ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

ଜୟ ଶ୍ରୀ ରାମ କହିବାରେ ଅସୁବିଧା କ’ଣ ? ୧୦୦ ଥର କୁହନ୍ତୁ, ମୁଁ କାହାକୁ ଭୟ କରେନି: ସାମି

Published By : Tapas Panda | February 9, 2024 11:27 PM

Image Courtesy: timesnownews

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସାମି ଆହତ ହେତୁ ଟିମ୍‌ରେ ସାମିଲ ନାହାନ୍ତି । ଦିନିକିଆ ବିଶ୍ବକପ୍‌ରେ ଆହତ ହେବା ପରଠାରୁ ସେ କୌଣସି ମ୍ୟାଚ୍‌ରେ ନଜର ଆସିନାହାନ୍ତି । ହେଲେ ସୋସିଆଲ ମିଡିଆ ଜରିଆରେ ପ୍ରଶଂସକଙ୍କ ସହ ସଂପର୍କରେ ରହୁଛନ୍ତି ସାମି । ବିଶ୍ବକପରେ ଦମଦାର ପ୍ରଦର୍ଶନ ପରେ ସାମିଙ୍କୁ ବିଶିଷ୍ଟ ଖେଳ ପୁରସ୍କାର ଅର୍ଜୁନ ଆଓ୍ବାର୍ଡ ଦିଆଯାଇଛି । ନିକଟରେ ଏକ ସାକ୍ଷାତକାରରେ ସାମି ଧାର୍ମିକ ଭେଦଭାବକୁ ଦୂର କରିବା ଉପରେ ଜୋର ଦେଇଛନ୍ତି । 

 ସେ କୌଣସି ବ୍ୟକ୍ତିଙ୍କୁ ଜୟ ଶ୍ରୀ ରାମ ଏବଂ ଆଲ୍ଲା ହୋ ଆକବର କହିବାରେ ଅସୁବିଧା ନହେବା ଦରକାର ବୋଲି କହିଛନ୍ତି । ନେଟଓ୍ବର୍କ ୧୮କୁ ଦେଇଥିବା ଏକ ସାକ୍ଷାତକାରରେ ସାମି କହିଛନ୍ତି ଯେ, ଯଦି ରାମ ମନ୍ଦିର ନିର୍ମାଣ ହୋଇଛି ତେବେ ଜୟ ଶ୍ରୀ ରାମ କହିବାରେ ଅସୁବିଧା କେଉଁଠି ? ୧୦୦ ଥର କୁହନ୍ତୁ । ଯଦି ମୁଁ ଆଲ୍ଲା ହୋ ଆକବର କହିବାକୁ ଚାହୁଁଛି ତେବେ ମୁଁ ୧୦୦୦ ଥର କହିପାରିବି ।  ଏଥିରେ କଣ ଅସୁବିଧା ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି । 

 ସେ ଆହୁରି କହିଛନ୍ତି , ପ୍ରଥମେ କହି ରଖୁଛି ମୁଁ ମୁସଲିମ୍‌ ବୋଲି ବିଲକୁଲ ଭୟ କରୁନାହିଁ । ମୁସଲିମ ହୋଇଥିବାରୁ ମୁଁ ଗର୍ବିତ ।  ମୋ ପାଇଁ ଦେଶ ପ୍ରଥମ । ଯଦି ଏହାକୁ ନେଇ କାହାର ଆପତ୍ତି ଥାଏ ତେବେ ମୁଁ କିଛି କରିପାରିବି ନାହିଁ ବୋଲି ସାମି କହିଛନ୍ତି । ସାମି କହିଛନ୍ତି ଯେ, ‘ମୁଁ ଖୁସିରେ ବଞ୍ଚୁଛି କାରଣ ମୋ ଦେଶକୁ ମୁଁ ରିପ୍ରେଜେଣ୍ଟ କରୁଛି । ବିବାଦକୁ ନେଇ ଯେଉଁ କଥା କୁହାଯାଉଛି କିଛି ଲୋକ ଏହି ଖେଳ ଖେଳିବାକୁ ସୋସିଆଲ ମିଡିଆରେ ରହୁଛନ୍ତି । ଏଭଳି ଲୋକଙ୍କ ସହ ମୋର କିଛି ସଂପର୍କ ନାହିଁ ।’  ବିଶ୍ବକପରେ ସାମି ଜବରଦସ୍ତ ଫର୍ମରେ ଥିଲେ । ସେ ଟୁର୍ଣ୍ଣାମେଣ୍ଟରେ ୭ଟି ମ୍ୟାଚ୍‌ ଖେଳି ସର୍ବାଧିକ ଓ୍ବିକେଟ ନେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.