ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କଳା ଓ ସଂସ୍କୃତିର ପୁନଃରୁଦ୍ଧାର ସହ ସ୍ୱାଭିମାନ ମାଟିର ସ୍ୱାଭିମାନ ବଞ୍ଚାଇ ରଖିବାକୁ ଆହ୍ବାନ

ମାଲକାନଗିରି, ୭/୨(ଆପ୍ର): ମାଲକାନଗିରି ସଦର ବ୍ଲକ ପକ୍ଷରୁ ସଶକ୍ତ ଓଡ଼ିଶା ସାଥୀ ଶିବିର, ଜନଜାତି ସଂସ୍କୃତି ପ୍ରଗତି କାର୍ଯ୍ୟକ୍ରମ ସ୍ଥାନୀୟ ମାଲ୍ୟବନ୍ତ ଛାତ୍ରବାସ ପରିସରରେ  ଆଜି ଅନୁଷ୍ଠିତ ହୋଇଯାଇଛି।

 ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଭାତୀ ଝଡିଆ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ରଇଲା ନାୟକ,ପଞ୍ଚାୟତ ସମିତି ଅଧ୍ୟକ୍ଷା ଗୌରୀ ପଡ଼ିଆମି, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରତ୍ନାକର ସାହୁ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ,ସହକାରୀ ଶ୍ରମ ଅଧିକାରୀ, ପୂର୍ଣ୍ଣିମା ଡୁରୁକା ମଞ୍ଚାସିନ ଥିଲେ।

  ଲୋପ ପାଇ ଯାଉଥିବା କଳା ଓ ସଂସ୍କୃତିର ପୁନଃରୁଦ୍ଧାର କରିବା ସହ ସ୍ୱାଭିମାନ ମାଟିର ସ୍ୱାଭିମାନ ବଞ୍ଚାଇ ରଖିବାକୁ ଶ୍ରୀ ରାବା ସମସ୍ତ ଜନଜାତିଙ୍କୁ ଆହ୍ବାନ କରିଥିଲେ।ଆମେ ଶହୀଦ ମାଟିର ଦାୟାଦ ତେଣୁ ଆମ ଗୌରବମୟ ଇତିହାସକୁ ନଭୁଲିବା ପାଇଁ ସମସ୍ତଙ୍କୁ ସଚେତନ ମଧ୍ୟ କରିଥିଲେ। ସେହିପରି ପରମ୍ପରାକୁ ବଞ୍ଚାଇ ପାରିଲେ ହିଁ ଆଦିବାସୀଙ୍କ ଉନ୍ନତି ହୋଇ ପାରିବ ବୋଲି ଶ୍ରୀମତୀ ତାଙ୍ଗୁଲ କହିଛନ୍ତି। ଏହି ଅବସରରେ ଶ୍ରୀ ସାହୁ କହିଛନ୍ତି ଯେ ଅବିଭକ୍ତ କୋରାପୁଟ ମାଟିର ଜନଜାତି ଭାଇଭଉଣୀଙ୍କ ପ୍ରତ୍ୟେକ କ୍ଷେତ୍ରରେ ବହୁତ ଅବଦାନ ରହିଛି। ତେଣୁ ଆମେ ସଚେତନ ହେବା ସହ ଲୁପ୍ତପ୍ରାୟ କଳା ଓ ସଂସ୍କୃତିକୁ ଲୋକଲୋଚନକୁ ଆଣିବାକୁ ପ୍ରୟାସ କରିବାର ଆବଶ୍ୟକତା ରହିଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଭାତୀ ଝଡ଼ିଆ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ମାଲକାନଗିରି ବ୍ଲକର କଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ପ୍ରଯତ୍ନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଏଠାରେ ସମ୍ବର୍ଦ୍ଧନା ଦିଆଯାଇଛି। ସେହିପରି ବିଭିନ୍ନ ଜନଜାତିର କଳାକାର ପାରମ୍ପରିକ ନୃତ୍ୟ ପରିବେଷଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକର ଅନ୍ୟାନ୍ୟ ଅଧିକାରୀ, ସରପଞ୍ଚ, ସମିତି ସଭ୍ୟ ଓ ବିଭିନ୍ନ ଜନଜାତି ମୁଖ୍ୟ ଉପସ୍ଥିତ ଥିଲେ । ସନ୍ଧ୍ୟା ରେ ଉଦ୍ଯାପନୀ କାର୍ଯ୍ୟକ୍ରମ ରେ ଜିଲ୍ଲା ର ସମସ୍ଥ ଜନଜାତି ସଂଘର ସଭାପତି ଓ ଅନ୍ୟମାନେ ଅତିଥି ଭାବେ ଉପସ୍ଥିତ ଥିଲେ। ରାତ୍ର ରେ ବିଭିନ୍ନ ନୃତ୍ୟ ସଙ୍ଗୀତ ଓ ଜନଜାତି ସଂସ୍କୃତି କାର୍ଯ୍ୟ କ୍ରମ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.