ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

ପରୀକ୍ଷାମୂଳକ ଭାବେ ବଣ୍ଡାଘାଟିରେ ହେଲା ଷ୍ଟ୍ରବେରୀ ଚାଷ, ସ୍ୱାବଲମ୍ବୀ ହେବେ ଆଦିମ ବଣ୍ଡା ଜନଜାତି

Published By : Prameya | January 28, 2024 10:34 PM

ମାଲକାନଗିରି,୨୮/୧(ରତ୍ନାକର ଦାଶ) : ପରୀକ୍ଷାମୁଳକ ଭାବେ ବଣ୍ଡା ଘାଟିରେ ହେଉଛି ଷ୍ଟ୍ରବେରୀ ଚାଷ । ଏହି ଚାଷ କରି ସ୍ୱାବଲମ୍ବୀ ହେବାକୁ ଯାଉଛନ୍ତି ଆଦିମ ବଣ୍ଡା ଜନଜାତି । ଏକଦା ଦୁର୍ଗମ ଅପହଞ୍ଚ ମାଓଗଡ଼ ଭାବେ ପରିଚିତ ଥିବା ବଣ୍ଡଘାଟି ଏବେ ବିକାଶ ପଥରେ ଆଗେଇ ଚାଲିଛି । ବଣ୍ଡା ଘାଟିର ଜଳବାୟୁ ଶୀତଳ ଅଞ୍ଚଳ ହୋଇଥିବାରୁ ଏଠାରେ ପରୀକ୍ଷା ମୂଳକ ଭାବେ ଆରମ୍ଭ ହୋଇଛି ଷ୍ଟ୍ରବେରୀ ଚାଷ ।

ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡ଼ା ବଣ୍ଡା ଘାଟିରେ ଷ୍ଟ୍ରବେରୀ ଫଳୁଥିବା ଦେଖିବାକୁ ମିଳିଛି। ସମୁଦ୍ର ପତନଠାରୁ ୫ହଜାର ଫୁଟ ଉଚ୍ଚତାରେ ବଣ୍ଡାଘାଟି ଅବସ୍ଥିତ ଥିବାରୁ ସର୍ବଦା ଏଠାରେ ଥଣ୍ଡା ତାପମାତ୍ରା ଅଧିକ ରହିଥାଏ । ଫଳରେ ଏଠାରେ ଷ୍ଟ୍ରବେରୀ ଚାଷର କରିବା ପାଇଁ ଉପଯୁକ୍ତ ବାତାବରଣ ଦେଖିବାକୁ ମିଳିଛି । ଏହା ହିମାଚଳ ପ୍ରଦେଶ  ମହାବଲିପୁରମ୍ରୁ ୱଣ୍ଟରଡନ କିସମର ଷ୍ଟ୍ରବେରୀ ଚାରା ଅଣାଯାଇ ଓପିଲିପି ସଂସ୍ଥା ମାଧ୍ୟମରେ ଦୁର୍ଗମ ବଣ୍ଡାପଡ଼ା ଗାଁର ଦୁଇଜଣ ଚାଷୀ ଲଛିମ୍ ମୁଦୁଲି ଓ ମଙ୍ଗଳା ମୁଦୁଲିଙ୍କୁ ପ୍ରଥମ ପର୍ଯ୍ୟାୟରେ ଏକ ଏକର ଜମି ପାଇଁ ଚାରା ପ୍ରଦାନ କରାଯାଇଥିଲା।

ଏହା ସହିତ ଚାଷ ଉପୋଜଗି ନିମନ୍ତେ ଏକ କିଲୋମିଟର ଦୂରରୁ ପାଇପ୍ ଯୋଗେ ପାଣି ଆଣି ବୁନ୍ଦା ଜଳସେଚନ ସହ, ଜମି ମରାମତିର ବ୍ୟବସ୍ଥା କରାଯାଇଥିଲା । ଏଥି ନିମନ୍ତେ ତିନିଲକ୍ଷ କୋଡ଼ିଏ ହଜାର ଟଙ୍କା ଓପିଲିପି ପକ୍ଷରୁ ସହଯୋଗ କରାଯାଇଛି। ଏହା ଗୋଟିଏ ଏକର ଜମିରୁ କୁଇଣ୍ଟାଲ୍ ପିଛାସାତ ହଜାର କେଜି ଅମଳ ହେବାର ଆକଳନ କରାଯାଇଛି । ଫଳରେ ଏହାର ଆନୁମାନିକ ବଜାର ମୂଲ୍ୟ କେଜି ୩ସହ ଟଙ୍କା ହିସାବରେ ୨୧ ଲକ୍ଷ ଟଙ୍କା ହେବାର ସମ୍ଭାବନା ରହିଛି । 

ବିଭିନ୍ନ ସରକାରୀ ସଂସ୍ଥାକୁ ବିକ୍ରୟ ପାଇଁ ଚୁକ୍ତି କରାଯାଇଛି। ବିଡିଏ ସଂସ୍ଥାର କୃଷି ଅଧିକାରୀ ଅମିତ୍ କୁମାର ପ୍ରଧାନ ଚାଷୀଙ୍କୁ ସହଯୋଗ କରୁଥିବା ବେଳେ ପ୍ରକଳ୍ପ ସଂଯୋଜକ ଅଜିତ କୁମାର ସାହୁ ଚାରା ଯୋଗାଇବା ଠାରୁ ଚାଷୀଙ୍କୁ ଉତ୍ସାହିତ ଓ ବଜାରି କାରଣ ନିମନ୍ତେ ସମ୍ପୂର୍ଣ ସହଯୋଗ କରିଥିଲେ। ଆଗାମୀ ଦିନରେ ସେହି ଅଞ୍ଚଳରେ କିପରି ଅଧିକରୁ ଅଧିକ ଚାଷୀ ଷ୍ଟ୍ରବେରୀ ଚାଷ କରି ଲାଭବାନ ହେବା ସହ ବଜାରିକରଣ ପାଇଁ ରାସ୍ତା ଖୋଲିବ ବୋଲି ବିଡିଏ ସଂସ୍ଥା ଅଧିକାରୀ ସଲମନ ରାଇକା ମତ ଦେଇଛନ୍ତି। ବଣ୍ଡା ଘାଟିରେ ଷ୍ଟ୍ରବେରୀ ଫଳିବା ଜାଣି ବିଭିନ୍ନ ସ୍ଥାନରୁ ଏହାକୁ ଦେଖିବା ପାଇଁ ପ୍ରତିଦିନ ଲୋକଙ୍କ ଭିଡ଼ ଲାଗିଯାଇଛି। କ୍ଷେତରେ ନାଲି ରଙ୍ଗର ଷ୍ଟ୍ରବେରୀ ଫଳିବା ଦେଖି ଚାଷୀ ଲଛିମ୍ ମୁଦୁଲି ଓ ମଙ୍ଗଳା ମୁଦୁଲିଙ୍କ ପରିବାର ଲୋକେ ଖୁସି ହୋଇଯାଇଛନ୍ତି । ପରିବାର ବଣ୍ଡା ମହିଳାମାନେ ଝୁଡ଼ି ପାଛିଆ ଧରି ଜମିକୁ ଯାଇ ପାଚଲା ଷ୍ଟ୍ରବେରୀ ଫଳ ତୋଳୁଥିବାର ଦେଖିବାକୁ ମିଳିଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.