ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୋନିଆ ଗାନ୍ଧୀ ରାଜସ୍ଥାନରୁ ରାଜ୍ୟସଭା ଯିବା ନିଶ୍ଚିତ, ବୁଧବାର ଭରିବେ ନାମାଙ୍କନ

Image Courtesy: telegraphindia

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଜସ୍ଥାନରୁ ରାଜ୍ୟସଭା ଯିବା ନିଶ୍ଚିତ ହୋଇଯାଇଛି । ସୋନିଆ ଗାନ୍ଧୀ ବୁଧବାର (ଫେବୃଆରୀ ୧୪) ନାମାଙ୍କନ ଭରିବେ । ଏହି ସମୟରେ ତାଙ୍କ ସହିତ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ରାହୁଲ ଗାନ୍ଧୀ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି । 

 ଦେଶର ୧୫ ରାଜ୍ୟରେ ୫୬ଟି ରାଜ୍ୟସଭା ଆସନରେ ନିର୍ବାଚନ ହେବାକୁ ଯାଉଛି । ଫେବୃଆରୀ ୨୭ରେ ନିର୍ବାଚନ ହେବାକୁ ଥିବା ବେଳେ ରାଜସ୍ଥାନର ୩ଟି ଆସନରେ ମତଦାନ ହେବ । ରାଜ୍ୟସଭା ନିର୍ବାଚନ ଲାଗି ଜାନୁଆରୀ ୨୯ରେ ବିଜ୍ଞପ୍ତି ଆସିଥିଲା ଏବଂ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

 ଏହା ପୂର୍ବରୁ ରାଜସ୍ଥାନରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ରାଜ୍ୟସଭା ଯାଇଥିଲେ । ହେଲେ ଏଥର ସେ ଆଉ ଥରେ ରାଜ୍ୟସଭା ଯିବାକୁ ରାଜି ନାହାନ୍ତି । ସେପଟେ ମନମୋହନ ସିଂହଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ଏହି ଆସନ ଖାଲି ହେବାକୁ ଯାଉଛି । ଏହି ଆସନରୁ କଂଗ୍ରେସ ପକ୍ଷରୁ ସୋନିଆ ଗାନ୍ଧୀଙ୍କ ନାଁ ଘୋଷଣା କରାଯାଇଛି ।

 ଯେଉଁ ୫୬ ଟି ରାଜ୍ୟସଭା ଆସନରେ ନିର୍ବାଚନ ହେବାକୁ ଯାଉଛି ସେଥିମଧ୍ୟରୁ ୧୦ଟି କଂଗ୍ରେସ ଲାଗି ସୁରକ୍ଷିତ । ଏହି ସିଟ୍‌ ମଧ୍ୟରୁ ରାଜସ୍ଥାନର ମଧ୍ୟ ଗୋଟିଏ ସିଟ୍‌ କଂଗ୍ରେସ ଖାତାକୁ ଆସିବ । ଆଉ ଏହି ଆସନରୁ ରାଜ୍ୟସଭା ଯିବେ ସୋନିଆ ଗାନ୍ଧୀ ।   

  • Sonia Gandhi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.