ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ହାଇକୋର୍ଟଙ୍କ ଭର୍ତ୍ସନାକୁ ବି ଖାତିର କଲେନି ଉଦୟନିଧି, କହିଲେ-‘ସର୍ବଦା ସନାତନକୁ ବିରୋଧ କରିବି’

Image Courtesy: indiatoday

ଚେନ୍ନାଇ: ତାମିଲନାଡୁ ମନ୍ତ୍ରୀ ତଥା ଡିଏମକେ ନେତା ଉଦୟନିଧି ଷ୍ଟାଲିନ୍‌ ସନାତନ ଧର୍ମକୁ ନେଇ ଦେଇଥିବା ମନ୍ତବ୍ୟରେ ଅଟଳ ରହିଛନ୍ତି । ଏହାକୁ ନେଇ ମାଡ୍ରାସ ହାଇକୋର୍ଟ ଉଦୟନିଧିଙ୍କୁ କାହିଁକି ଗିରଫ କରାଯାଇନାହିଁ ବୋଲି ପୋଲିସକୁ ପ୍ରଶ୍ନ କରିଥିଲେ । ସନାତନ ବିରୋଧୀ ମନ୍ତବ୍ୟ ଦେଇଥିବା ବେଳେ ଉଦୟନିଧି ଏବଂ ପିକେ ସେକର ବାବୁଙ୍କୁ କାହିଁକି ଗିରଫ କରଗଲାନି ବୋଲି ପୋଲିସକୁ ପଚାରିବା ସହ ତାତ୍ସଲ୍ୟ କରିଥିଲେ ହାଇକୋର୍ଟ । କୌଣସି ଧର୍ମକୁ ଟାର୍ଗେଟ କରିବା କିମ୍ବା କୌଣସି ପ୍ରଥାକୁ ନଷ୍ଟ କରିବା ଭଳି ମନ୍ତବ୍ୟ କେହି ବ୍ୟକ୍ତି ଦେଇପାରିବେ ନାହିଁ ବୋଲି କୋର୍ଟ କହିଥିଲେ । 

ଏୟାରପୋର୍ଟରେ ନମାଜ ପଢାକୁ ନେଇ ଫ୍ରାନ୍ସରେ ବିବାଦ , ଉତ୍ତ୍ୟକ୍ତ ହେଲେ ଲୋକେ ; କ୍ଷମା ମାଗିଲା ଅଥୋରିଟି

ସନାତନ ଧର୍ମ ଡେଙ୍ଗୁ ଏବଂ ମ୍ୟାଲେରିଆ ସହ ତୁଳନା କରିବା ସହ ଏହାକୁ ସମୂଳ ନାଶ କରିବାକୁ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ଏବେ ବି ବିବାଦ ଥମିନାହିଁ । ହେଲେ ସନାତନ ଧର୍ମକୁ ନେଇ ସେ ବିଲକୁଲ ଠିକ୍‌ କହିଛନ୍ତି ବୋଲି ଉଦୟନିଧି ଦାବି କରିଛନ୍ତି । ଏନେଇ ତାଙ୍କ ବିରୁଦ୍ଧରେ ଯେକୌଣସି କାର୍ଯ୍ୟାନୁଷ୍ଠାନକୁ ସେ ସାମ୍ନା କରିପାରିବେ ବୋଲି କହିଛନ୍ତି ।

ସେ କହିଛନ୍ତି, ‘ମୁଁ କିଛି ଭୁଲ କହିନାହିଁ। ଯାହା କହିଛି ଠିକ୍‌ କହିଛି ଏବଂ ଏଥିପାଇଁ ଯାହା କାର୍ଯ୍ୟାନୁଷ୍ଠାନ ହେବ ମୁଁ ସାମ୍ନା କରିବି। ମୁଁ ମୋ ବିଚାରାଧାରା ସଂପର୍କରେ କହିଛି । ମୁଁ, ଆମ୍ବେଦକର କିମ୍ବା ପେରିୟାରଙ୍କ ଠାରୁ କିଛି ଅଧିକ କହିନାହିଁ । ମୁଁ ଆଜି ଜଣେ ଏମଏଲଏ, ମନ୍ତ୍ରୀ ଏବଂ ଯୁବମୋର୍ଚ୍ଚା ସଂପାଦକ । ହୁଏତ କାଲି ମୋ ପାଖରେ କିଛି ପଦବୀ ନଥିବ । ହେଲେ ମଣିଷ ପଣିଆ ରହିବା ଅଧିକ ଗୁରୁତ୍ବପୂର୍ଣ୍ଣ ।’ 

ଏହା ସହ କିଛି ବର୍ଷ ହେଲା ଆମେ ସନାତନ ଧର୍ମ ସଂପର୍କରେ କହିଆସୁଛି । ହେଲେ NEET ପ୍ରସଙ୍ଗ ମାତ୍ର ୬ ବର୍ଷ ହେଲା ଆରମ୍ଭ ହୋଇଛି । ସନାତନ ଧର୍ମ ଏହା ଠାରୁ ଆଉ କିଛି ବର୍ଷ ପୁରୁଣା । ଆମେ ଏହା(ସନାତନ ଧର୍ମ)କୁ ସର୍ବଦା ବିରୋଧ କରିବୁ ବୋଲି ଉଦୟନିଧି କହିଛନ୍ତି । ଗତ ସେପ୍ଟେମ୍ବର ମାସରେ ସନାତନ ଧର୍ମକୁ ସମୂଳ ନାଶ କରିବାକୁ ଆହ୍ବାନ ଦେଇଥିଲେ ଉଦୟନିଧି ଷ୍ଟାଲିନ୍।  ସନାତନ ଧର୍ମ ସାମାଜିକ ଅଧିକାର ଏବଂ ସମାନତା ବିରୋଧୀ ବୋଲି ମଧ୍ୟ ସେ ଅଭିଯୋଗ କରିଥିଲେ । 

  • Tamilnadu
  • Copyright © 2022 - Summa Real Media Private Limited. All Rights Reserved.