ପ୍ରମୁଖ ଖବର
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ଆଜି ଓୟୁଟିଆର୍‌ରେ ପ୍ରଥମ ସମାବର୍ତ୍ତନ ଉତ୍ସବ, ସଭାପତିତ୍ୱ କରିବେ ରାଜ୍ୟପାଳ
  • ||
  • ମଙ୍ଗଳବାର ୟୁପି ରାଜ୍ୟସଭା ନିର୍ବାଚନ, ବିଜେପିକୁ ସମର୍ଥନ କରିବେ ରାଜା ଭୈୟା
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||
  • ୨୯ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଉପସ୍ଥାପିତ ହେବ ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସ ୯ ଓ୍ବିକେଟ୍ ବିଜୟୀ, ୟୁପି ୱାରିୟର୍ସର ଦ୍ୱିତୀୟ ପରାଜୟ
  • ||
  • ବୁଧବାରଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଆଜି କାର୍‌କେଡ୍‌ ରିହର୍ସାଲ କରିବ ଓଡ଼ିଶା ପୁଲିସ୍‌
  • ||
  • ଶନିବାର ବାରବାଟୀ ଷ୍ଟାଡିୟମ୍‌ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ୪୧ଟି କ୍ରିକେଟ୍‌ ଏକାଡେମୀ ହେବ ଲୋକାର୍ପଣ
  • ||
  • ଆସନ୍ତା ୩ ତାରିଖ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଅନିର୍ଦ୍ଦିଷ୍ଟ କାଳ ଶିମିଳିପାଳ ବନ୍ଦ: ବରେହିପାଣି, କୁମାରୀ ଏବଂ ଗୁଡୁଗୁଡିଆ ନେଚର କ୍ୟାମ୍ପକୁ ଯିବାକୁ ବାରଣ

ବାରିପଦା ୨୬/୧୧: ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣ ଶିମିଳିପାଳକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଛି । ଏନେଇ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ନିଷ୍ପତ୍ତି ହୋଇଛି । ଆଗାମୀ ସୂଚନା ନ ଆସିବା ପର୍ଯ୍ୟନ୍ତ ପର୍ଯ୍ୟଟକମାନେ ଶିମିଳିପାଳ ବୁଲାବୁଲିରୁ ବିରତ ରହିବାକୁ ବା ନିଜର ଯୋଜନା ବଦଳାଇବାକୁ ସ୍ପଷ୍ଟ ଭାବେ କୁହାଯାଇଛି ।

ଶିମିଳିପାଳ ଭିତରେ ରହୁଥିବା ସ୍ଥାନୀୟ ଅଧିବାସୀମାନେ ବିଭିନ୍ନ ସ୍ଥାନରେ ରାସ୍ତାକୁ ଓହ୍ଲେଇ ରାସ୍ତା ଅବରୋଧ କରିଛନ୍ତି । ସେଥିପାଇଁ ପର୍ଯ୍ୟଟକମାନଙ୍କୁ ଶିମିଳିପାଳ ଭିତରକୁ ପ୍ରବେଶ ଉପରେ ରୋକ୍‌ ଲଗାଯିବା ସହିତ ବରେହୀପାଣି, କୁମାରୀ ଏବଂ ଗୁଡୁଗୁଡିଆ ନେଚର କ୍ୟାମ୍ପକୁ ଯିବା ପାଇଁ ବାରଣ କରାଯାଇଛି । 

ତେବେ ପର୍ଯ୍ୟଟକ ଚାହିଁଲେ ଅନ୍ୟସ୍ଥାନରେ ବୁଲାବୁଲି କରିପାରିବେ ବୋଲି ମଧ୍ୟ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ସୂଚନା ଦିଆଯାଇଛି । ବନ ବିଭାଗ ସ୍ଥାନୀୟ ଲୋକଙ୍କୁ ରାସ୍ତା ନିର୍ମାଣ ଓ ଅନ୍ୟାନ୍ୟ କାର୍ଯ୍ୟରେ ନ ଲଗାଇ ବାହାର ଲୋକଙ୍କୁ ଲଗାଉଥିବାରୁ ଶିମିଳିପାଳ ଅଧିବାସୀ ଏହାର ପ୍ରତିବାଦ କରିଛନ୍ତି । ଫଳସ୍ୱରୂପ ଶନିବାର ଶିମିଳିପାଳ ଅଧିବାସୀ ଲେଞ୍ଜିଘୋଷରା ଘାଟି, ବରେହୀପାଣି ଏବଂ ନଅଁଣାଠାରେ ରାସ୍ତା ଅବରୋଧ ସହ ଆନ୍ଦୋଳନ କରିଥିଲେ । ଅନିର୍ଦ୍ଦିଷ୍ଟ କାଳ ପାଇଁ ସେମାନେ ରାସ୍ତା ବନ୍ଦ କରିଦେଇଥିବା ବେଳେ ବନ ବିଭାଗ ସେମାନଙ୍କୁ ବୁଝାଇବାରେ ବିଫଳ ହୋଇଛି ।  ଫଳରେ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବୁଲା ବର୍ତ୍ତମାନ ପାଇଁ ଏକ ପ୍ରକାର ସ୍ଥଗିତ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.