ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବହୁ ପ୍ରତୀକ୍ଷାର ଅନ୍ତ: କଟକ ତାରକସିକୁ ମିଳିଲା ଜିଆଇ ମାନ୍ୟତା, ତାରକସି କାରିଗର ଆନନ୍ଦିତ

କଟକ,୦୩/୦୩: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । କଟକ ରୁପା ତାରକସିକୁ ମିଳିଛି ଜିଆଇ (ଜିଓଗ୍ରାଫିକାଲ୍‌ ଇଣ୍ଡିକେସନ୍‌) ଟ୍ୟାଗ୍‌ ବା ମାନ୍ୟତା। ଭାରତ ସରକାରଙ୍କ ଡିପାର୍ଟମେଣ୍ଟ୍‌ ଫର୍‌ ପ୍ରମୋସନ୍‌  ଅଫ୍‌ ଇଣ୍ଡଷ୍ଟ୍ରିଜ୍‌ ଆଣ୍ଡ୍‌ ଇଣ୍ଟରନାଲ୍‌ ଟ୍ରେଡ୍‌ ଅଧୀନସ୍ଥ  ଜିଓଗ୍ରାଫିକାଲ୍‌ ଇଣ୍ଡିକେସନ୍‌ସ ରେଜିଷ୍ଟ୍ରି ରୁପା  ତାରକସିର ଆବେଦନକୁ ପଞ୍ଜିକୃତ କରିଛି । ଖୁବ୍‌ ଶୀଘ୍ର ଆବେଦନକାରୀ ଓଡ଼ିଶା ହସ୍ତକଳା ସମବାୟ  ସମିତିକୁ ସାର୍ଟିଫିକେଟ୍‌ ହସ୍ତାନ୍ତର କରାଯିବ । ରୁପା ତାରକସିକୁ ଜିଆଇ ମାନ୍ୟତା ପରେ  କଟକ ସହରବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ  ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  କଟକର ରୁପା ତାରକସି କାରିଗର ଓ ଜିଲ୍ଲା  ପ୍ରଶାସନକୁ ଏଥିପାଇଁ ଶୁଭେଚ୍ଛା ଜଣାଇଛନ୍ତି । 

ନିକଟରେ ରାଜ୍ୟର ୮ଟି ଉତ୍ପାଦକୁ ଜିଆଇ ଟ୍ୟାଗ୍‌  ମିଳିଥିଲା । ଢେଙ୍କାନାଳର ସ୍ୱାଦିଷ୍ଟ ମଗଜି, କୋରାପୁଟର  କଳାଜିରା ଚାଉଳ, ମୟୁରଭଞ୍ଜର କାଇ ଚଟଣି,  ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣ, ଖଜୁରି ଗୁଡ଼,  ଡଙ୍ଗରିଆ କନ୍ଧ ଏମ୍ବ୍ରୋଡରୀ ସାଲ୍‌, ଲାଞ୍ଜିଆ ସୌରା ଚିତ୍ରକଳାକୁ ଜିଆଇ ମାନ୍ୟତା ମିଳିଥିବା ବେଳେ ଶନିବାର  କଟକର ରୁପା ତାରକସି ଏହି ଯୋଗ୍ୟତା ଅର୍ଜନ କରିଛି ।  

୨୦୨୧ ଜୁଲାଇ ୭ରେ ଓଡ଼ିଶା ହସ୍ତକଳା  ସମବାୟ ସମିତି ତରଫରୁ ରୁପା ତାରକସିକୁ ଜିଆଇ  ମାନ୍ୟତା ଦେବା ଲାଗି ଆବେଦନ କରାଯାଇଥିଲା । ଆବେଦନକୁ ବିଚାରକୁ ନେଇ କଟକ ତାରକସିର  ଇତିହାସ ଏବଂ ବର୍ତ୍ତମାନର ସ୍ଥିତି ସମୀକ୍ଷା କରିବାକୁ  ଏକ କନ୍‌ସଲଟାନ୍ସି ଫାର୍ମକୁ ଦାୟିତ୍ୱ ଦିଆଯାଇଥିଲା । ଫାର୍ମର ସୁପାରିସ କ୍ରମେ ତାମିଲନାଡୁର ଜିଆଇ  ରେଜିଷ୍ଟ୍ରେସନ ଉତ୍ପାଦର ନୋଡାଲ୍‌ ଅଫିସର୍‌ ପି. ସଞ୍ଜୟ ଗାନ୍ଧି କଟକ ରୁପା ତାରକସିର ଏକ ୧୧୧  ପୃଷ୍ଠାର ରିପୋର୍ଟ ଜିଆଇ ରେଜିଷ୍ଟ୍ରାର୍‌ଙ୍କ ନିକଟରେ ଦାଖଲ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଜିଆଇ  ତରଫରୁ ଜର୍ଣ୍ଣାଲ୍‌ ପ୍ରକାଶିତ ହୋଇଥିଲା । ଏଥିରେ  କଟକ ରୁପା ତାରକସିର ୧୬ ପୃଷ୍ଠା ବିଶିଷ୍ଟ ଏକ  ରିପୋର୍ଟ ମଧ୍ୟ ରହିଛି । କ୍ରମଶଃ ଆପତ୍ତି ଓ ଅଭିଯୋଗ  ସମ୍ପର୍କିତ ଏକ ସୁଯୋଗ ଦିଆଯାଇଥିଲା । କୌଣସି  ଅଭିଯୋଗ ଗ୍ରହଣ କରାଯାଇନଥିବା ବେଳେ ଶନିବାର  କଟକ ରୁପା ତାରକସି ଜିଆଇ ପଞ୍ଜିକୃତ ହୋଇଛି ।  


ଜିଆଇ ମାନ୍ୟତା ମିଳିବା ପରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ‘ଏକ୍ସ’ରେ ଶୁଭେଚ୍ଛା ଜଣାଇ  ଲେଖିଛନ୍ତି, ‘କଟକ ରୁପା ତାରକସି ଜିଆଇ ମାନ୍ୟତା ପାଇବା ରାଜ୍ୟ ପାଇଁ ଗର୍ବ ଓ ଗୌରବ  ବିଷୟ । ଶତାବ୍ଦୀ ପୁରୁଣା ଏହି ହସ୍ତକଳା କେବଳ  କଟକକୁ ନୁହେଁ ଓଡ଼ିଶାକୁ ସାରା ବିଶ୍ୱରେ ପରିଚିତ  କରାଇପାରିଛି । ଓଡ଼ିଶାବାସୀ ବିଶେଷ କରି କଟକ  ସହରବାସୀ ଏବଂ ଜିଲ୍ଲା ପ୍ରଶାସନକୁ ଶୁଭେଚ୍ଛା ।’ 

ଜିଆଇ ମାନ୍ୟତା ଦେବାକୁ ଆବେଦନପତ୍ରରେ ତାରକସିର ସବିଶେଷ ରିପୋର୍ଟ ସହ କିଛି  ପ୍ରମାଣସିଦ୍ଧ ଆଲେଖ୍ୟ ପ୍ରଦାନ କରାଯାଇଥିଲା । ଏଥିରେ ଓଡ଼ିଶୀ ନୃତ୍ୟର ବେଶଭୁଷାରେ ତାରକସିର ବ୍ୟବହାରିକ ପ୍ରଚଳନ କଥା ଉଲ୍ଲେଖ  ରହିଛି । ଏହାସହ ଶ୍ରୀ ମନ୍ଦିରରେ ବଣିଆ ସେବାର ଇତିହାସ ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଇଛି । ଏହାସହିତ ତଥ୍ୟ ସମ୍ବଳିତ ପ୍ରମାଣ ଭାବେ ଗେଜେଟ୍‌ ନୋଟିଫିକେସନ୍‌, ରେକର୍ଡ ଏବଂ ବିଭିନ୍ନ ପୁସ୍ତକ  ପ୍ରଦାନ କରାଯାଇଥିଲା । ଉତ୍କଳ ଗୌରବ ମଧୁସୂଦନ  ଦାସଙ୍କ ତାରକସିକୁ ପ୍ରୋତ୍ସାହନ ସମ୍ପର୍କରେ  ରିପୋର୍ଟରେ ମଧ୍ୟ ଉଲ୍ଲେଖ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.