ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସାଂସଦ ଖେଳ ମହାକୁମ୍ଭ କ୍ରୀଡ଼ାକୁ ଲୋକପ୍ରିୟ କରିଥିବାରୁ ପ୍ରତାପଙ୍କୁ ଶୁଭେଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୀଳଗିରି,୧/୩ : ବାଲେଶ୍ଵର ଜିଲ୍ଲା ସଂସଦୀୟ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ସାଂସଦ ଖେଳ ମହାକୁମ୍ଭ କ୍ରୀଡ଼ା କରି ବେଶ ଲୋକପ୍ରିୟତା ଆଣିଥିଲେ । ଏଭଳି ଖବରପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତାପଙ୍କୁ ଚିଠି ଲେଖି ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି । ଏଭଳି ଖେଳକୁଦ ବିଷୟରେ ଜାଣିବା ବେଶ ହୃଦୟ ସ୍ପର୍ଶୀ ବୋଲି ଜଣାଇଛନ୍ତି । 

ସୂଚନାଯୋଗ୍ୟ ଦେଶରେ ଅନେକ ଖେଳ ପ୍ରତିଭା ଥିବାବେଳେ ବିଭିନ୍ନ ସ୍ଥାନରେ ଖେଳାଳିଙ୍କୁ ସୁଯୋଗ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଏଭଳି ସାଂସଦ ଖେଳ ମହାକୁମ୍ଭ ପ୍ରତିଯୋଗିତା ଆରମ୍ଭ ହୋଇଛି । କୃତି ଖେଳାଳିଙ୍କୁ ଦକ୍ଷତା ବୃଦ୍ଧି ପାଇଁ ଏହା ଏକ ପ୍ରତିଯୋଗିତା ମୂଳକ ପ୍ଲାଟଫର୍ମ ଆରମ୍ଭ ହୋଇଛି । 

କ୍ରୀଡ଼ାର ଭିତ୍ତିଭୂମୀର ପରିବର୍ତ୍ତନ ଓ ଓଡିଶାର ଯୁବକମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବାବେଳେ ଅନୁରୂପ ଭାବେ ବାଲେଶ୍ଵରରେ ଏହି ପ୍ରତିଯୋଗିତା ପାଇଁ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.