ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଉତ୍ତରକାଶୀ NHରେ ଭୁଶୁଡ଼ିଲା ନିର୍ମାଣାଧୀନ ଟନେଲର ୫୦ ମିଟର, ଫସିଛନ୍ତି ୩୬ ଶ୍ରମିକ

ଡେରାଡୁନ୍, ୧୨/୧୧: ଉତ୍ତରାଖଣ୍ଡର ବ୍ରାହ୍ମାଖାଲ-ୟମୁନୋତ୍ରୀ ଜାତୀୟ ରାଜପଥରେ ସିଲ୍କ୍ୟାରରୁ ଡଣ୍ଡାଲଗାଓଁ ଯାଏ ନିର୍ମାଣାଧୀନ ଟନେଲର କିଛି ଅଂଶ ଭୁଶୁଡ଼ି ପଡ଼ିଛି । ନିର୍ମାଣାଧୀନ ସୁଡ଼ଙ୍ଗରେ ୩୬ ଶ୍ରମିକ ଫସିଛନ୍ତି ଆଶଙ୍କା କରାଯାଉଛି । ଏବେ ସୁଦ୍ଧା କେହି ମୃତାହତ ହୋଇଥିବା ସୂଚନା ମିଳିନି । 

କୁହାଯାଉଛି, ଏହି ଅଘଟଣ ଭୂସ୍ଖଳନ ଯୋଗୁଁ ଘଟିଛି । ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ, ପୋଲିସ, ଏସଡିଆରଏଫ୍, ଏନଡିଆରଏଫ୍, ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଉକ୍ତ ଟନେଲର ନିର୍ମାଣକାରୀ ସଂସ୍ଥା ଏନ୍ଏଚ୍ଆଇଡିସିଏଲ୍ ଭଗ୍ନାବଶେଷ ହଟାଉଛି । ଭିତରେ ସମସ୍ତ ଶ୍ରମିକ ସୁରକ୍ଷିତ ଥିବା ସୂଚନା ମିଳିଛି ।

ପ୍ରେମିକାକୁ ୧୧୧ଥର ଛୁରି ଭୁସି ହତ୍ୟା କରିବାରୁ ମିଳିଥିଲା ଆଜୀବନ ସଜ୍ଜା, ୟୁକ୍ରେନ୍ ବିରୋଧୀ ଯୁଦ୍ଧ ଲଢ଼ିବାରୁ ମୁକ୍ତ କଲା ଋଷ

ଫସିଥିବା ଶ୍ରମିକଙ୍କ ପାଖରେ ଅକ୍ସିଜେନ୍ ସିଲିଣ୍ଡର୍ ରହିଛି । ପାଇପ୍ ଯୋଗେ ମଧ୍ୟ ଟନେଲ୍ ଭିତରକୁ ଶ୍ରମିକଙ୍କ ପାଖକୁ ଅମ୍ଳଜାନ ପଠା ଯାଉଛି । ଟନେଲର ୫୦ ମିଟର ଅଂଶ ଭୁଶୁଡ଼ି ପଡ଼ିଛି । ଏହି ଟେନଲ୍ ନିର୍ମାଣ କରୁଛି ନବଯୁଗ କମ୍ପାନୀ । 

ସିଲ୍କ୍ୟାରା ପଟୁ ଟନେଲର ମୁଖ୍ୟ ଦ୍ୱାର ନିକଟରୁ ୨୦୦ ମିଟର ଦୂରରେ ଭୂସ୍ଖଳନ ହୋଇଥିଲା । ସେତେବେଳେ ଟନେଲର ୨୮୦୦ ମିଟର ଗଭୀରରେ ଶ୍ରମିକ କାମ କରୁଥିଲେ । ଏହି ସୁଡ଼ଙ୍ଗ ହେଉଛି ଅଲ୍ ୱେଦର ପ୍ରକଳ୍ପର ଅଂଶ । ଯାହାର ଲମ୍ବ ୪.୫ କିଲୋମିଟର । ୪ କିଲୋମିଟର ଲମ୍ବ ସୁଡ଼ଙ୍ଗ ନିର୍ମାଣ ସରିଛି । ୨୦୨୪ ମାର୍ଚ୍ଚ ସୁଦ୍ଧା ସୁଡ଼ଙ୍ଗ ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରହିଛି ।  

କଏଦୀଙ୍କ ଗୋଡ଼ରେ ଜିପିଏସ୍‌: ଯୋଜନା କଲା ଓଡ଼ିଶା, ବାହାଦୁରି ନେଲା ଜମ୍ମୁ-କାଶ୍ମୀର

Copyright © 2022 - Summa Real Media Private Limited. All Rights Reserved.