ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

WPL-2024: ମୁମ୍ବାଇ ଇଣ୍ଡିଆନ୍ସର ଦ୍ୱିତୀୟ ବିଜୟ, ଗୁଜରାଟ ଜାଏଣ୍ଟ୍‌ସକୁ ୫ ୱିକେଟ୍‌ରେ ହରାଇଲା

ବେଙ୍ଗାଲୁରୁ,୨୬/୦୨: ଚଳିତ ମହିଳା ପ୍ରିମିୟର ଲିଗ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ  ଇଣ୍ଡିଆନ୍ସ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ  କରିଛି । ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୫ ୱିକେଟ୍‌ରେ ଗୁଜରାଟ ଜାଏଣ୍ଟ୍‌ସକୁ  ହରାଇଥିଲା । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ  କରି ଗୁଜରାଟ ଜାଏଣ୍ଟ୍‌ସ ୯ ୱିକେଟ୍‌ ବିନିମୟରେ  ୧୨୬ ରନ୍‌ ସଂଗ୍ରହ କରିଥିଲା । ଜବାବରେ ମୁମ୍ବାଇ  ଇଣ୍ଡିଆନ୍ସ ୧୮.୧ ଓଭରରେ ୫ ୱିକେଟ୍‌ ହରାଇ  ଆବଶ୍ୟକ ରନ୍‌ ସଂଗ୍ରହ କରି ନେଇଥିଲା ।  

ଟସ୍‌ ଜିତି ମୁମ୍ବାଇ ଇଣ୍ଡିଆନ୍ସ ଫିଲ୍ଡିଂ ନିଷ୍ପତ୍ତି  ନେଇଥିଲା । ଦକ୍ଷିଣ ଆଫ୍ରିକୀୟ ପେସ୍‌ ବୋଲର  ସବନିମ ଇସମାଇଲ ଘାତକ ବୋଲିଂ କରି ପ୍ରାରମ୍ଭିକ  ବିପର୍ଯ୍ୟୟ ଘଟାଇଥିଲେ । ବେଦା କ୍ରିଷ୍ଣମୂର୍ତ୍ତୀ ଖାତା  ଖୋଲିପାରି ନଥିବା ବେଳେ ହର୍ଲିନ ଦେଓଲ ୮ରନ୍‌  କରିଥିଲେ । ଅନ୍ୟ ଓପନର ବେଥ ମୁନି ସତର୍କତାର  ସହ ଖେଳି ୨୪ ରନ୍‌ କରିଥିଲେ ହେଁ ସେ ଶେଷରେ  ସବିନମଙ୍କ ଶୀକାର ସାଜିଥିଲେ । 

ନ୍ୟୁଜିଲାଣ୍ଡ ଲେଗ ସ୍ପିନର ଆମେଲିଆ କେର ମଧ୍ୟ ଭାଗ ବ୍ୟାଟରଙ୍କୁ  ସହଳ ପାଭିଲିୟନ ପଠାଇଥିଲେ । ଫଳରେ  ଗୁଜରାଟ ୧୨୬ ରନ୍‌ରେ ଅଟକି ଯାଇଥିଲା।  ଅନ୍ୟମାନଙ୍କ ମଧ୍ୟରେ ତନୁଜା କୱଁର ୨୮, କାଥରିନ  ବ୍ରାଇସ ଅପରାଜିତ ୨୫ ଓ ଆସଲି ଗାର୍ଡନର ୧୫  ରନ୍‌ କରିଥିଲେ । ଅନ୍ୟ କେହି ଦୁଇ ଅଙ୍କ ଛୁଇଁ ପାରି  ନଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆମେଲିଆ ୧୭  ରନ୍‌ରେ ୪ଟି ୱିକେଟ୍‌ ନେଇଥିଲେ । ସେହିପରି  ଇସମାଇଲ ୩ଟି ୱିକେଟ୍‌ ଅକ୍ତିଆର କରିଥିଲେ ।  

ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ସହଳ  ୩ଟି ୱିକେଟ୍‌ ହରାଇଥିଲା । ମାତ୍ର ହର୍ମନପ୍ରୀତ  ଗୋଟିଏ ପଟେ ଦୃଢ ବ୍ୟାଟିଂ ଜାରି ରଖି ଦଳକୁ ବିଜୟୀ କରାଇଥିଲେ । ସେ ୫ଚୌକା ଓ ୧ ଛକା  ବଳରେ ଅପରାଜିତ ୪୨ ରନ୍‌ କରିଥିଲେ ।  ଅନ୍ୟମାନଙ୍କ ମଧ୍ୟରେ ଆମେଲିଆ କେର ୩୧  ଓ ନାତାଲି ସ୍କିଭର-ବ୍ରଣ୍ଟ ୨୨ ରନ୍‌ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.