ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଖୁବ୍ ଶୀଘ୍ର ବିବାହ କରିବେ ତମନ୍ନା, ବିଜୟଙ୍କ ସହ ସମ୍ପର୍କକୁ ନେଇ କହିଲେ ଏମିତି କିଛି

ମୁମ୍ବାଇ ୦୩/୧୨: ବଲିଉଡ୍ କଳାକାର ବିଜୟ ବର୍ମା ଓ ତମନ୍ନା ଭାଟିଆ ପରସ୍ପରକୁ ଡେଟିଂ କରୁଥିବା ଖବର ସମସ୍ତେ ଜାଣନ୍ତି। ଏବେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଚର୍ଚ୍ଚା ଚାଲିଛି। ଦୁହିଁଙ୍କର ଫଟୋ ଓ ଭିଡିଓ ମଧ୍ୟ ବିଭିନ୍ନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଦୁହେଁ ଖୁବ୍ ଶୀଘ୍ର ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। ବିବାହକୁ ନେଇ ପ୍ରଥମଥର ବିଜୟ ମୁହଁ ଖୋଲିଛନ୍ତି ବୋଲି ଶୁଣାଯାଉଛି।

ନିକତରେ ଏକ ସାକ୍ଷାତକାରରେ ବିଜୟ କହିଥିଲେ ଯେ, ସେ ବାହା ହୁଅନ୍ତୁ ବୋଲି କୌଣସି ବି ଝିଅ ଚାହାନ୍ତି ନାହିଁ। ଏମିତିକି ସେ ମା’ଙ୍କୁ ମଧ୍ୟ ଏ କଥା କହିପାରୁ ନାହାନ୍ତି ବୋଲି କହିଛନ୍ତି ବିଜୟ। ଏହା ପୂର୍ବରୁ ବିଜୟ ଅନ୍ୟ ଏକ ସାକ୍ଷାତକାରରେ  କହିଥିଲେ ଗୋଟିଏ ସମୟରେ ସେ କୌଣସି ଅଭିନେତ୍ରୀ କିମ୍ବା ଇଣ୍ଡଷ୍ଟ୍ରିର ଅନ୍ୟ କାହା ସହିତ ସମ୍ପର୍କରେ ରହିବାକୁ ଚାହୁଁନଥିଲେ। କାରଣ ଇଣ୍ଡଷ୍ଟ୍ରିକୁ ନେଇ ସେ ସନ୍ତୁଷ୍ଟ ନଥିଲେ। କିନ୍ତୁ ତମନ୍ନା ଭାଟିଆ ତାଙ୍କର ଭାବନାକୁ ବଦଳାଇ ଦେଇଥିଲେ। ତମନ୍ନାଙ୍କ ସହ ସମ୍ପର୍କ ପରେ ଦୁହେଁ ପରସ୍ପରକୁ ବୁଝିଲେ,ଜାଣିଲେ। ତମନ୍ନା ଇଣ୍ଡଷ୍ଟ୍ରିକୁ ଭଲ ଭାବରେ ଜାଣିଛନ୍ତି। ତାଙ୍କର ଅନେକ ଅନୁଭବ, ଅଭିଜ୍ଞତା ରହିଛି। ଏଭଳି ଜଣଙ୍କ ସହ ସମ୍ପର୍କରେ ଆସିବା ପରେ ବିଜୟଙ୍କର ଭରସା ବଢିଛି।

ବିଜୟଙ୍କ ଏଭଳି ଉତ୍ତର ଶୁଣିବା ପରେ ତମନ୍ନା ଏକ ସାକ୍ଷାତକାରରେ କହିଛନ୍ତି, ମୋତେ ଲାଗୁଛି ଆପଣ  ଯେତେବେଳେ ବିବାହ କରିବାକୁ ଇଚ୍ଛା କରିଛନ୍ତି, ତା’ହେଲେ କରିନିଅନ୍ତୁ। ବିବାହ ଏକ ଦାୟିତ୍ୱ, ଯେଉଁଥିପାଇଁ ଖୁବ୍ ପରିଶ୍ରମ କରିବାକୁ ପଡେ। ଯେତେବେଳେ ଆପଣ ଦାୟିତ୍ୱ ନିର୍ବାହ ପାଇଁ ପ୍ରସ୍ତୁତ, ତା’ହେଲେ ବିବାହ କରିନିଅନ୍ତୁ। ସମୟ ଉପରେ ସବୁକିଛି ଛାଡି ଦିଅନ୍ତୁ ନାହିଁ। ତମନ୍ନାଙ୍କର ଏଭଳି ଉତ୍ତର ଶୁଣିବା ପରେ କେହି କେହି କହୁଛନ୍ତି, ତମନ୍ନା ମଧ୍ୟ ବିଜୟଙ୍କୁ ବିବାହ କରିବା ପାଇଁ ମନେ ମନେ ସ୍ଥିତ କରିସାରିଲେଣି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.