ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଶିଡ଼ି ଚଢ଼ିବା ସମୟରେ ଧଇଁସଇଁ ହେଉଛନ୍ତି କି? ଜାଣନ୍ତୁ ଏହି ସମସ୍ୟାରୁ କିପରି ପାଇବେ ମୁକ୍ତି

ନୂଆଦିଲ୍ଲୀ ୦୧/୦୯ : ପ୍ରାୟ ଲୋକଙ୍କଠାରୁ ଶୁଣିବାକୁ ମିଳିଥାଏ ଯେ ଶିଡ଼ି ଚଢିବା ସମୟରେ ନିଶ୍ୱାସ ନେବାରେ କଷ୍ଟ ହେଉଛି । ଏପରିକି କିଛି ଲୋକ ୨/୪ଟି ଶିଡ଼ି ଚଢ଼ିବା ପରେ ଏଭଳି ସମସ୍ୟା ଭୋଗୁଥିବା ଦେଖିବାକୁ ମିଳିଥାଏ । ଏହି ସମସ୍ୟା ବିଭିନ୍ନ ବୟସର ଲୋକଙ୍କଠାରେ ଦେଖାଦିଏ । ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ଏଭଳି ସମସ୍ୟା ଉପୁଜିଥାଏ । ଯେଉଁ ଲୋକମାନେ ନିଜ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଅନ୍ତି ନାହିଁସେମାନେ ଏଭଳି ଦୁର୍ବଳ ଅନୁଭବ କରିଥାନ୍ତି । ଆଉ ଶିଡ଼ି ଚଢ଼ିବାରେ କଷ୍ଟ ଅନୁଭବ କରିଥାନ୍ତି । ଚାଲନ୍ତୁ ଜାଣିବା ଏହି ସମସ୍ୟାରୁ ମୁକ୍ତି ପାଇବାର ଉପାୟ ।


ଯେଉଁ ଲୋକଙ୍କ ଶରୀରରେ ପୋଷକ ତତ୍ତ୍ୱର ଅଭାବ ଥାଏ । ସେମାନଙ୍କଠାରେ ଏଭଳି ସମସ୍ୟା ଦେଖିବାକୁ ମିଳିଥାଏ । ତେଣୁ ନିଜ ଡାଏଟ୍‌ରେ ପୋଷକ ତତ୍ତ୍ୱଯୁକ୍ତ ଖାଦ୍ୟକୁ ସାମିଲ୍‌ କରନ୍ତୁ । ଆପଣଙ୍କ ଶରୀରକୁ ଶକ୍ତି ମିଳିବ । ଫଳରେ ଶିଢ଼ି ଚଢ଼ିବା ସମୟରେ ଧଇଁସଇଁ ହେବେ ନାହିଁ ।

ନିୟମିତ ଭରପୂର ନିଦରେ ଶୁଅନ୍ତୁ । ଭଲରେ ନ ଶୋଇବା ଯୋଗୁ ଥକା ଅନୁଭବ ହୋଇ ଏଭଳି ସମସ୍ୟା ଆସୁଥାଇପାରେ ।

- ବଢୁଥିବା ଓଜନ ମଧ୍ୟ ଏଭଳି ସମସ୍ୟାର ଅନ୍ୟତମ କାରଣ ହୋଇପାରେ । ମୋଟାପଣ ମଧ୍ୟ ଆପଣଙ୍କୁ ଶିଢ଼ି ଚଢ଼ିବାରେ ସମସ୍ୟା ସୃଷ୍ଟି କରିପାରେ ।

- ନିୟମିତ ଯୋଗାସନ ଓ ବ୍ୟାୟାମ କରିବା ସହ ତୈଳଯୁକ୍ତ ଖାଦ୍ୟଠାରୁ ଦୂରେଇ ରହି ସବୁଜ ପନିପରିବାକୁ ଖାଦ୍ୟରେ ସାମିଲ୍‌ କରିବା ଉଚିତ୍‌ ।

- ସକାଳୁ ଶୀଘ୍ର ଉଠିବାକୁ ଚେଷ୍ଟା କରନ୍ତୁ । ଅଧିକ ଡେରି ଯାଏ ଶୋଇବା ଯୋଗୁ ଏଭଳି ସମସ୍ୟା ମଧ୍ୟ ହୋଇପାରେ ।

- ଯଦି ନିଜ ସ୍ୱାସ୍ଥ୍ୟକୁ ଠିକ୍‌ ରଖିବା ପରେ ଏଭଳି ସମସ୍ୟା ଉପୁଜେତେବେ ଏହା ଅନ୍ୟ କୌଣସି ରୋଗର ଲକ୍ଷଣ ହୋଇପାରେ ।

ଶରୀରରେ ପାଣିର ଅଭାବରୁ ଏଭଳି ସମସ୍ୟା ଉପୁଜିପାରେ । ଜଳାଭାବ ଯୋଗୁ ସିଢିରେ ଉଠିବା ସମୟରେ ଧଇଁସଇଁ ଲାଗିଥାଏ । ତେଣୁ ନିୟମିତ ଆବଶ୍ୟକ ପରିମାଣର ପାଣି ପିଇବା ସହ ପଇଡ଼ ପାଣି ଓ ଜୁସ ପିଇପାରିବେ ।

- ସେହିପରି ଚିନ୍ତା ଯୋଗୁ ମଧ୍ୟ ଶିଢ଼ି ଚଢ଼ିବା ସମୟରେ ଧଇଁସଇଁ ଲାଗିଥାଏ । ତେଣୁ ନିଜକୁ ଚିନ୍ତାମୁକ୍ତ ରଖିବାର ପ୍ରୟାସ କରନ୍ତୁ ।

-ଏହାବ୍ୟତୀତ ଶରୀରରେ ରକ୍ତ ଅଭାବରୁ ମଧ୍ୟ ଏମିତି ସମସ୍ୟା ଉପୁଜିପାରେ । ତେଣୁ ନିଜର ରୁଟିନ୍‌ ଚେକ୍‌ଅପ୍‌ କରାଇ ନିଅନ୍ତୁ ।

walking
staircase
lifestyle

Copyright © 2022 - Summa Real Media Private Limited. All Rights Reserved.