ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବନ୍ୟାରେ ଭାସୁଛି ଚେନ୍ନାଇ, ସମ୍ଭାଳି ନ ପାରି ମେୟରଙ୍କୁ ଏମିତି ସମାଲୋଚନା କଲେ ତାମିଲ୍ ହିରୋ

ଚେନ୍ନାଇ, ୦୫/୧୨: ବାତ୍ୟା ‘ମିଗଜୋମ୍’ ପ୍ରଭାବରେ ସୋମବାର ଭାସିଥିଲା ଚେନ୍ନାଇ । ଫଳରେ ସାଧାରଣ ଜୀବନ ଯାତ୍ରା ବ୍ୟାପକ ପ୍ରଭାବିତ ହୋଇଥିଲା । ସ୍ଥିତି ଉଦବେଗଜନକ ଥିବା ବେଳେ ତାମିଲ୍ ଅଭିନେତା ତଥା ପ୍ରଯୋଜକ ଭିଶାଲ, ଚେନ୍ନାଇ ମେୟରଙ୍କୁ କଡ଼ା ସମାଲୋଚନା କରିଛନ୍ତି ।

ଏପରିକି ବାତ୍ୟା ପ୍ରଭାବରେ ହୋଇଥିବା ବର୍ଷା ଓ ବନ୍ୟା ପାଇଁ ଲୋକେ ଭୋଗୁଥିବା ଅସୁବିଧା ଲାଗି ଗ୍ରେଟର ଚେନ୍ନାଇ ମହାନଗର ନିଗମକୁ ଦାୟୀ କରିଛନ୍ତି । ୨୦୧୫ର ସ୍ଥିତିକୁ ମନେ ପକାଇ ଭିଶାଲ କହିଛନ୍ତି, ୮ ବର୍ଷ ଭିତରେ ଅନେକ କିଛିରେ ପରିବର୍ତ୍ତନ ଆସିଛି କିନ୍ତୁ ଡ୍ରେନେଜ୍ ବ୍ୟବସ୍ଥା ସେଭଳି ରହିଛି । ସ୍ଥାନୀୟ ମେୟର ଓ କମିଶନରଙ୍କୁ ଭିଶାଲ୍ କଡ଼ା ଶବ୍ଦରେ ସମାଲୋଚନା କରିଛନ୍ତି ।

ଲଗାଣ ବର୍ଷା ଯୋଗୁ ଚେନ୍ନାଇରେ ବନ୍ୟାର ଭ୍ରମ; ସର୍ତ୍ତାବଳୀ ଜାରି କଲା ଆଇଏମ୍‌ଡି

ଚେନ୍ନାଇରେ ହୋଇଥିବା ବନ୍ୟାରେ ପ୍ରାୟ ୧୨ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଘରେ ପାଣି ପଶିଛି । ଏପରିକି ମାଛଧରା ବୋଟ୍ ଓ ଟ୍ରାକ୍ଟରରେ ଲୋକଙ୍କୁ ଉଦ୍ଧାର କରାଯାଇଛି । ବାତ୍ୟା ପାଇଁ ତାମିଲନାଡ଼ୁରେ ପ୍ରବଳ ବର୍ଷା ହୋଇଥିବା ବେଳେ ବିମାନ ଉଡ଼ାଣ, ଟ୍ରେନ୍ ଚଳାଚଳକୁ ବନ୍ଦ କରି ଦିଆଯାଇଛି ।

ଏବେ ଚେନ୍ନାଇରେ ବର୍ଷା ବନ୍ଦ ହୋଇଯାଇଛି । ତଥାପି ଚେନ୍ନାଇ ମହାନଗର ନିଗମ ଅଞ୍ଚଳର ଅନେକ ସ୍ଥାନରେ ଏବେ ବି ପାଣି ଭରି ରହିଛି । ପାଣିପାଗ ବିଭାଗ ଅନୁସାରେ, ଆଜି ବି ହାଲୁକା ବର୍ଷା ହୋଇପାରେ । ତେବେ ଅଭିନେତା ଭିଶାଲ କଡ଼ା ସମାଲୋଚନା କରିଥିବା ବେଳେ ମେୟର କିମ୍ବା କମିଶନରଙ୍କ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.