ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦ୍ୱାରଶୁଣି ଘାଟିରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର ଅବସ୍ଥାରେ ଚିକିତ୍ସାଧିନ

ବାଙ୍ଗିରିପୋଷି, ୪/୨: ମୟୂରଭଞ୍ଜ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟି ରାସ୍ତାରେ ସିରିଜ୍ ଦୁର୍ଘଟଣା । ଗୋଟିଏ ପରେ ଗୋଟିଏ ୩ଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ଜଣେ ଟ୍ରକ୍ ଚାଳକ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, କେନ୍ଦୁଝରରୁ ଲୁହାପଥର ବୋଝେଇ କରି ଟ୍ରକ୍‌ଟି ଖଡ଼ଗପୁର ଅଭିମୁଖେ ଦ୍ରୁତଗତିରେ ଯାଉଥିବା ବେଳେ ଘାଟି ବାଙ୍କ ରାସ୍ତାରେ ଏକ ଲୁହାପଥର ବୋଝେଇ ଟ୍ରକ୍‌କୁ ଓଭରଟେକ୍ କରିବା ସମୟରେ ନିୟନ୍ତ୍ରଣ ହରାଇ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରେଲରକୁ ସିଧାସଳଖ ଧକ୍କା ଦେଇଥିଲା । ଆଖି ପିଛୁଳାକେ ଏଭଳି ଦୁର୍ଘଟଣା ଘଟିଥିଲା । 

ଖବର ପାଇ ବାଙ୍ଗିରିପୋଷି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିବା ବେଳେ ଆମ୍ୱୁଲାନ୍ସ ସହିତ ଶହଶହ ଗାଡ଼ି ଦୀର୍ଘ ସମୟ ଧରି ଛିଡ଼ା ହୋଇ ରହିଥିଲା । ଦୀର୍ଘ ୩ ଘଣ୍ଟା ପରେ ଯାତାୟାତ ସ୍ୱଭାବିକ ହୋଇଥିଲା । ୟୁପି ଟ୍ରଲର ଡ୍ରାଇଭର ଗୁରୁତର ଆହତ ହେବାରୁ  ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ଅଛନ୍ତି ।

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.