ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ

ଫୁଲବାଣୀ,୦୩/୧୧: ଭଉଣୀକୁ ସାଙ୍ଗମାନଙ୍କ ସହ  ଜଙ୍ଗଲରେ ଗଣଦୁଷ୍କର୍ମ କରାଯାଇଛି । ଘଟଣା ଜଣାପଡ଼ିବା  ଭୟରେ ଭାଇ ନିଜ ଭଉଣୀକୁ ତଣ୍ଟିଚିପି ହତ୍ୟା ପରେ ଟାଙ୍ଗିଆରେ ହାଣିଥିଲା । ଏଭଳି ଅଭାବନୀୟ ଓ ଲଜ୍ଜାଜନକ  ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅଧୀନ ଲିଙ୍ଗାଗଡ଼  ଗ୍ରାମରେ । ମୃତକ ପୁଷ୍ପାଞ୍ଜଳି ଭୋଇ(୨୫)ଙ୍କ ମୃତଦେହ ଭାଇ ପରେଶ ଭୋଇ ନେଇ ଜଙ୍ଗଲରେ ପୋତି ଦେଇଛି। ଭଉଣୀ ନିଖୋଜ ଥିବା ଚକାପାଦ ଥାନାରେ ଅଭିଯୋଗ କରିଛି । ପୁଲିସ ଅନୁସନ୍ଧାନ କରି ଶୁକ୍ରବାର ଅଭିଯୁକ୍ତ ପରେଶଙ୍କ ସମେତ ଟୁନା ଭୋଇ, ଚନ୍ଦ୍ରମଣି ଭୋଇ ଓ ବିମଳା ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଡିଏସ୍‌ପି କମଳ ପଣ୍ଡା ସୂଚନା ଦେଇଛନ୍ତି । 

ଥାନା ସୂତ୍ରରୁ ପ୍ରକାଶ, ଚକାପାଦ ଥାନା ଚାହାଳି ପଞ୍ଚାୟତ ଲିଙ୍ଗାଗଡର ପୁଷ୍ପାଞ୍ଜଳି ବାପା ଭରତଙ୍କ ସହ ରହୁଥିଲେ । ଘର ଠାରୁ କିଛି ଦୂରରେ ତାଙ୍କ ବଡଭାଇ ପରେଶ ଭୋଇ  ସ୍ତ୍ରୀଙ୍କ ସହ ଅଲଗା ରହୁଛନ୍ତି । ଭାଇର ଅନ୍ୟଜଣଙ୍କ ସହ  ଅନୈତିକ ସମ୍ପର୍କକୁ ନେଇ ପୁଷ୍ପାଞ୍ଜଳି ବିରୋଧ କରିଥିଲେ ।  ଏନେଇ ଉଭୟଙ୍କ ମଧ୍ୟରେ ମନାନ୍ତର ହୋଇଥିଲା । ନଭେମ୍ବର ୩ରେ ପୁଷ୍ପାଞ୍ଜଳି ପତ୍ର ସଂଗ୍ରହ ପାଇଁ ଗାଁ ନିକଟସ୍ଥ ଜଙ୍ଗଲକୁ  ଯାଇଥିବାବେଳେ ପରେଶ ସେହି ଜଙ୍ଗଲକୁ ଗାଈ ଚରାଇ  ଯାଇଥିଲା । ଉଭଣୀଙ୍କୁ ସେଠାରେ ଦେଖି ପ୍ରତିଶୋଧ ନେବା  ପାଇଁ କିଛି ସାଙ୍ଗଙ୍କୁ ଫୋନ କରି ଡକାଇ ଥିଲା । ସମସ୍ତେ ମିଶି  ମଦ ପିଇବା ପରେ ପରେଶଙ୍କ ସାଙ୍ଗ ମାନେ ପୁଷ୍ପାଞ୍ଜଳିଙ୍କୁ  ଗଣଦୁଷ୍କର୍ମ କରିଥିଲେ । ପୁଷ୍ପାଞ୍ଜଳି ଚିତ୍କାର କରିବାରୁ ପରେଶ  ତାର ତଣ୍ଟି ଚିପି ଦେଇଥିଲେ । ମୂର୍ଚ୍ଛା ପରେ ପୁଷ୍ପାଞ୍ଜଳି ଡାଳ କାଟିବା ପାଇଁ ଆଣିଥିବା ଟାଙ୍ଗିଆରେ ତାଙ୍କୁ ହତ୍ୟା କରିଥିଲେ । ସମସ୍ତେ ମିଶି ମୃତଦେହକୁ ପାହାଡ ଖୋଲରେ ପକାଇ ଦେଇଥିଲେ । ଝିଅ ଘରକୁ ନ ଆସିବାରୁ ବାପା ଖୋଜାଖୋଜି  କରି କୌଣସି ସନ୍ଧାନ ପାଇନଥିଲେ । 

୬ ତାରିଖରେ ପରେଶ ଭଉଣୀଙ୍କ ନିଖୋଜ ନେଇ ଚକାପାଦ ଥାନାରେ ଏତଲା ଦେଇଥିଲେ । ୧୩ ତାରିଖ ଦିନ  ଘଟଣାରେ ସଂପୃକ୍ତ ପରେଶର ଜଣେ ସାଙ୍ଗ ଆସି ଏହି ଘଟଣାକୁ  ନେଇ ପାଟିତୁଣ୍ଡ କରିବା ସହ ହତ୍ୟା ଧମକ ଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.