ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୩୨ ବର୍ଷ ହେଲା ସମୁଦ୍ରରେ ଭାସୁଥିଲା ବୋତଲ, ଭିତରେ ଥିବା ଚିଠିରେ ଲେଖାଥିଲା ଏମିତି କିଛି

ନୂଆଦିଲ୍ଲୀ ୦୮/୦୨ : ନିକଟରେ ନ୍ୟୁୟର୍କର ଶିନ୍ନେକକ୍‌ ବେ ତଟରେ ଜଣେ ବ୍ୟକ୍ତିଙ୍କୁ ଏକ ବୋତଲ ମିଳିଲା । ତା’ ଭିତରେ ଏକ ଚିଠି ଥିଲା । ଜାଣି ଆଶ୍ଚର୍ଯ୍ୟ ହେବେ, ଗତ ୩୨ ବର୍ଷ ହେଲା ବୋତଲଟି ପାଣିରେ ଭାସୁଥିଲା । ୩୨ ବର୍ଷ ତଳେ କେହି ଜଣେ ବୋତଲ ଭିତରେ ଚିଠି ଭର୍ତ୍ତି କରି ପାଣିକୁ ଫିଙ୍ଗି ଦେଇଥିଲା । ଚିଠିରେ ଲିଖିତ ବାର୍ତ୍ତା ପଢ଼ିବା ପରେ ବ୍ୟକ୍ତିଙ୍କ ଆଖିରେ ଲୁହ ଆସିଗଲା । ବୋତଲ ପାଇଥିବା ବ୍ୟକ୍ତି ହେଉଛନ୍ତି ଆଡାମ୍‌ ଟ୍ରାଭିସ୍‌ । 

ଏଥିରେ ଥିବା ଚିଠିରେ ଉଲ୍ଲେଖ ହୋଇଥିଲା ‘ଡିୟର୍‌ ଫାଇଣ୍ଡର୍‌(ପାଇବା ବ୍ୟକ୍ତି), ୯ମ ଶ୍ରେଣୀ ପାଇଁ ଆର୍ଥ୍‌ ସାଇନ୍ସ ପ୍ରୋଜେକ୍ଟର ଅଂଶ ସ୍ୱରୂପ ଏହି ବୋତଲକୁ ଲଙ୍ଗ୍‌ ଦ୍ୱୀପ ନିକଟସ୍ଥ ଆଟ୍‌ଲାଣ୍ଟିକ୍‌ ମହାସାଗରରେ ଫିଙ୍ଗାଯାଇଥିଲା । ଦୟାକରି ତଳେ ଦିଆଯାଇଥିବା ତଥ୍ୟ ପୂରଣ କରନ୍ତୁ ଏବଂ ବୋତଲ ଆମକୁ ଫେରାଇ ଦିଅନ୍ତୁ । ଧନ୍ୟବାଦ ।’

ଚିଠି ତଳେ ଦୁଇଜଣଙ୍କ ନାଁ ଶନ୍‌ ଓ ବେନ୍‌ ଉଲ୍ଲେଖ ହୋଇଥିଲା । ଠିକଣା ସ୍ଥାନରେ ଲଙ୍ଗ୍‌ ଦ୍ୱୀପର ମାଟ୍ଟିଟକ୍‌ ହାଇସ୍କୁଲ ଉଲ୍ଲେଖ ହୋଇଥିଲା । ଶନ୍‌ ଓ ବେନ୍‌ଙ୍କୁ ଖୋଜିବା ପାଇଁ ଟ୍ରାଭିସ୍‌ ମାଟ୍ଟିଟକ୍‌ ହାଇସ୍କୁଲ ଆଲୁମିନିର ଫେସ୍‌ବୁକ ପେଜ୍‌ରେ ଚିଠିର ଫଟୋ ପୋଷ୍ଟ୍‌ କଲେ । ଏହା ଦେଖି ବହୁ ସଂଖ୍ୟକ ପୂର୍ବ ଛାତ୍ର ସେମାନଙ୍କ ଶିକ୍ଷକ ରିଚାର୍ଡ ବ୍ରୁକ୍ସଙ୍କୁ ମନେପକାଇଲେ । ବ୍ରୁକ୍ସ ୧୯୯୨ ମସିହାରେ ଏହି ପ୍ରୋଜେକ୍ଟ ଆରମ୍ଭ କରିଥିଲେ । ଏହି ଘଟଣାକୁ ୩୨ ବର୍ଷ ବିତିଗଲାଣି । ତେବେ ଶନ୍‌ ଓ ବେନ୍‌ଙ୍କ ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ । ବ୍ରୁକ୍ସଙ୍କ ପୁଅ ଜନ୍‌ ବ୍ରୁକ୍ସ ଏହି ପୋଷ୍ଟ୍‌ର ଜବାବ ଦେଇ ଖୁବ୍‌ ଭାବୁକ ହୋଇପଡ଼ିଛନ୍ତି । ସେ କହିଛନ୍ତି, ବାପା ବିଦ୍ୟାର୍ଥୀଙ୍କ ସହ ଏଭଳି କରିବାକୁ ଖୁବ୍‌ ପସନ୍ଦ କରୁଥିଲେ । ଅଲ୍‌ଜାଇମର୍‌ ଯୋଗୁ ବ୍ରୁକ୍ସଙ୍କର ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.