ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହଜାରେ ଟଙ୍କିଆ ଚା’ ପିଇବାକୁ ଲୋକଙ୍କ ଭିଡ଼, ଚା’ ସହ ବିକୁଛନ୍ତି ୩ ଲକ୍ଷ ଟଙ୍କାର ଚା’ ପତି...

କୋଲକାତା, ୧୨।୨: ପ୍ରାୟ ପ୍ରତ୍ୟେକ ଭାରତୀୟଙ୍କ ପସନ୍ଦ ଚା’ । ଅନେକ ଲୋକଙ୍କ ସକାଳ କପେ ଚା’ରୁ ହିଁ ଆରମ୍ଭ । ନିକଟରେ ଅନେକ ଚା’ ଦୋକାନୀଙ୍କ ଫଟୋ ଓ ଭିଡିଓ ଭାଇରାଲ ହେଉଥିବାର ଦେଖାଯାଉଛି । ଯେପରିକି ଏମବିଏ ଚାଏବାଲା, ଡଲି ଚାଏବାଲା । ଠିକ୍ ସେହିପରି ନିକଟରେ କୋଲକାତାର ଜଣେ ଚା’ ଦୋକାନୀଙ୍କ ଚା’ ଚର୍ଚ୍ଚାରେ ରହିଛି । ସାଧାରଣତଃ ରାସ୍ତା କଡ଼ରେ ଗୋଟିଏ କପ୍ ଚା’ ର ଦାମ୍ ୫ ଟଙ୍କା ହୋଇଥିବା ବେଳେ ସର୍ବାଧିକ ୧୫ ଟଙ୍କା ଯାଏ ଥାଏ । କିନ୍ତୁ, ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ମୁକୁନ୍ଦପୁରରେ ବିକ୍ରି ହେଉଛି ହଜାରେ ଟଙ୍କିଆ ଚା’ । ଏଠାରେ କପେ ଚା’ ର ଦାମ୍ ୧୦୦୦ ଟଙ୍କା । ଭାରତର ସବୁଠାରୁ ଦାମୀ ଚା’ ଭାବେ ଖ୍ୟାତ । ଚା’ ର ଦାମ୍ ଶୁଣି ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ, ଏହା ସତ । 

ଏଠାରେ ଚା’ ବିକ୍ରି କରନ୍ତି ପ୍ରତିମ ଗାଙ୍ଗୁଲୀ । ପ୍ରତିମଙ୍କ ଚା’ ଦୋକାନରେ ୧୨ ଟଙ୍କାରୁ ଆରମ୍ଭ କରି ହଜାରେ ଟଙ୍କା ଦାମ୍‌ର ଚା’ ମିଳୁଛି । ଚା’ ଦାମ୍ ୧୦୦ ଟଙ୍କା ହେଲେ ବି ଚା’ ପିଇବା ପାଇଁ ପ୍ରତିଦିନ ପ୍ରତିମଙ୍କ ଦୋକାନରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳେ । ପ୍ରତିମଙ୍କ ରାସ୍ତା କଡ଼ରେ ନିଜ ଦୋକାନ ଖୋଲିଛନ୍ତି । କୋଲକାତା ବୁଲିବାକୁ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକ ପ୍ରତିମଙ୍କ ଦୋକାନରେ ଚା’ ପିଇବାକୁ ପସନ୍ଦ କରନ୍ତି । କେବଳ ସେତିକି ନୁହେଁ, ଚା’ ବିକି ପ୍ରତିମ ଏବେ କୋଟିପତି ପାଲଟିଛନ୍ତି । ପ୍ରତିମଙ୍କ ଦୋକାନରେ ବୋ-ଲେ ଚା’ କପ୍‌ର ଦାମ୍ ହଜାରେ ଟଙ୍କା ରହିଛି । ସେହିଭଳି ବୋ-ଲେ ଚା’ ପତିର ଦାମ୍ କିଲୋଗ୍ରାମ୍ ପିଛା ୩ ଲକ୍ଷ ଟଙ୍କା ରହିଛି । ଏହା ବ୍ୟତୀତ ଦୋକାନରେ ସିଲଭର୍ ନିଡଲ୍ ହ୍ୱାଇଟ୍ ଚା’, ଲାଭେଣ୍ଡର ଚା’, ହିବିସକସ୍ ଚା’, ୱାଇନ୍ ଚା’, ତୁଳସୀ ଜିଞ୍ଜର ଚା’ ଆଦି ମିଳିଥାଏ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.