ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୩ ଖେଳାଳିଙ୍କୁ ଚୀନ୍ ଦେଲାନି ଏସିଆନ୍ ଗେମ୍ସରେ ଏଣ୍ଟ୍ରି
  • ||
  • କଟକ: କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଗୁରୁତର, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||
  • ଏବେ ସୁଦ୍ଧା ବାତ୍ୟା ସୂଚନା ନାହିଁଁ, ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା:IMD ଡିଜି
  • ||
  • ରିଆମାଳ: ସାତକିଆରୀ ଡ୍ୟାମ୍‌ର ହ୍ୟୁମ ପାଇପ୍‌ରୁ ବାହାରୁଛି ଅସହ୍ୟ ଦୁର୍ଗନ୍ଧ, ପଚା ଶବ ଥିବା ସନ୍ଦେହ
  • ||
  • ଚଣ୍ଡୀଗଡ଼: ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଅଷ୍ଟ୍ରେଲିଆ
  • ||
  • ଭୁବନେଶ୍ୱର: ରାଜଧାନୀରେ ଗର୍ଜିଲେ ଆଙ୍ଗନବାଡ଼ି ଦିନ, ୧୦ ଦଫା ଦାବି ନେଇ ଆନ୍ଦୋଳନ
  • ||
  • କଟକ: ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍ ଯଦୁମଣି ମାଝୀ, ୪ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଟିମ୍
  • ||
  • ପୁରୀ: ୨୪ରୁ ଗଡ଼ିବ ପୁରୀ-ରାଉରକେଲା ବନ୍ଦେ ଭାରତ, କଟକ ଦେଇ ଚାଲିବ ଟ୍ରେନ୍‌
  • ||
  • ଭୁବନେଶ୍ୱର; ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବେ ଶପଥ ନେଲେ ପ୍ରମିଳା ମଲ୍ଲିକ
  • ||
  • ଭୁବନେଶ୍ୱର: ମାୟାବିନୀ ଇରାନୀର ହନିଟ୍ରାପ୍‌ ମାମଲା: ବାପିର ରିମାଣ୍ଡ ସରିଲା, ଏଥର ଇରାନୀ ପାଳି, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମାଗିଲା ପୁଲିସ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ରୁ ପୁଣି ୫ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ୨୧୧ରେ ପହଞ୍ଚିଲା ପଜିଟିଭ୍ ସଂଖ୍ୟା
  • ||
  • କଣାସ : ଡ଼ଙ୍ଗା ନେଇ ଚିଲିକାକୁ ଯିବାବେଳେ ଅଘଟଣ, ମତ୍ସ୍ୟଜୀବୀ ନିଖୋଜ
  • ||
  • ଚନ୍ଦ୍ରର ଦକ୍ଷିଣ ମେରୁରେ ଉଇଁଲା ସୂର୍ଯ୍ୟ: ଆଜି ବିକ୍ରମ, ପ୍ରଜ୍ଞାନର ନିଦ ଭାଙ୍ଗିବ !ଯୋଗାଯୋଗ ପାଇଁ ଚେଷ୍ଟା କରିବ ଇସ୍ରୋ
  • ||
  • ଭୁବନେଶ୍ୱର:ଆଜିଠୁ ବିଧାନସଭା ଅଧିବେଶନ, ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ: ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍
  • ||
  • ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା! ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁଇପାରେ, ଆଣିପାରେ ପ୍ରବଳ ବର୍ଷା
  • ||

ଭାରତକୁ ଆସିବ ଏଲନ ମସ୍କଙ୍କ ‘ଷ୍ଟାରଲିଙ୍କ’ ! ବଢ଼ିବ ଜିଓ-ଏୟାରଟେଲ୍‌ର ଟେନସନ୍‌

Image Courtesy: India Today

ନୂଆଦିଲ୍ଲୀ, ୧୭/୦୯: ସାଟେଲାଇଟ୍‌ ଇଣ୍ଟରନେଟ୍‌ ଯୋଗାଉଥିବା ଏଲନ ମସ୍କଙ୍କ କମ୍ପାନୀ ‘ଷ୍ଟାରଲିଙ୍କ’ ଭାରତରେ ଲଞ୍ଚ ହେବାକୁ ଯାଉଛି । ବିନା ଲାଇସେନ୍ସରେ ସେବା ଯୋଗଉଥିବା ଅଭିଯୋଗରେ ଭାରତରେ ଷ୍ଟାରଲିଙ୍କକୁ ବ୍ୟାନ କରାଯାଇଥିଲା । ହେଲେ ଏବେ ଏଲନ ମସ୍କ ସମ୍ବନ୍ଧିତ ମନ୍ତ୍ରାଳୟରୁ ଅନୁମତି ନେଇ ଭାରତୀୟ ବଜାରରେ ପ୍ରବେଶ କରିବାକୁ ଯାଉଛନ୍ତି । ଷ୍ଟାରଲିଙ୍କ ଆସିବା ପରେ ଜିଓ ଏବଂ ଏୟାରଟେଲ୍‌ ପାଇଁ ଚିନ୍ତା ବୃଦ୍ଧି ପାଇବ ବୋଲି କୁହାଯାଉଛି । 

ଉଭୟ ଜିଓ ଏବଂ ଏୟାରଟେଲ୍‌ ମଧ୍ୟ ସାଟେଲାଇଟ୍‌ ଇଣ୍ଟରନେଟ୍‌ ରେସ୍‌ରେ ସାମିଲ ହୋଇଛନ୍ତି । ଇଣ୍ଟରନେଟ୍‌ ସ୍ପିଡ୍‌କୁ ନେଇ ହେଉଥିବା ଚର୍ଚ୍ଚା ମଧ୍ୟରେ ଷ୍ଟାରଲିଙ୍କ ସାଟେଲାଇଟ୍‌ ଇଣ୍ଟରନେଟ୍‌ ସ୍ପିଡ୍‌ ୧.୫-୨ ଜିବିପିଏସ୍‌ ରହିବ ବୋଲି କୁହାଯାଉଛି। ସାଟେଲାଇଟ୍‌ ଇଣ୍ଟରନେଟ୍‌ ସେବା ହୋଇଥିବାରୁ ଏହାର କନେକ୍ସନ ପାଇଁ ଟାଓ୍ବାରର ଆବଶ୍ୟକତା ରହିବ ନାହିଁ। ପାହାଡ଼ିଆ ଅଞ୍ଚଳ ହେଉ କି ବିଚ୍ଛିନ୍ନାଞ୍ଚଳ ସବୁଠି ଇଣ୍ଟରନେଟ ସେବା ଯୋଗାଇ ହେବ । 

ବର୍ତ୍ତମାନ ସମୟରେ ବିଶ୍ବର ୪୦ରୁ ଅଧିକ ଦେଶରେ ଷ୍ଟାରଲିଙ୍କ ଇଣ୍ଟରନେଟ୍‌  ସଂଯୋଗ ରହିଛି । ଏଲନ ମସ୍କଙ୍କ ଷ୍ଟାରଲିଙ୍କ ସର୍ଭିସ୍‌ ମାଧ୍ୟମରେ ଏକ ରାଉଟର, ପାଓ୍ବାର ସପ୍ଲାଇ, କେବଲ ଏବଂ   ମାଉଣ୍ଟିଂ ଟ୍ରାଇପଡ୍‌ ଦିଆଯାଉଛି । ରାଉଟର ସାଟେଲାଇଟ ସହ କନେକ୍ଟ ଥାଏ । ୨୦୨୧ରେ ବିନା ଲାଇସେନ୍ସରେ ଷ୍ଟାରଲିଙ୍କ ସେବା ଯୋଗାଇବା ଆରମ୍ଭ କରିଥିଲା । ଏପରିକି ସିକ୍ୟୁରିଟି ପାଇଁ ଅଧିକ ଟଙ୍କା ଚାର୍ଜ କରୁଥିଲା । କିନ୍ତୁ ଭାରତ ସରକାରଙ୍କ ପକ୍ଷରୁ ଅନୁମତି ନମିଳିବାରୁ ଏଲନ ମସ୍କଙ୍କୁ ପ୍ରୋଜେକ୍ଟ ବନ୍ଦ କରିବାକୁ ପଡ଼ିଥିଲା । ଏହା ସହ ଭାରତୀୟଙ୍କ ଟଙ୍କା ଫେରସ୍ତ କରିଥିଲେ ମସ୍କ ।
 

Elon Musk
internet
PrameyaOdia
prameyanews
prameya

Copyright © 2022 - Summa Real Media Private Limited. All Rights Reserved.