ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭିତରକନିକା କ୍ରୁଜ୍‌ରେ ମଜା ନେବେ ପର୍ଯ୍ୟଟକ, ଏଣିକି ପାଣି ଭିତରେ ରାତ୍ରି ଯାପନ କରିପାରିବେ

ରାଜନଗର ୦୫/୦୨: ଭିତରକନିକାରେ ପୂର୍ବରୁ ଚାଲିଥିବା ଚାରୋଟି କାଟାମାରାନ ଭିତରକନିକା,  ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ପୁନର୍ବାର ନୂଆ ରୂପରେ ଫେରିଛି । ପ୍ରଥମ ପର୍ଯ୍ୟାୟରେ ଦୁଇଟି ଭିତରକନିକା ଓ ମହାନଦୀ କ୍ରୁଜ ଆସି ଗୁପ୍ତିଠାରେ ପହଞ୍ଚିଛି ।  ଦିଲ୍ଲୀର ହେରିଟେଜ ରିଭର ଜର୍ଣ୍ଣିସ ନାମକ  ଘରୋଇ ସଂସ୍ଥା ଚଳାଇବା ପାଇଁ ଏହାର  ଦାୟିତ୍ୱ ନେଇଛି । ଏହି କ୍ରୁଜରେ ଦୁଇଟି କୋଠରି ରହିଛି । ଚାରିଜଣ ପର୍ଯ୍ୟଟକ  ଏଥିରେ ରାତ୍ରୀ ଯାପନ କରିପାରିବେ ।  

ପର୍ଯ୍ୟଟକମାନେ ଏଥିରେ ବୁଲିବା ସହିତ  ରାତିରେ ନଦୀ ମଧ୍ୟରେ ରାତ୍ରୀ ଯାପନ  କରିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟକୁ  ଉପଭୋଗ କରିପାରିବେ । ମନ ପସନ୍ଦର  ଖାଦ୍ୟ ସେମାନଙ୍କୁ ମିଳିବ । ୨୦୨୨ ମସିହା  ଜୁନ ୧୮ ତାରିଖରେ ଏହି ଘରୋଇ  ସଂସ୍ଥାକୁ ପର୍ଯ୍ୟଟନ ବିଭାଗ ହସ୍ତାନ୍ତର  କରିଥିଲା । କୋଲକତା, ଗୋଆ ଭଳି କ୍ରୁଜ  କରି ଚଳାଇବାକୁ ଅନୁମତି ଦିଆଯାଇଥିଲା  ା ଚୁକ୍ତି ଅନୁଯାୟୀ ପର୍ଯ୍ୟଟନ ବିଭାଗକୁ  ଏହି ସଂସ୍ଥା ବାର୍ଷିକ ୫ ଲକ୍ଷ ୨୦ହଜାର  ଟଙ୍କା ଦେବା ସହ କର୍ମଚାରୀ ଓ ଅନ୍ୟାନ୍ୟ  କଥା ନିଜେ ବୁଝିବ । ଭିତରକନିକାକୁ  ଆସିବା ସହ ହବାଳୀଖଟିକୁ  ପର୍ଯ୍ୟଟକମାନଙ୍କୁ ବୁଲାଇବା ପାଇଁ ନେବ । 

ଆଇସିଜେଡଏମ୍‌ପି ଅନୁଦାନରେ ୮  ବର୍ଷ ପୂର୍ବେ ଭିତରକନିକାର ନଦୀନାଳରେ  ପର୍ଯ୍ୟଟକମାନଙ୍କୁ ନେବା ଆଣିବା ପାଇଁ  ୬ କୋଟିରୁ ଅଧିକ ଟଙ୍କାରେ ଏହି  ବୋଟ ଆସିଥିଲା । ମାତ୍ର ଭିତରକନିକାର  ବଗଗହଣ, ମଠଆଡିଆ ବିଶେଷକରି  ଶୁଆଯୋର ଭିତରକୁ ଏହି ବୋଟ ପଶି  ପାରୁ ନଥିବାରୁ ଅନେକ ପର୍ଯ୍ୟଟକ ଏହି  ବୋଟରେ ଆସିବାକୁ ପସନ୍ଦ କରୁ ନଥିଲେ  ା ଏହି ବୋଟ କ୍ରୁଜ ରୂପରେ ଆସିଥିବାରୁ  ପର୍ଯ୍ୟଟକମାନେ ପସନ୍ଦ କରିବେ ବୋଲି  ପର୍ଯ୍ୟଟନ ବିଭାଗ ଆଶା ବାନ୍ଧିଛି । ତେବେ  କ୍ରୁଜ୍‌ରେ ରାତ୍ରୀଯାପନ ଲାଗି ପର୍ଯ୍ୟଟକଙ୍କୁ  କେତେ ଟଙ୍କା ଦେବାକୁ ପଡ଼ିବ  ବୋଲି ବନଖଣ୍ଡ ଅଧିକାରୀ ସୁଦର୍ଶନ  ଗୋପୀନାଥ ଯାଦବଙ୍କୁ ପଚାରିବାରୁ ସେ  କହିଛନ୍ତି ଯେ ଘରୋଇ ସଂସ୍ଥା ଏହାକୁ  ଚଳାଇବାକୁ ଦାୟିତ୍ୱ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.