ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଯେବେ ରାମଲଲାଙ୍କୁ ପ୍ରଥମ ଥର ଦେଖିଲେ , ଲୋକେ କଲେ ଏମିତି କାମ : ଯୋଗୀରାଜ କହିଲେ ...

ନୂଆଦିଲ୍ଲୀ :  ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରରରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ଜମୁଛି। ପ୍ରତି ବ୍ୟକ୍ତି ରାମଲଲାଙ୍କ ଏକ ଝଲକ ଓ ତାଙ୍କର ଆଶୀର୍ବାଦ ପାଇବାକୁ ବ୍ୟାକୁଳ ହେଉଛନ୍ତି। ଆଉ ସେପଟେ ରାମଲଲାଙ୍କ ମୂର୍ତ୍ତି ତିଆରି କରିଥିବା ସ୍ଥପତି ଅରୁଣ ଯୋଗୀରାଜ ମଧ୍ୟ ଖୁବ୍‌ ପ୍ରସିଦ୍ଧ ହୋଇ ଯାଇଛନ୍ତି। ତାଙ୍କ ପରିବାର ଗତ ୩୦୦ ବର୍ଷରୁ ମୂର୍ତ୍ତି ତିଆରି କରିବା କାର୍ଯ୍ୟରେ ଲାଗିଛନ୍ତି। ସେ ୬ଷ୍ଠ ପିଢିର ମୂର୍ତ୍ତିଶିଳ୍ପୀ। ଯୋଗୀରାଜ କହିଛନ୍ତି କି, ଯେବେ ସେମାନେ ରାମଲଲାଙ୍କ ମୂର୍ତ୍ତି ତିଆରି ସଂପୂର୍ଣ୍ଣ କରି ନେଲେ  ଏବଂ ଏହାପରେ ରାମ ମନ୍ଦିର ଟ୍ରଷ୍ଟ କର୍ମୀଙ୍କୁ ଦେଖାଇଲେ ତ ତାଙ୍କର କେମିତି ରିଆକ୍ସନ ରହିଥିଲା। ଯୋଗୀରାଜ କହିଛନ୍ତି , ଟ୍ରଷ୍ଟର ସଦସ୍ୟଙ୍କୁ ଦେଖାଇବା ପାଇଁ ଯେମିତି ମୁଁ ରାମଲଲାଙ୍କ ମୂର୍ତ୍ତିରୁ କପଡ଼ା ହଟେଇଲି ସେଠାରେ ଉପସ୍ଥିତ ଥିବା ସବୁ ଲୋକ ମୂର୍ତ୍ତିକୁ ହାତ ଯୋଡ଼ିବାକୁ ଲାଗିଲେ। ସମସ୍ତଙ୍କର ପ୍ରତିକ୍ରିୟା ଦେଖି ଖୁବ୍‌ ଖୁସି ହୋଇଗଲି। ସେଦିନଟି ମୋ ପାଇଁ ଯେତିକି ଅଭୁଲା , ସେତିକି ସ୍ମୃତିମୟ ଥିଲା।

ବେଳେବେଳେ ଅଧ ରାତିରେ ଉଠି ପଡ଼ୁଥିବେ ଯୋଗୀରାଜ , ରାମଲଲାଙ୍କ ମୂର୍ତ୍ତି ତିଆରିରେ ଲାଗି ଯାଉଥିଲେ

ଟାଇମ୍ସ ନାଓ ସହ କଥାବାର୍ତ୍ତା ବେଳେ ଅରୁଣ ଯୋଗୀରାଜ କହିଛନ୍ତି କି , ଯେବେ ସେ ରାମଲଲାଙ୍କ ମୂର୍ତ୍ତି ତିଆରି କରୁଥିଲେ, ସେତେବେଳେ ପ୍ରତିଦିନ ସନ୍ଧ୍ୟା ୪ଟାରୁ ୫ଟା ମଧ୍ୟରେ ଏକ ମାଙ୍କଡ଼ ଆସୁଥିଲା ଏବଂ ଖୁବ୍‌ ଜୋରରେ କବାଟ ବାଡେଇବାକୁ ଲାଗିଲା। ଏହାପେର ସେ ମୂର୍ତ୍ତିକୁ ଦେଖି ପୁଣି ଚାଲି ଯାଉଥିଲା।

ଯୋଗୀରାଜ ଗତ ଦିନରେ ଏହା ବି କହିଥିଲେ କି ଯେବେ ରାମଲଲାଙ୍କ ମୂର୍ତ୍ତି ଗର୍ଭଗୃହରେ ସ୍ଥାପିତ କରିଦିଆ ଗଲା ,ତ ତାଙ୍କୁ ଲାଗିଲା କି ଯେମିତି ତାହା ତାଙ୍କର ମୂର୍ତ୍ତି ନୁହେଁ। ଯୋଗୀରାଜ କହିଛନ୍ତି ମୁଁ ମୂର୍ତ୍ତି ଗଢିବା ବେଳେ ରାମଲଲାଙ୍କର ପ୍ରତି ଦିଗରୁ ଫଟୋ ଉଠାଇଥିଲି। ହେଲେ ଯେବେ ମୂର୍ତ୍ତି ଗର୍ଭଗୃହରେ ରଖାଗଲା। ଏହି ସମୟରେ ମଧ୍ୟ ମୁଁ ୧୦-୧୨ ଘଣ୍ଟା ସେଠାରେ ଥିଲି। ଏହି ସମୟରେ ମୋତେ ଲାଗିଲା କି ଏ ମୋର କାମ ନୁହେଁ। ମୂର୍ତ୍ତି ସଂପୂର୍ଣ୍ଣ ଭାବେ ଅଲଗା ଲାଗୁଥିଲେ।  

ଯେବେ ତିଆରି ହେଉଥିଲା ରାମଲଲାଙ୍କ ମୂର୍ତ୍ତି , ସେତେବେଳେ ଆସୁଥିଲା ଏକ ମାଙ୍କଡ଼ … ଜାଣନ୍ତୁ ଏହି ହୃଦୟସ୍ପର୍ଶୀ କଥା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.