ପ୍ରମୂଖ ଖବର

କାର୍-ବାଇକ ମୁହାଁମୁହିଁ ଧକ୍କା : ପୁଅ ମୃତ, ବାପା ଗୁରୁତର

ମୋହନା, ୨୭।୧  ଗଜପତି ଜ଼ିଲ୍ଲା ଅଡବା ଥାନା ପାଣିଗଣ୍ଡା ନିକଟସ୍ଥ ତୋରାଣିପାଣି ଘାଟିରେ କାର୍ ଏବଂ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ପୁଅର  ମୃତ୍ୟୁ ହୋଇଥିବା ବେଳେ ବାପା  ଗୁରୁତର ହୋଇଛନ୍ତି l

 ଗରଡ଼ମା ପଞ୍ଚାୟତ ଗମ୍ଭାରୀଗାଁ ର ଆଶାଦିଦି ସନ୍ତୋଷିନୀ ମାଦଳା, ସ୍ୱାମୀ ସନ୍ତୋଷ ମାଦଳା ଏବଂ ଦୁଇ ସନ୍ତାନ ଙ୍କ ସହ ବାଇକ ଯୋଗେ ଅଡବା ଅଭିମୁଖେ ଆସୁଥିବା ବେଳେ ତୋରାଣିପାଣି ଘାଟିରେ ବ୍ରହ୍ମଣୀଗାଁ ଅଭିମୁଖେ ଯାଉଥିବା ଏକ କାର୍ ସହ ବାଇକ ର ମୁହାଁମୁହିଁ ଧକ୍କା ହୋଇଥିଲା l ଆହତ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ମୋହନା ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା l ସେଠାରେ ନାବାଳକ ପୁତ୍ର ର ମୃତ୍ୟୁ ହୋଇଥିବା ବେଳେ ବାପା ସନ୍ତୋଷ ଙ୍କୁ ଗୁରୁତର ଅବସ୍ଥା ରେ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି l ଅନ୍ୟପଟେ ଆଶାଦିଦି ସନ୍ତୋଷିନୀ ମୋହନା ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି l ଦୁର୍ଘଟଣା ରେ ଅନ୍ୟ ଜଣେ ୨ ବର୍ଷ ର ଶିଶୁ ର କୌଣସି କ୍ଷତି ହୋଇନି lପୋଲିସ  ପହଞ୍ଚି ଘଟଣା ର ତଦନ୍ତ କରୁଛି। 

ଆହୁରି ପଢନ୍ତୁ : ବାଇକକୁ ଧକ୍କା ଦେଲା ଟ୍ରକ, ୨ ଜଣଙ୍କ ଜୀବନ ଚାଲିଗଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.