ସମ୍ଵଲପୁର, ୧୯।୯ : ବନ୍ଦ ହେଲା ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍। ଏବେ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ବାମ ପାର୍ଶ୍ବରେ ୬ଟି ଏବଂ ଡାହାଣ ପାର୍ଶ୍ବରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୮.୪୭ ଫୁଟ ରହିଛି। ପ୍ରତି ସେକେଣ୍ଡରେ ୨ ଲକ୍ଷ ୪୨ ହଜାର ୧୯୨ କ୍ୟୁସେକ ଜଳ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି। ସେହି ଅନୁପାତରେ ୨ ଲକ୍ଷ ୬୧ ହଡାର ୨୫୪ କ୍ୟୁସେକ ଜଳ ନିଷ୍କାସିତ ହେଉଛି।

ଆକ୍ରମଣ ମାମଲାର ୧୮ ବର୍ଷ ପରେ ଆସିଲା ରାୟ, ୬ ଜଣ ଅଭିଯ...