଦେଇଛନ୍ତି । ସଚିନ ତେନ୍ଦୁଲକର ନିଜର ଦିନିକିଆ କ୍ୟାରିୟରରେ ୪୬୩ ମ୍ୟାଚ୍ରେ ୧୮୪୨୬ ରନ୍ କରିଥିଲେ । ଏଥିରେ ସେ ୪୯ଟି ଶତକ କରିଥିଲେ । ଏବେ ବିରାଟ କୋହଲି ୫୦ ତମ ଶତକ କରି ଦିନିକିଆରେ ସଚିନ ତେନ୍ଦୁଲକର କରିଥିବା ଶତକ ରେକର୍ଡକୁ ଟପିଯାଇଛନ୍ତି । ଏହା ବ୍ୟତୀତ ଆଜିର ଏହି ଶତକୀୟ ଇନିଂସ ସହ କୋହଲି ସଚିନ ତେନ୍ଦୁଲକର ଏବଂ କୁମାର ସାଙ୍ଗାକାରଙ୍କ ପରେ ଦିନିକିଆରେ ତୃତୀୟ ସର୍ବାଧିକ ରନ୍ କରିଛନ୍ତି ।