ପ୍ରମୂଖ ଖବର
  • ଅରୁଣାଚଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପେମା ଖାଣ୍ଡୁ, ସମାରୋହରେ ସାମିଲ୍ ହେବେ ଜେପି ନଡ୍ଡା, ଅମିତ ଶାହ
  • ||
  • ବିଧାୟକ ପଦରୁ ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ଇସ୍ତଫା
  • ||
  • ପୁରୀ : ଖୋଲିଲା ଶ୍ରୀମନ୍ଦିର ୪ ଦ୍ବାର, ମଙ୍ଗଳ ଆଳତି ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||

୭୦ବର୍ଷର ପୁରୁଣା କମ୍ପାନୀକୁ ବିକିବ ଟାଟା ଗ୍ରୁପ୍‌ ! ନିବେଶକଙ୍କ ମଧ୍ୟରେ ହାହାକାର

ନୂଆଦିଲ୍ଲୀ : ଟାଟା ଗ୍ରୁପ୍‌ର ବିକ୍ରି ହେବ ୭୦ ବର୍ଷର ଏକ ପୁରୁଣା ପ୍ରସିଦ୍ଧ କମ୍ପାନୀ। ଟାଟା ଗ୍ରୁପ୍‌ ହୋମ୍‌ ଆପ୍ଲାଏନ୍ସ ସହ ସଂପୃକ୍ତ କମ୍ପାନୀ ଭୋଲଟାସ୍‌ର ବ୍ୟବସାୟକୁ ବିକ୍ରି କରିବାର ଯୋଜନା କରୁଛି। ଏନେଇ ଟାଟା ଗ୍ରୁପ୍‌ର ମ୍ୟାନେଜମେଣ୍ଟ ବିକ୍ରି କରିବା ଉପରେ ଆଲୋଚନା କରୁଛୁ। ହେଲେ ଏହି ଡିଲ୍‌ରେ ଜଏଣ୍ଟ ଭେଞ୍ଚର ପାର୍ଟନର Arcelik ASକୁ ସାମିଲ କରିବାକୁ ନେଇ ଏବେ କୌଣସି ପ୍ରକାରର ନିଷ୍ପତ୍ତି ହୋଇ ନାହିଁ। 

ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, କୁହାଯାଇଛି କି ପ୍ରତିସ୍ପର୍ଦ୍ଧା ବଜାରରେ ବ୍ୟବସାୟର ବିସ୍ତାରରେ ଚ୍ୟାଲେଞ୍ଜର କାରଣ ଟାଟା ଗ୍ରୁପ୍‌, ଭୋଲଟାସ୍‌ ଲିମିଟେଡ୍‌ର ବ୍ୟବସାୟର ବିକ୍ରି ଉପରେ ବିଚାର କରୁଛନ୍ତି। ସୂତ୍ର ମୁତାବିକ , ଉକ୍ତ ବିକ୍ରିର କଥାବାର୍ତ୍ତା ଏବେ ପ୍ରାରମ୍ଭିକ ପ୍ରର୍ଯ୍ୟାୟରେ ଅଛି। ଟାଟା ଗ୍ରୁପ୍‌ ନିଜର ମନ ମଧ୍ୟ ପରିବର୍ତ୍ତନ କରିପାରେ। ସେପଟେ ରିପୋର୍ଟ ଉପରେ ଟାଟା ଗ୍ରୁପ୍‌ର ପ୍ରତିନିଧି ଟିପ୍ପଣୀ କରିବାକୁ ମନା କରି ଦେଇଛନ୍ତି। 

ଆସନ୍ତୁ ଜାଣିବା କମ୍ପାନୀ ବିଷୟରେ – 

୧୯୫୪ରେ ସ୍ଥାପିତ ହୋଇଥିବା ଏହି ଭୋଲଟାସ ଏୟାର କଣ୍ଡିସନର ,ୱାଟର କୁଲର ଓ ହୋମ୍‌ ଆପ୍ଲାଏନ୍ସ ସହ ଜଡ଼ିତ ବ୍ୟବସାୟ କରିଥାଏ। କମ୍ପାନୀ ଭାରତ, ମଧ୍ୟ ପୂର୍ବ, ଦକ୍ଷିଣ ପୂର୍ବ ଏସିଆ ଓ ଆଫ୍ରିକାରେ କାମ କରିଥାଏ। ଚଳିତ ବର୍ଷ କମ୍ପାନୀର ସେୟାରରେ ପାଖାପାଖି ୩ ପ୍ରତିଶତ ବୃଦ୍ଧି ହୋଇଛି, ଯେଉଁଥିରେ ମାର୍କେଟ୍‌ ମୂଲ୍ୟ ପାଖାପାଖି ୩.୩ ବିଲିୟନ ଡଲାର ହୋଇ ଯାଇଛି। ଭାରତରେ ଭୋଲଟାସ୍‌ର ବ୍ୟବସାୟ , ଟାଟା ଗ୍ରୁପ୍‌ ନିଜର ଜଏଣ୍ଟ ଭେଞ୍ଚର Arcelik AS ସହ କରୁଛି। ୩୦ସେପ୍ଟେମ୍ୱର ଯାଏ ଭାରତରେ ରେଫ୍ରିଜରେଟର ପାଇଁ ଭୋଲଟାସ୍‌ର ବଜାର ସେୟାରିଂ ୩.୩ ପ୍ରତିଶତ ଓ ୱାଶିଂ ମେସିନ ପାଇଁ ୫.୪ ପ୍ରତିଶତ ଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.