ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପାରା କ୍ରିକେଟରଙ୍କୁ ଭେଟିଲେ ସଚିନ ତେନ୍ଦୁଲକର, ଦସ୍ତଖତ କରିଥିବା ବ୍ୟାଟ୍‌ ଦେଲେ ଉପହାର

ନୂଆଦିଲ୍ଲୀ : ଭାରତର ମହାନ କ୍ରିକେଟର ସଚିନ ତେନ୍ଦୁଲକର ନିଜ ପରିବାରକୁ ନେଇ କାଶ୍ମୀର ଭ୍ରମଣରେ ଅଛନ୍ତି। ସଚିନ ସୋସିଆଲ ମିଡ଼ିଆରେ ନିଜର ଟ୍ରିପ୍‌ ବେଳେ ଅନେକ ଫଟୋ ସେୟାର କରିଛନ୍ତି। ନିକଟରେ ସେ ବ୍ୟାଟ୍‌ ତିଆରି କରୁଥିବା ଏକ ଫ୍ୟାକ୍ଟ୍ରିକୁ ଯାଇଥିଲେ ଏବଂ ସଡ଼କରେ ଷ୍ଟ୍ରିଟ୍‌ କ୍ରିକେଟ୍‌ ଖେଳିବା ନଜର ଆସିଥିଲେ। ଶନିବାର ସଚିନ ତେନ୍ଦୁଲକର ଜମ୍ମୁ-କାଶ୍ମୀର ପାରା କ୍ରିକେଟ୍‌ ଟିମ୍‌ର ଅଧିନାୟକ ଅମିର ହୁସୈନ ଲୋନ୍‌ଙ୍କୁ ସାକ୍ଷାତ୍‌ କରିଥିଲେ ଏବଂ ତାଙ୍କୁ ନିଜର ସାଇନ୍‌ କରିଥିବା ବ୍ୟାଟ୍‌ ଗିଫ୍ଟରେ ଦେଇଥିଲେ। 

ସଚିନ ତେନ୍ଦୁଲକର ଏକ୍ସରେ ଟ୍ୱିଟ୍‌ କରି ଏକ ଭିଡ଼ିଓ ସେୟାର କରିଛନ୍ତି। ଯେଉଁଥିରେ ସେ ଅମିରଙ୍କ ସହ କଥାବାର୍ତ୍ତା କରିବାର ଦେଖିବାକୁ ମିଳୁଛି। ସଚିନ୍‌ ଅମିରଙ୍କୁ ପଚାରୁଛନ୍ତି କି ,ଏବେ କଣ କରୁଛ, ଅମିତ କହୁଛନ୍ତି , କ୍ରିକେଟ୍‌ ଖେଳୁଛି ସାର୍‌। ଆଜି ମୋତେ ବହୁତ ଖୁସି ଲାଗୁଛି। ଜୀବନରେ ଆଶା ହାରି ନାହିଁ , ଏହି ଭାବନାରେ ଚାଲିଛି।  


ସଚିନ୍‌ ଅମିରଙ୍କ ଜର୍ନି ବିଷୟରେ କହୁଛନ୍ତି। ଅମିରଙ୍କ ୮ବର୍ଷ ବୟସରେ ଆକ୍ସିଡେଣ୍ଟ ହୋଇଥିଲା , ନିଜ ପିତାଙ୍କ ମିଲ୍‌ରେ ଏକ ଦୁର୍ଘଟଣାରେ ଆମିର ଲୋନ୍ ନିଜର ଦୁଇ ହାତ ହରାଇ ଦେଇ ଥିଲେ। ଅମିର ୨୦୧୩ରୁ ପେଶାଦାର ଭାବେ କ୍ରିକେଟ୍‌ ଖେଳୁଛନ୍ତି। ଜଣେ ଶିକ୍ଷକ ତାଙ୍କର କ୍ରିକେଟ୍‌ ପ୍ରତିଭାକୁ ଆବିଷ୍କାର କରିଥିଲେ ଏବଂ ତାଙ୍କୁ ପାରା କ୍ରିକେଟ୍‌ ସହ ପରିଚିତ କରାଇ ଥିଲେ। 


ଅମିର ସଚିନଙ୍କୁ କହିଥିଲେ , ଦୁର୍ଘଟଣା ପରେ ମୁଁ ଆଶା ହରାଇ ନଥିଲି ଏବଂ ଖୁବ୍‌ ପରିଶ୍ରମ କଲି। ମୁଁ ପ୍ରତି ଜିନିଷକୁ ନିଜେ କରିପାରୁ ଥିଲି ଏବଂ ଅନ୍ୟ କାହା ଉପରେ ନିର୍ଭର ନୁହେଁ। ୨୦୧୩ରେ ମୋତେ ଜମ୍ମୁ କାଶ୍ମୀର ପାରା କ୍ରିକେଟ୍‌ ଟିମ୍‌ ପାଇଁ ଚୟନ କରାଗଲା। ଆପଣ ମୋର ପ୍ରେରଣା ହୋଇ ରହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.