ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଋଷ ଆଡ଼ୁ ବଢ଼ୁଛି ବିପଦ, ୟୁକେରେ ଆଣବିକ କେନ୍ଦ୍ର ସ୍ଥାପନ କରିବ ଆମେରିକା !

ନୂଆଦିଲ୍ଲୀ, ୨୭/୦୧: ଆମେରିକା ପ୍ରତି ଋଷ ପଟୁ ବିପଦ ବଢ଼ିବାରେ ଲାଗିଛି । ବିପଦ ଘନଉଥିବା ବେଳେ ୧୫ ବର୍ଷରେ ପ୍ରଥମଥର ପାଇଁ ୟୁକେର ଆମେରିକା ଆଣବିକ ଅସ୍ତ୍ରଶସ୍ତ୍ର କେନ୍ଦ୍ର ସ୍ଥାପନ କରିବ । ଦ ଟେଲିଗ୍ରାଫର ରିପୋର୍ଟ ଅନୁସାରେ, ପେଣ୍ଟାଗନ ପକ୍ଷରୁ ଏ ସମ୍ପର୍କିତ ପ୍ରସ୍ତାବ ରହିଛି ।

ପ୍ରସ୍ତାବିତ ଆଣବିକ ଅସ୍ତ୍ରଶସ୍ତ୍ର କେନ୍ଦ୍ର ସଫୋଲ୍କର ଆରଏଏଫ୍ ଲେକନହିଥରେ କରାଯିବ । ଏହାର କ୍ଷମତା ୧୯୪୫ରେ ହିରୋସୀମାରେ ଆମେରିକା ପକାଇଥିବା ଆଣବିକ ବୋମା ଠାରୁ ୩ ଗୁଣ ବୋଲି ପେଣ୍ଟାଗନ ରିପୋର୍ଟରୁ ଜଣାପଡ଼ିଛି ।

ଋଷିଆ ଠାରୁ ଶୀତଳ ଯୁଦ୍ଧର ଆଶଙ୍କା ହ୍ରାସ ପାଇବା ପରେ ୨୦୦୮ରେ ୟୁକେରୁ ଆମେରିକା ତାର ଆଣବିକ ମିସାଇଲ୍ ପ୍ରତ୍ୟାହାର କରି ନେଇଥିଲା । ଏବେ ପୁଣି ଥରେ ୟୁକେର ଲେକନହିଥ୍ ଏୟାରବେସରେ ଆମେରିକା ଆଣବିକ କେନ୍ଦ୍ର ସ୍ଥାପନ କରିବାକୁ ଯୋଜନା କରିଛି ।

ନାଟୋ ସଦସ୍ୟ ଦେଶ ସହ ଋଷର ତିକ୍ତତା ଭିତରେ ଏହି ଅପଡେଟ୍ ଆସିଛି । ୟୁକେ ହେଉଛି ନାଟୋର ପ୍ରତିଷ୍ଠାତା ସଦସ୍ୟ । ଏବେ ଆମେରିକା ନାଟୋ ଆଭିମୁଖ୍ୟ ଅନୁସାରେ, ୟୁକେରେ ଆଣବିକ କେନ୍ଦ୍ର କରିବ । ୨୦୨୨ ଫେବ୍ରୁଆରୀରେ ୟୁକ୍ରେନ୍ ଉପରେ ଋଷିଆ ଆକ୍ରମଣ ପର ଠାରୁ ଆମେରିକା ସହ ତିକ୍ତତା ବଢ଼ି ଚାଲିଛି ।

ସପ୍ତାହକ ତଳେ ବ୍ରିଟିଶ୍ ଆର୍ମିର ବିଦାୟୀ ମୁଖ୍ୟ ଜେନ୍ ସିର୍ ପାଟ୍ରିକ୍ ସାଣ୍ଡର୍ସ କହିଥିଲେ, ୪୫ ହଜାର ରିଜର୍ଭ ସୈନ୍ୟଙ୍କୁ ସମ୍ଭାବ୍ୟ ଯୁଦ୍ଧ ଲାଗି ରଖା ଯାଇଛି । ଏହି ସଂଖ୍ୟାକୁ ଆବଶ୍ୟକ ସ୍ଥଳେ ୭୪ ହଜାରକୁ ବଢ଼ାଇ ଦିଆ ଯାଇ ପାରିବ ବୋଲି ସେ କହିଥିଲେ । ତେବେ ଆଣବିକ ଅସ୍ତ୍ରଶସ୍ତ୍ର ନେଇ ଯୁକେ ସରକାର କିଛି ସୂଚନା ଦେଇ ନାହାନ୍ତି ।

ରିପୋର୍ଟ ଅନୁସାରେ, ଲେକନହିଥରେ ବି୬୧-୧୨ ଗ୍ରାଭିଟିର ବୋମା ରଖା ଯାଉଛି । ଯାହାକି ୫୦ କିଲୋଟନ୍ସର । ଏହା ହିରୋସୀମାରେ ପକା ଯାଇଥିବା ଆଣବିକ ବୋମା ଠାରୁ ୩ ଗୁଣ ଅଧିକ ଶକ୍ତିଶାଳୀ । ଲେକନହିଥରେ ଜୁନରୁ କାମ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ସେଠାରେ ଆମେରିକା ଏଫ୍-୩୫ ଜେଟ୍ ମୁତୟନ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.