ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

’ଜାତୀୟ ରାଜପଥ କଡ଼ରୁ ଉଚ୍ଛେଦ କର ଜବରଦଖଲ’, NHAIକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୭/୦୨: ଦେଶର ବିଭିନ୍ନ ଜାତୀୟ ରାଜପଥ କଡ଼ରେ ହୋଇଥିବା ଜବରଦଖଲ ଓ ଅବୈଧ କବଜାକୁ ନେଇ ସୁପ୍ରିମକୋର୍ଟ ଚିନ୍ତା ବ୍ୟକ୍ତ କରିଛନ୍ତି । ଜାତୀୟ ରାଜପଥ ପ୍ରାଧିକରଣ (NHAI)କୁ ସର୍ବୋଚ୍ଚ ଅଦାଲତ କହିଛନ୍ତି, ଏକ ଯୋଜନା ନେଇ ଆସନ୍ତୁ । ଯେଉଁଥିରେ ନିୟମିତ ନିରୀକ୍ଷଣ, ଅଭିଯୋଗ ପଞ୍ଜିକରଣ ଓ ଜବରଦଖଲ ବିରୋଧରେ ଆସୁଥିବା ଅଭିଯୋଗର ଶୀଘ୍ର ଓ ସରଳ ସମାଧାନ ହୋଇ ପାରିବ ।

ଏଥିସହ ଜାତୀୟ ରାଜପଥ କଡ଼ରେ ଜବରଦଖଲ ହଟାଇବା ଲାଗି ସର୍ଭେ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ । NHAI କର୍ତ୍ତୃପକ୍ଷ ନିଶ୍ଚିତ କରନ୍ତୁ ଯେ ଜାତୀୟ ରାଜପଥ ଯେଭଳି ଜବରଦଖଲ ମୁକ୍ତ ହେବ । କୋର୍ଟ କହିଛନ୍ତି, ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଜାତୀୟ ରାଜପଥ ଜମିକୁ ଅବୈଧ ଭାବେ କବଜା କରି ରଖା ଯାଇଛି ।

ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ୨ ମାସ

ଜାତୀୟ ରାଜପଥରେ ନିୟମିତ ସର୍ଭେ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ନିୟମିତ ସର୍ଭେ ଦ୍ୱାରା ଜବରଦଖଲ ରୋକା ଯାଇ ପାରିବ । ଏଥିସହ ହାଇୱେ ଆଡମିନିଷ୍ଟ୍ରେସନ୍ ଧାରା-୨୬ ବ୍ୟବହାର କରି ଜବରଦଖଲ ହଟାଇବାକୁ କୁହା ଯାଇଛି । ଅବୈଧ କବଜା ହଟାଇବା ସହ ୨ ମାସ ମଧ୍ୟରେ ନିର୍ଦ୍ଦେଶ କେତେ କାର୍ଯ୍ୟକାରୀ ହୋଇଛି ତାର ରିପୋର୍ଟ ଦେବାକୁ କୁହା ଯାଇଛି । ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ୍ ୩୦ରେ ହେବ ।

ଜାତୀୟ ରାଜପଥରେ ଜବରଦଖଲ ନେଇ ଏକ ଜନସ୍ୱାର୍ଥ ମାମଲା ସୁପ୍ରିମକୋର୍ଟରେ ଦାଏର ହୋଇଥିଲା । ଯାହା ଉପରେ ଅଭିଯୋଗ କରିବା ଲାଗି ଏନ୍ଏଚ୍ଏଆଇ ଏକ ବ୍ୟବସ୍ଥା କରୁ । ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଏଏସ୍ ଓକାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ଆମେ ଏନ୍ଏଚ୍ଏଆଇକୁ ନିର୍ଦ୍ଦେଶ ଦେଉଛୁ ଏଥିପାଇଁ ଏକ ଯୋଜନା କରନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.